ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ପ୍ରବଳ ଭିଡ଼: ଠେଲାପେଲାରେ ୨ ଅଚେତ୍‌

କଟକ,୧୩।୧୧: କଟକ ବାଲିଯାତ୍ରାର ଶେଷ ସନ୍ଧ୍ୟାରେ ଲୋକଙ୍କ ପ୍ରବଳ ଭିଡ଼ ହୋଇଛି। ଏପରିକି ବଲିଉଡ କଣ୍ଠଶିଳ୍ପୀ ଶ୍ରେୟା ଘୋଷାଲଙ୍କ କାର୍ଯ୍ୟକ୍ରମରେ ଠେଲାପେଲା ହୋଇ ୨ଜଣ ଦର୍ଶକ ଅଚେତ୍‌ ହୋଇଯାଇଥିବା ସୂଚନା ମିଳିଛି। ଆମ୍ବୁଲାନ୍ସ ଯୋଗେ ୨ ଅଚେତଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷେ ସ୍ଥିତି ନିୟନ୍ତ୍ରଣ ପାଇଁ ଅତିରିକ୍ତ ସିପିଙ୍କ ସହ ବରିଷ୍ଠ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିବା ଜଣାପଡିଛି।

Dharitri – Odisha’s No.1 Odia Daily

Share