ବିପୁଳ ମାଓବାଦୀ ସାମଗ୍ରୀ ଜବତ

ମାଲକାନଗିର,୨।୭(ଦୁର୍ଯ୍ୟୋଧନ ପାତ୍ର)ମାଲକାନଗିରି ପୋଲିସ ଓ ବିଏସ୍‌ଏଫ୍‌ ବାହିନୀ ଦ୍ୱାରା ଚିତ୍ରକୋଣ୍ଡା ବ୍ଲକ ଜଡାମ୍ବ ଥାନା ଆନ୍ଧ୍ର-ଓଡ଼ିଶା ସୀମାନ୍ତ ଅଞ୍ଚଳରୁ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଗତ ୨୯ ତାରିଖରେ ଜବତ କରାଯାଇଥିଲା। ଏ ସମ୍ପର୍କରେ ମାଲକାନଗିରି ଏସ୍‌ପି ନୀତୀଶ୍‌ ଓ୍ବାଧଓ୍ବାନି ଶନିବାର ଦେଇଥିବା ସୂଚନା ଅନୁସାରେ ଅପରେଶନ ଖୋଜ୍‌ ଯୋଜନାରେ ଜିଲା ପୋଲିସ ଓ ବିଏସ୍‌ଏଫ୍‌ ମିଳିତ ଭାବେ ଜଡାମ୍ବ ଥାନା ଅଞ୍ଚଳରେ କୋମ୍ବିଂ ସମୟରେ ଜଡ଼ାମ୍ବ ଥାନା ନିକଟ ଡାବୁଗୁଡ଼ା ଓ ଅରିଙ୍ଗିପଡ଼ା ଗ୍ରାମ ଜଙ୍ଗଲର ଗୋଟିଏ ସ୍ଥାନରେ ବିପୁଳ ପରିମାଣର ମାଓବାଦୀ ସାମଗ୍ରୀ ଥିବା ଜାଣି ଜବତ କରିଛନ୍ତି। ଜବତ ସାମଗ୍ରୀ ମଧ୍ୟରେ ଦୁଇଟି କଣ୍ଟ୍ରି ମେଡ୍‌ ଗନ୍‌, ୧୨ଟି ବୋର୍‌ ଇମ୍ୟୁନେଶନ, ଗୋଟିଏ ଏସ୍‌ଏଲ୍‌ଆର୍‌ ଇମ୍ୟୁନେଶନ, ତିନୋଟି ଆଇଡି, ୫୫ଜିଲୋଟିନ୍‌ ଷ୍ଟିକ୍‌, ବିଦ୍ୟୁତ୍‌ ତାର, ମୋବାଇଲ ଚାର୍ଜର, ମହିଳାଙ୍କ ବ୍ୟବହୃତ ହେୟାର ପିନ୍‌, ରବର ବ୍ୟାଣ୍ଡ, ପାନିଆ, ପେନ୍‌ ଓ ପେନ୍‌ସିଲ ଇତ୍ୟାଦି ସହ ୬୨ଟି ସାମଗ୍ରୀ ଜବତ କରିଛନ୍ତି। ସାମଗ୍ରୀଗୁଡ଼ିକ ଆନ୍ଧ୍ର-ଓଡ଼ିଶା ବୋର୍ଡର ଜୋନାଲ କମିଟି ତରଫରୁ ଜନସାଧାରଣ ଓ ପୋଲିସକୁ ଟାର୍ଗେଟକରି ରଖାଯାଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ବୋଲି ଓ୍ବାଧଓ୍ବାନି ଏକ ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦେଇଛନ୍ତି।
ସେ ଆହୁରି ମଧ୍ୟ ସୂଚନା ଦେଇଛନ୍ତି, ପୂର୍ବରୁ ଅପରେଶନ ଘର ଓ୍ବାପ୍‌ସି ଯୋଜନାରେ ବିଗତ ଦିନରେ ବହୁ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଜୁନ୍‌ ୨, ୨୦୨୨ରେ ୪୭ଜଣ ମିଲିସିଆ ଯନ୍ତ୍ରୀଠାରେ ଆତ୍ମସମର୍ପଣ କରିଥିବା ବେଳେ ଜୁନ୍‌ ୧୧, ୨୦୨୨ରେ ୧୮୦ ଓ ଅଗଷ୍ଟ ୨୨, ୨୦୨୨ରେ ଜାନବାଇଠାରେ ୫୫୦ଜଣ ଆତ୍ମସମର୍ପଣ କରିଥିଲେ। ସେହିପରି ସେପ୍ଟେମ୍ବର ୧୭, ୨୦୨୨ରେ ଅଣ୍ଡ୍ରାହାଲଠାରେ ୩୦୦ ମିଲିସିଆଙ୍କ ସହ ମୋଟ ୭୦୦ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେହିପରି ନଭେମ୍ବର ୫, ୨୦୨୨ରେ ୪୧୦ ମିଲିସିଆଙ୍କ ସହ ମୋଟ ୬୫୦ ମାଓବାଦୀ ସମର୍ଥକ, ଡିସେମ୍ବର ୨୦, ୨୦୨୨ରେ ୪୬୭ ମିଲିସିଆଙ୍କ ସହ ମୋଟ ୯୦୭ ମାଓବାଦୀ ସମର୍ଥକ ଆତ୍ମସମର୍ପଣ କରିଥିଲେ। ସେହିପରି ଜାନୁୟାରୀ ୨୦୨୨ଠାରୁ ଜାନୁୟାରୀ ୨୦୨୩ ମଧ୍ୟରେ ମୋଟ ୨୦ ମାଓବାଦୀ କ୍ୟାମ୍ପ ଠାବକରି ବିପୁଳ ପରିମାଣର ସାମଗ୍ରୀ ଯଥା ଆଇଡି, ବନ୍ଧୁକ, ତାର, ଟିଫିନ୍‌ ବୋମା, ଜିଲୋଟିନ୍‌ ଷ୍ଟିକ୍‌, ଡିଟୋନେଟର ଓ ଅଫୁଟା ଗୁଳି ଇତ୍ୟାଦି ଜବତ କରିଥିବା ଓ୍ବାଧଓ୍ବାନି ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri