ବାଂଲାଦେଶରେ ମାନବାଧିକାର ସ୍ଥିତି, ଆମେରିକାକୁ ହସିନା ସରକାରଙ୍କ ଜବାବ୍‌…

ଢାକା, ୧୬।୪ : ମାନବ ଅଧିକାର ପରିସ୍ଥିତି ଉପରେ ଆମେରିକାର ବୈଦେଶିକ ବିଭାଗର ରିପୋର୍ଟକୁ ବାଂଲାଦେଶ ସରକାର ସମାଲୋଚନା କରିଛନ୍ତି। ଏଥି ସହିତ ଏହି ପ୍ରସଙ୍ଗରେ ଦେଶ ମଧ୍ୟରେ ରାଜନୈତିକ ମତଭେଦ ଦେଖାଦେଇଛି। ଆମେରିକାର ରିପୋର୍ଟକୁ ସ୍ବାଗତ କରି ବିରୋଧୀ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି ଶେଖ ହସିନା ସରକାରଙ୍କୁ ଏହାର ମାନବିକ ଅଧିକାରର ରେକର୍ଡ ଉପରେ ଦୃଷ୍ଟି ଦେବାକୁ କହିଛିି।

ବାଂଲାଦେଶ ସରକାରଙ୍କ ତରଫରୁ ଏହା କୁହାଯାଇଥିଲା ଯେ ରବିବାର ଆମେରିକାର ରିପୋର୍ଟ ଉପରେ ସରକାର ବିସ୍ତୃତ ଉତ୍ତର ଦେବେ। କିନ୍ତୁ ସୂଚନା ଓ ପ୍ରସାରଣ ମନ୍ତ୍ରୀ ଡକ୍ଟର ହାସନ ମହମୁଦ ଆମେରିକାରେ ମାନବିକ ଅଧିକାରର ଉଲ୍ଲଂଘନ ତାଲିକା ଉପସ୍ଥାପନ କରିଛନ୍ତି। ଏହି କ୍ଷେତ୍ରରେ ବାଂଲାଦେଶର ରେକର୍ଡ ଆମେରିକା ଅପେକ୍ଷା ଭଲ ବୋଲି ସେ କହିଛନ୍ତି। ମହମୁଦ କହିଛନ୍ତି- ’ଆମର ମତ ଅଛି ଯେ ବାଂଲାଦେଶ ସମ୍ବନ୍ଧୀୟ ସୂଚନା କେତେକ ଉତ୍ସରୁ ସଂଗୃହିତ ହୋଇଛି। ସେହି ଉତ୍ସଗୁଡ଼ିକ ଏକପାଖିଆ ଏବଂ ସେମାନେ ଏକତରଫା ଦୃଷ୍ଟିକୋଣରୁ ସୂଚନା ପ୍ରଦାନ କରିଛନ୍ତି ।

୍‌ମହମୁଦ କହିଛନ୍ତି ଯେ ବାଂଲାଦେଶରେ ଗୁଏଣ୍ଟେନାମୋ-ଓ୍ବେ ପରି କୌଣସି ଜେଲ ନାହିଁ। ସେ କହିଛନ୍ତି ଯେ ଗୁଏଣ୍ଟେନାମୋ-ଓ୍ବେ ଜେଲରେ ବନ୍ଦୀ ଥିବା କଏଦୀମାନଙ୍କୁ ଅକଥନୀୟ ନିର୍ଯାତନା ଦିଆ ଯାଉଛି। ସେ କହିଛନ୍ତି ଯେ ଜଣେ ନିରୀହ କୃଷ୍ଣକାୟ ନାଗରିକ ଜର୍ଜ ଫ୍ଲଏଡଙ୍କୁ ଆମେରିକାର ପୋଲିସ କର୍ମଚାରୀ ଗୁଳି କରି ହତ୍ୟା କରିଥିଲେ। ମହମୁଦ କହିଛନ୍ତି ଆମେରିକୀୟ ସଂସଦ ଗୃହରେ ୪ ଜଣଙ୍କର ମୃତ୍ୟୁ ହୋଇଥିଲା। ବାଂଲାଦେଶରେ ଏଭଳି ଘଟଣା କେବେ ଘଟି ନାହିଁ। ବାଂଲାଦେଶର ଆର୍ଥିକ ଅଭିବୃଦ୍ଧି ହାର ଅଧିକ ।

