ପାରାଦୀପ ବେଳାଭୂମିରେ ବିଶାଳ ମୃତ ତିମି ମାଛ, ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ

ପାରାଦୀପ, ୨୫।୨(ଶରତ ରାଉତ): ପାରାଦୀପ ଷଣ୍ଢକୁଦ ବସ୍ତି ପାଖ ସମୁଦ୍ର କୂଳରେ ମଙ୍ଗଳବାର ଏକ ବିଶାଳକାୟ ମୃତ ତିମି ମାଛ ପଡିଥିବା ଦେଖିବାକୁ ମିଳିଛି । ୨୫ ଫୁଟ ଲମ୍ବ ବିଶିଷ୍ଟ ଉକ୍ତ ମାଛ ଅର୍ଦ୍ଧାଧିକ ଶରୀର ସଢି ଯାଇଛି। ଉକ୍ତ ମାଛକୁ ଦେଖିବା ପାଇଁ ସେଠାରେ ଲୋକମାନେ ଭିଡ କରିଥିଲେ। ଘଟଣାସ୍ଥଳରେ କୁଜଙ୍ଗ ବନାଞ୍ଚଳ କର୍ମଚାରୀମାନେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Share