ଦୂରେଇ ପାରିଲାନି ଛାଡ଼ପତ୍ର: ଧାଇଁଆସିଥିଲେ ସ୍ତ୍ରୀ, ହେଲେ ବଞ୍ଚିଲେନି…

ଭୁବନେଶ୍ୱର,୧୭।୧୧: ଆଉ ଶୁଭିବନି, ହ୍ୟୁମାନଙ୍କ ସ୍ବର, ସେ ରୋମାନ୍ସ, ସେ ଦୁଃଖ ସେ ଦମ୍‌ଦାର ଭଜନ। କାରଣ ଓଡ଼ିଶାର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର ଚିର ନିଦ୍ରାରେ ଶୋଇଯାଇଛନ୍ତି।ଏ ଓଡ଼ିଶାବାସୀ ମୁଣ୍ଡ ବାଡେଇ କାନ୍ଦିଲେ ବି ସେ ଆଉ ଉଠିବେନି, ଆଉ ଷ୍ଟେଜ୍‌ ଆଗରେ ଉଡିବନି ଧୂଳି। ତାଙ୍କ ଗୀତ ପାଇଁ ସେ ଯେତିକି ଲୋକପ୍ରିୟ ଥିଲେ।

ବିବାଦ ମଧ୍ୟ ତାଙ୍କୁ ସେତିକି ଲୋକ ଲୋଚନକୁ ଆଣିଥିଲା। ସ୍ତ୍ରୀଙ୍କ ସହ ତାଙ୍କ ବୈବାହି ଜୀବନ ଠିକ୍‌ ନ ଥିଲା। ଏନେଇ ଅନେକଥର ହ୍ୟୁମାନଙ୍କୁ ଥାନାରେ ଦେଖିବାକୁ ମିଳିଥିଲା। ପରେ ସେ ଗୋଟିଏ ପ୍ରକାର ଡିପ୍ରେଶନ୍‌କୁ ଯାଇଥିବା ଚର୍ଚ୍ଚା ହେଉଥିଲା। ହଠାତ୍‌ ତାଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିବାକୁ ଲାଗିଲା କଟକରୁ ଏମ୍ସ ସ୍ଥାନାନ୍ତର କରାଯାେଇଥିଲା।

କିନ୍ତୁ ଏ କଥା ଯେତେବେଳେ ସ୍ତ୍ରୀ ଶ୍ରିୟା ମିଶ୍ରଙ୍କ କାନରେ ପଡ଼ିଲା, ସେ ସବୁ ରାଗରୁଷା ଭୁଲି ଧାଇଁ ଆସିଲେ ହ୍ୟୁମାନଙ୍କ ପାଖକୁ , ପୁଣି ଥରେ ତାଙ୍କୁ ସେହି ପୂର୍ବପରି ହ୍ୟୁମାନ ଭରାବରେ ଦେଖିବାକୁ ଇଶ୍ୱରଙ୍କ ପାଖରେ ପ୍ରାର୍ଥନା କରିଚାଲିଲେ। ହେଲେ ସେ କ’ଣ ଜାଣିଥିଲେ ସବୁଦିନ ଶୋଇଯିବେ ହ୍ୟୁମାନ, ଏ ଛାଡପତ୍ର ତାଙ୍କ ଏମିତି ଦୂରେଇଦେବ।

Dharitri – Odisha’s No.1 Odia Daily

Share