ମହମ୍ମଦ କହିଛନ୍ତି ଯେ ବାଂଲାଦେଶ ଅନ୍ତର୍ଭୂକ୍ତିକରଣ ବିକାଶର ପଥରେ ଅଛି। ଚଳିତ ଆର୍ଥିକ ବର୍ଷରେ ବାଂଲାଦେଶର ଆର୍ଥିକ ଅଭିବୃଦ୍ଧି ହାର ଅଧିକ ରହିବ ବୋଲି ବିଶ୍ୱବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଛି। ମହମୁଦ କହିଛନ୍ତି ମୁଁ ଆଶା କରୁଛି ଯେଉଁମାନେ ଦିନରାତି ସରକାରଙ୍କୁ ସମାଲୋଚନା କରନ୍ତି, ସେମାନେ ସେମାନଙ୍କର ନକାରାତ୍ମକ ମନୋଭାବ ତ୍ୟାଗ କରିବା ଆବଶ୍ୟକ। ଆମେରିକା ସହିତ ବାଂଲାଦେଶର ଭଲ ସମ୍ପର୍କ ରହିଛି ବୋଲି ମହମୁଦ ମଧ୍ୟ ଦାବି କରିଛନ୍ତି।

ଅପରପକ୍ଷରେ ପୂର୍ବତନ ପ୍ରଧାନମନ୍ତ୍ରୀ ବେଗମ ଖାଲିଦା ଜିଆଙ୍କ ଦଳ ବିଏନପି ମାନବିକ ଅଧିକାର ରିପୋର୍ଟ ପ୍ରକାଶ କରିଥିବାରୁ ଆମେରିକାକୁ ପ୍ରଶଂସା କରିଛି। ଏଥିରେ କୁହାଯାଇଛି ଯେ ଏହି ରିପୋର୍ଟରେ ଆୱାମୀ ଲିଗ ସରକାରଙ୍କ ମନମୁଖୀ କାର୍ଯ୍ୟ ପ୍ରକାଶ ପାଇଛି। ବିଏନପି ସିନିୟର ସେକ୍ରେଟେରୀ ଜେନେରାଲ ରୁହୁଲ କବୀର ରିଜଭି ଏକ ଗଣମାଧ୍ୟମ ସମ୍ମିଳନୀରେ କହିଛନ୍ତି ବେଗମ ଖାଲିଦା ଜିଆଙ୍କୁ ରାଜନୈତିକ କାରଣରୁ ଦଣ୍ଡିତ କରାଯାଇଛି ବୋଲି ଆମେରିକା ବୈଦେଶିକ ବିଭାଗ କହିଛି।

ଦେଶର ନ୍ୟାୟପାଳିକା ସରକାରଙ୍କ ହାତକୁ ଯାଇଛି। ଅନ୍ୟପକ୍ଷରେ, ସରକାର ସୁରକ୍ଷା ବାହିନୀ ହତ୍ୟା, ଲୋକଙ୍କୁ ଅଦୃଶ୍ୟ କରିବା ଏବଂ ନକଲି ଏନକାଉଣ୍ଟର ସହ ଜଡିତ ଅଛନ୍ତି। ଏହି ରିପୋର୍ଟରେ କୁହାଯାଇଛି ଯେ ବିରୋଧୀଙ୍କୁ ହଟାଇବା ତଥା ଅଭିବ୍ୟକ୍ତିର ସ୍ବାଧୀନତାକୁ ଦମନ କରିବା ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥାର ଅପବ୍ୟବହାର କରାଯାଉଛି।

ଆମେରିକାର ବୈଦେଶିକ ବିଭାଗ ଏପ୍ରିଲ ୧୨ ରେ ମାନବ ଅଧିକାର ରିପୋର୍ଟ ପ୍ରକାଶ କରିଛି। କାରାଗାରର ଜୀବନ ପ୍ରତି ବିପଦ, ରାଜନୈତିକ କାର୍ଯ୍ୟକର୍ତ୍ତାଙ୍କ ମନମୁଖୀ ଗିରଫ, ନ୍ୟାୟପାଳିକାର ସ୍ବାଧୀନତାର ରାଜନୀତିକରଣ, ସନ୍ଦେହଜନକ ଅବସ୍ଥା ଏବଂ ନାଗରିକଙ୍କ ଗୋପନୀୟତା ଉପରେ ବେଆଇନ ହସ୍ତକ୍ଷେପ ପାଇଁ ଏହା ବାଂଲାଦେଶ ସରକାରଙ୍କୁ ତୀବ୍ର ସମାଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ କାଳବୈଶାଖୀର ତାଣ୍ଡବ; ଉଜୁଡ଼ିଲା ଫସଲ, ମୁଣ୍ଡରେ ହାତଦେଲେ ଚାଷୀ

ବନ୍ତ,୮।୪(କିଶୋର କୁମାର ସେଠୀ ): ଗତ ମଙ୍ଗଳବାର ଦିନ କାଳବୈଶାଖୀ ପ୍ରଭାବରେରେ ଭଦ୍ରକ ଜିଲା ବନ୍ତ ବ୍ଲକର ବିଭିନ୍ନ ପଞ୍ଚାୟତରେ ବ୍ୟାପକ ପନି ପରିବା ଏବଂ ଡାଲି…

