ପାଟଣା,୪।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଦାମାହୁଦା ପଞ୍ଚାୟତ ଅନ୍ତର୍ଗତ ସୁନାପଶି ଗ୍ରାମ ହୁଡ଼ିର ଜଙ୍ଗଲରୁ ଶନିବାର ପାଟଣା ପୋଲିସ ମଣିଷର ଖପୁରି ଓ ହାଡ଼କୁ ଜବତ କରିଛି । ଖପୁରି ଓ ହାଡ଼ ମହିଳା କି ପୁରୁଷର ତାହା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ସାଇଣ୍ଟିଫିକ୍ ଟିମ୍ ଡକାଇ ତଦନ୍ତ କରିଛି । ଖପୁରି ଓ କେତେକ ହାଡ଼ ସହ ନିକଟରେ ପଡ଼ିଥିବା ଲୁଗାକୁ ଜବତ କରି ଫରେନସିକ ଲାବଟାରୀକୁ ପଠାଇଛି । ଅନ୍ୟ ପକ୍ଷରେ ଭୂମି ମାଝି ଖପୁରି ଓ ହାଡ଼ ତାଙ୍କ ମା ସାଲଗେ ମାଝିଙ୍କର ବୋଲି ପାଟଣା ଥାନାରେ ଅଭିଯୋଗ କରିଛନ୍ତି ।
ସାହାର ପଡା ଅତିରିକ୍ତ ତହସିଲଦାରଙ୍କ ଉପସ୍ଥିତିରେ ଡ଼ାକ୍ତର ଶୁଭେନ୍ଦୁ ସାଗର ନାଏକ, ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ, ଏସଆଇ ଲକ୍ଷ୍ମଣ ମାଝୀ ଓ ସାଇଣ୍ଟିଫିକ ଟିମ୍ ପହଞ୍ଚି ମୁଣ୍ଡ ଖପୁରୀ ଗୋଡ଼ ହାଡ଼ ଉଦ୍ଧାର କରି ଅଧିକ ତଦନ୍ତ ପାଇଁ ପଠାଇଛନ୍ତି ।