ହ୍ୟୁମାନ ସାଗର ମୃତ୍ୟୁ ମାମଲା, ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଲେ ହାଇକୋର୍ଟ

କଟକ,୧୩।୧: ହ୍ୟୁମାନ ସାଗର ମୃତ୍ୟୁ ମାମଲାରେ ଅର୍ପିତାଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି ହାଇକୋର୍ଟ । ଅର୍ପିତାଙ୍କୁ ଏକପ୍ରକାର ଆଶ୍ବସ୍ତି ମିଳିଛି । ଅର୍ପିତା ଓ ସୋମେଶ ଶତପଥୀଙ୍କୁ ଅନ୍ତରୀଣ ସୁରକ୍ଷା ଦେଇଛନ୍ତି । ସୋମେଶ ଶତପଥୀ ଓ ସିଙ୍ଗର ଅର୍ପିତାଙ୍କୁ ଆଗୁଆ ଜାମିନ ମମାଲାରେ ଅର୍ପିତା ଓ ସୋମେଶଙ୍କୁ ଅନ୍ତରୀଣ ସୁରକ୍ଷା ସହ କେସ ଡାଏରି ଦାଖଲ ପାଇଁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ହାଇକୋର୍ଟ। ଏହାସହ ମାମଲାରେ ହ୍ୟୁମାନଙ୍କ ମା ସେଫାଳି ସୁନାଙ୍କୁ ନୋଟିସ କରିବା ସହ ପକ୍ଷଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଏହି ମାମଲାରେ ଆବେଦନକାରୀଙ୍କୁ ହେପାଜତକୁ ନନେବାକୁ ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି । ତଦନ୍ତକାରୀ ଟିମକୁ ତଦନ୍ତରେ ଆବେଦନକାରୀ ସହଯୋଗ କରିବେ ବୋଲି ହାଇକୋର୍ଟ କହିଛନ୍ତି ।ଫେବ୍ରୁଆରି ୧୬କୁ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି । ସୋମେଶ ଓ ଅର୍ପିତାଙ୍କ ତରଫରୁ ଦାୟର ଆଗୁଆ ଜାମିନ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି ହାଇକୋର୍ଟ।

ହ୍ୟୁମାନ ସାଗରଙ୍କ ମାଆ ମର୍କତନଗର ଥାନାରେ ଡିସେମ୍ବର ୨୧‌ ତାରିଖରେ ଅର୍ପିତାଙ୍କ ନାମରେ ଥାନାରେ ଏତଲା ଦେଇଥିବା ବେଳେ ସେ ହାଇକୋର୍ଟରେ ଆଗୁଆ ଜାମିନ ପାଇଁ ଆବେଦନ କରିଥିଲେ । ସୋମେଶ, ଅର୍ପିତାଙ୍କ ସମେତ ୯ ଜଣଙ୍କ ବିରୋଧରେ ପୁଲିସ ମାମଲା ରୁଜୁ କରିଥିଲା । ତେବେ ବର୍ତ୍ତମାନ ହ୍ୟୁମାନ ସାଗରଙ୍କ ମାଆ ସେଫାଳି ସୁନାଙ୍କୁ ହାଇକୋର୍ଟ ନୋଟିସ ଜାରି କରିଥିବା ବେଳେ କେସ୍ ଡାଏରୀ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।  ତଦନ୍ତକାରୀ ଏଜେନ୍ସିକୁ ତଦନ୍ତରେ ଆବେଦନକାରୀ ସହଯୋଗ କରିବେ ବୋଲି ହାଇକୋର୍ଟ କହିଛନ୍ତି । ୧୬ରେ ପରବର୍ତ୍ତୀ ଶୁଣାଣି ହେବ ।

 

Dharitri – Odisha’s No.1 Odia Daily