ବଡ଼ ଖବର: ବିଜେଡି ସଂସଦୀୟ ଦଳ ନେତା ପଦରୁ ସସ୍ମିତ ପାତ୍ରଙ୍କ ଇସ୍ତଫା, ବଢ଼ିଲା ଚର୍ଚ୍ଚା

ଭୁବନେଶ୍ୱର,୮।୪: ଓଡ଼ିଶା ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ରାଜ୍ୟ ସଭାରେ ବିଜେଡି ସଂସଦୀୟ ଦଳ ନେତା ପଦରୁ ଇସ୍ତଫା ଦେଇଛନ୍ତି ଡକ୍ଟର ସସ୍ମିତ ପାତ୍ର।…

ଇରାନକୁ ଅସ୍ତ୍ରଶସ୍ତ୍ର ଯୋଗାଉଥିବା ଦେଶ ଉପରେ ଲାଗିବ ୫୦% ଟାରିଫ, ଯୁଦ୍ଧବିରତି ପରେ ଟ୍ରମ୍ପଙ୍କ ଘୋଷଣା

ଓ୍ବାଶିଂଟନ୍‌,୮।୪:  ଯୁଦ୍ଧବିରତି ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି । ସେ ଦୃଢ଼ତାର ସହିତ କହିଛନ୍ତି ଯେ ଇରାନରେ ନେତୃତ୍ୱର ଏକ…

ଯୁଦ୍ଧବିରତିର ସତ କହିଦେଲା ରୁଷିଆ, ଟ୍ରମ୍ପ କରିଥିଲେ…

ନୂଆଦିଲ୍ଲୀ,୮।୪: ମଧ୍ୟପ୍ରାଚ୍ୟରେ ଦୁଇ ସପ୍ତାହ ପାଇଁ ଯୁଦ୍ଧବିରତି ପାଇଁ ଆମେରିକା ଏବଂ ଇରାନ ରାଜି ହୋଇଛନ୍ତି, ଯାହା ଉଭୟ ପକ୍ଷ ଦ୍ୱାରା ଘୋଷଣା କରାଯାଇଛି। ଡୋନାଲ୍ଡ ଟ୍ରମ୍ପଙ୍କ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରି ବନ୍ଧା ହେଲେ ଯୁବକ

ଆନନ୍ଦପୁର,୮ା୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ରାମଚନ୍ଦ୍ରପୁରୁ ଥାନା ଅଧୀନ କଡ଼ରାପlଳ ଗ୍ରାମର ପ୍ରଦୋଷ ବରାଳ (୨୮) ଗତ ମଙ୍ଗଳବାର କୌଣସି କାରଣରୁ ରାମଚନ୍ଦ୍ରପୁରୁ ଥାନା ଅଧୀନ…

MI ବିପକ୍ଷରେ ଆଉଟ୍ ହୋଇ କାନ୍ଦିଲେ ବୈଭବ ସୂର୍ଯ୍ୟବଂଶୀ! ଭାଇରାଲ୍ ହେଉଛି ଭିଡିଓ

ମୁମ୍ବାଇ,୮।୪: ଆଇପିଏଲ ୨୦୨୬ର ୧୩ତମ ଲିଗ୍ ମ୍ୟାଚ୍, ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ବୈଭବ ସୂର୍ଯ୍ୟବଂଶୀ ଏକ ଚମତ୍କାର ଇନିଂସ ଖେଳିଥିଲେ । ମାତ୍ର ୧୪ ବଲ୍‌ରେ ୩୯ ରନ୍…

ପୋଲତଳୁ ମିଳିଲା ମୃତଦେହ, ପାରିପାର୍ଶ୍ୱିକ ସ୍ଥିତିରୁ…

ବଲାଙ୍ଗୀର/ଲାଠୋର,୮ା୪(ସୁନିଲ କୁମାର ମହାନ୍ତି/ଭୁବନେଶ୍ୱର ବାରିକ): ବଲାଙ୍ଗୀର ଜିଲା ଲାଠୋର ଥାନା ଅଧୀନ କରୁଆଁଝର କୋଉ ପୋଲତଳୁ ପୋଲିସ ବୁଧବାର ଏକ ମୃତଦେହ ଜବତ କରିଛି। ମୃତକ ଜଣକ…

ଯୁଦ୍ଧବିରତି ଭିତରେ ଇରାନ କଲା ବଡ଼ ଘୋଷଣା, ହର୍ମୁଜରେ ଜାହାଜ ଗଲେ ଉଡାଇ ଦେବୁ…

ନୂଆଦିଲ୍ଲୀ,୮।୪: ଇରାନ ଏବଂ ଆମେରିକା ମଧ୍ୟରେ ଯୁଦ୍ଧବିରତି କାର୍ଯ୍ୟକାରୀ ହେବାର ପ୍ରାୟ 12 ଘଣ୍ଟା ବିତିଗଲା, ଯେତେବେଳେ ଇରାନ ନୌସେନା ହରମୁଜ ପ୍ରଣାଳୀ ସମ୍ପର୍କରେ ଏକ ବଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri