ଗୁଣପୁର, ୨୫ା୧ (ସଂକେତ ପାତ୍ର ) : ଗୁଣପୁରରେ ଆୟୋଜିତ “ହିନ୍ଦୁ ସମ୍ମିଳନୀ” ବୃହତ୍ ଧାର୍ମିକ, ସାମାଜିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ସମ୍ପନ୍ନ ହୋଇଯାଇଛି । ପ୍ରାୟ ୫ ହଜାରରୁ ଅଧିକ ଭକ୍ତ ଓ ସାଧାରଣ ଲୋକଙ୍କ ଅଂଶଗ୍ରହଣ ମାଧ୍ୟମରେ ଏହି କାର୍ଯ୍ୟକ୍ରମ ହିନ୍ଦୁ ସମାଜର ଏକତା, ସଂସ୍କୃତିକ ସୁରକ୍ଷା, ପରମ୍ପରାର ମୂଲ୍ୟ ବୁଝିବା ଓ ଯୁବପିଢ଼ୀଙ୍କୁ ସଠିକ୍ ଦିଗଦର୍ଶନ ଦେବା ଉଦ୍ଦେଶ୍ୟରେ ଆୟୋଜିତ ହୋଇଥିଲା।କାର୍ଯ୍ୟକ୍ରମରେ ବ୍ରହ୍ମଲୀନ ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ଉତ୍ତରାଧିକାରୀ, ରାଷ୍ଟ୍ରୀୟ ସନ୍ଥ ଶ୍ରୀ ସଚ୍ଚିଦାନନ୍ଦ ସରସ୍ବତୀ ଜୀ ମହାରାଜ ଉପସ୍ଥିତ ଥିଲେ। ସେ ହିନ୍ଦୁ ସମାଜକୁ ସଂଗଠିତ ଓ ସଚେତନ ରହିବା, ଧର୍ମ ଓ ସଂସ୍କୃତିକୁ ସୁରକ୍ଷା କରିବା ପାଇଁ ଶକ୍ତିଶାଳୀ ଆହ୍ୱାନ କରିଥିଲେ। ସେ ଲୋକମାନଙ୍କୁ ଉପଦେଶ ଦେଇଛନ୍ତି କିପରି ସମୟ ସହ ହିନ୍ଦୁ ଧର୍ମ, ଜୀବନ ମୂଲ୍ୟ, ପରିବାରିକ ସଂସ୍କାର ଓ ସାମାଜିକ ଦାୟିତ୍ୱକୁ ଗଭୀର ଭାବେ ଅନୁଷ୍ଠାନ କରାଯିବ ।
୨୫ତାରିଖ ସକାଳ ୮ ଘଣ୍ଟିକାରେ ଗୁଣପୁର ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପ୍ରାର୍ଥନା, ଧାର୍ମିକ ଆଲୋଚନା, ଯୁବଜାଗରଣ ବକ୍ତବ୍ୟ, ସାଂସ୍କୃତିକ ନୃତ୍ୟ ଓ ଦେଶଭକ୍ତିମୂଳକ ପ୍ରଦର୍ଶନୀ ହୋଇଥିଲା, ଯାହା ଉପସ୍ଥିତ ଲୋକଙ୍କ ମନକୁ ଗଭୀର ଭାବରେ ପ୍ରଭାବିତ କରିଥିଲା। ମଧ୍ୟାହ୍ନ ୧ ଘଣ୍ଟିକାରେ ବୃହତ୍ ଅନ୍ନଯଜ୍ଞ ଓ ଅନ୍ନପ୍ରସାଦ ବିତରଣ କରାଯାଇଥିଲା, ଯାହାରେ ୫ ହଜାରରୁ ଅଧିକ ଲୋକ ଅଂଶଗ୍ରହଣ କରିଥିଲେ। ସମସ୍ତେ ଶାନ୍ତି, ଶୃଙ୍ଖଳା ଓ ଭାଇଚାରାର ପରିବେଶରେ ଅନ୍ନପ୍ରସାଦ ଗ୍ରହଣ କରିଥିଲେ।ଆୟୋଜକମାନେ ହିନ୍ଦୁ ସମାଜର ସଦସ୍ୟ, BJP ଓ RSS ସଦସ୍ୟ, ସ୍ଥାନୀୟ ବୃଦ୍ଧ, ସାଧୁ-ସନ୍ଥ, ଯୁବ ଏବଂ ମହିଳାଙ୍କ ସହଯୋଗ ପାଇଁ ଧନ୍ୟବାଦ ଜଣାଇଛନ୍ତି।
ଗୁଣପୁର ଉପସଭାପତି ସିବୋ ପ୍ରସାଦ ଗୌଡ଼, ସଭାପତି ମମତା ଗୌଡ଼ ଓ ଅନ୍ୟାନ୍ୟ ସଂସ୍ଥା କାର୍ଯ୍ୟକର୍ତ୍ତାମାନେ ନିଜସ୍ଵଇଛାରେ ସହଯୋଗ କରିଥିଲେ । ଆୟୋଜକମାନେ କହିଛନ୍ତି ଯେ, ଏପରି କାର୍ଯ୍ୟକ୍ରମ ହିନ୍ଦୁ ସମାଜକୁ ଏକତ୍ରିତ, ସଚେତନ ଓ ଶକ୍ତିଶାଳୀ କରିବା ସହ ଯୁବପିଢ଼ୀକୁ ଧର୍ମ, ସଂସ୍କୃତି ଓ ପରମ୍ପରା ମୂଲ୍ୟ ଅନୁଭବ କରିବାରେ ସାହାଯ୍ୟ କରେ। ଆଗାମୀ ଦିନରେ ଏହି ପ୍ରକାରର ବୃହତ୍ ହିନ୍ଦୁ ସମ୍ମିଳନୀ ଆହୁରି ବୃହତ୍ ଭାବରେ ଆୟୋଜିତ ହେବ ବୋଲି ଆୟୋଜକମାନେ ଆଶା ପ୍ରକାଶ କରିଛନ୍ତି ।