ମହାପ୍ରଭୁଙ୍କ ଦର୍ଶନ ପାଇଁ ପ୍ରବଳ ଭିଡ଼

ପୁରୀ,୩୦ା୧୨(ଅଜିତ୍‌ କୁମାର ମହାନ୍ତି):ପୁରୁଣା ବର୍ଷ-୨୦୨୪କୁ ବିଦାୟ ଏବଂ ନୂଆବର୍ଷ-୨୦୨୫କୁ ସ୍ବାଗତ କରିବା ପାଇଁ ଏବେଠୁ ପୁରୀରେ ଭକ୍ତ ଓ ପଯ ୍ୟର୍ଟକଙ୍କ ଭିଡ଼ ପରିଲକ୍ଷିତ ହେଲାଣି। ସେହିପରି ଚଳିତବର୍ଷର ଶେଷ ରବିବାର ଛୁଟିଦିନରେ ପୁରୀରେ ଭକ୍ତ ଓ ପର୍ଯ୍ୟଟକଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା। ଭକ୍ତମାନେ ବ୍ୟାରିକେଡ୍‌ରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ। ତେବେ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗଙ୍କ ନିମନ୍ତେ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇ ନ ଥିବା ଅନେକ ଭକ୍ତ ଅଭିଯୋଗ ଆଣି ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ପ୍ରଶାସନ ପକ୍ଷରୁ ମାର୍କେଟଛକଠାରୁ ବ୍ୟାରିକେଡ୍‌ କରାଯାଇଛି। ତେବେ ଛୋଟପିଲା ଓ ବୃଦ୍ଧାବୃଦ୍ଧ ସମସ୍ତଙ୍କୁ ବ୍ୟାରିକେଡ୍‌ରେ ଘଣ୍ଟାଘଣ୍ଟା ଠିଆହେବାକୁ ପଡୁଛି। ବ୍ୟାରିକେଡ୍‌ ମଧ୍ୟରେ ପର୍ଯ୍ୟାପ୍ତ ପରିମାଣର ପିଇବା ପାଣି ବ୍ୟବସ୍ଥା ନ ଥିବାରୁ ଭକ୍ତ ଡହଳବିକଳ ହୋଇଥିଲେ। ଗଞ୍ଜାମରୁ ଆସିଥିବା ଏସ୍‌.ରୂପାବତୀ ପୃଷ୍ଟିଙ୍କ କହିବା ଅନୁଯାୟୀ, ସେ ତାଙ୍କ ପରିବାର ସହ ନୂଆବର୍ଷ କଟାଇବା ନିମନ୍ତେ ପୁରୀ ଆସିଛନ୍ତି। ରବିବାର ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସିଥିଲେ। ପ୍ରଶାସନ ପକ୍ଷରୁ କରାଯାଇଥିବା ବ୍ୟାରିକେଡ୍‌ ଦେଇ ଶ୍ରୀମନ୍ଦିରକୁ ଯାଇଥିଲେ। ପ୍ରାୟ ୪ରୁ ୫ ଘଣ୍ଟା ବ୍ୟାରିକେଡ୍‌ରେ ଠିଆ ହେବାକୁ ପଡ଼ିଲା। ତେଣୁ ପ୍ରଶାସନ ପକ୍ଷରୁ ଅଧିକ ବ୍ୟବସ୍ଥା କରାଯିବା ଆବଶ୍ୟକ। ସେହିପରି ଆସାମରୁ ଆସିଥିବା ପୂଜାରାଣୀ ଚକ୍ରବର୍ତ୍ତୀ କହିଛନ୍ତି, ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ପରିବାର ସହ ଆସିଥିଲୁ। ଭୋର ୩ଟାରୁ ଧାଡ଼ିରେ ଠିଆହେବା ପରେ ସକାଳ ପ୍ରାୟ ୯ଟା ୩୦ ବେଳକୁ ଦର୍ଶନ କରିବାର ସୁଯୋଗ ମିଳିଲା। ବହୁତ ସମୟ ଧରି ଅପେକ୍ଷା କରିବାକୁୁ ପଡ଼ୁଛି। ସେହିପରି ପ୍ରବଳ ଗହଳି କାରଣରୁ ପରିବାର ଲୋକେ ହଜିଯାଉଛନ୍ତି। ତେଣୁ ଏହି ସମସ୍ୟା ଉପରେ ପ୍ରଶାସନ ଗୁରୁତ୍ୱ ଦେବା ଆବଶ୍ୟକ। ଅନ୍ୟପକ୍ଷରେ ପୂର୍ବତନ ପରିଚାଳନା କମିଟି ସଦସ୍ୟ ଦୁର୍ଗା ଦାସ ମହାପାତ୍ର କହିଛନ୍ତି, ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ଭିଡ଼ ହେଉଛି। ବିଗତ କିଛିବର୍ଷ ହେବ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି, କିନ୍ତୁ ମନ୍ଦିର ପରିସର ବୃଦ୍ଧି ପାଉନାହିଁ। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କୁ ଭଲ ଭାବେ ଦର୍ଶନ କରାଯିବାର ବ୍ୟବସ୍ଥା କରାଯାଉଛି। ସେବାୟତମାନେ ମଧ୍ୟ ସହଯୋଗ କରୁଛନ୍ତି। ସେହିପରି ଏସ୍‌ପି ବିନୀତ ଅଗ୍ରୱାଲ କହିଛନ୍ତି, ଭକ୍ତଙ୍କ ସୁବିଧା ନିମନ୍ତେ ବ୍ୟାରିକେଡ୍‌ ବ୍ୟବସ୍ଥା ସହ ବ୍ୟାପକ ପୋଲିସ ନିୟୋଜିତ କରାଯାଇଛି। ସ୍ବତନ୍ତ୍ର ଟିମ୍‌ ଏବଂ ସ୍ବେଚ୍ଛାସେବୀ ନିୟୋଜିତ ରହି ଦିବ୍ୟାଙ୍ଗ ଓ ବରିଷ୍ଠ ନାଗରିକଙ୍କୁ ଦର୍ଶନ କରିବାରେ ସହଯୋଗ କରିବେ ବୋଲି ଏସ୍‌ପି କହିଛନ୍ତି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଭକ୍ତଙ୍କ ଭିଡ଼ ଓ ଶୃଙ୍ଖଳିତ ଦର୍ଶନକୁ ଦୃଷ୍ଟିରେ ରଖି ନାଟମଣ୍ଡପରୁ ସମସ୍ତ ଅବରୋଧ ହଟାଯିବା ସହ ଅଧିକୃତ ଆବଶ୍ୟକୀୟ ଆଲମିରାକୁ ଛାଡ଼ି ସମସ୍ତ ଅନଧିକୃତ ଅବରୋଧକୁ ହଟାଯାଇଛି। ବର୍ଷର ଶେଷଦିନ ଅର୍ଥାତ୍‌ ଡିସେମ୍ବର ୩୧ ଓ ବର୍ଷର ପ୍ରଥମ ଦିନ ଅର୍ଥାତ୍‌ ଜାନୁଆରୀ ୧ ତାରିଖରେ ଭକ୍ତମାନେ କେବଳ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ପ୍ରବେଶ କରିବେ ଏବଂ ଅନ୍ୟ ତିନିଦ୍ୱାର ଦେଇ ପ୍ରସ୍ଥାନ କରିବେ। ମହାପ୍ରଭୁଙ୍କ ନୀତିକାନ୍ତିକୁ ଶୃଙ୍ଖଳିତ କରି ଦର୍ଶନ ବ୍ୟବସ୍ଥାକୁ ବ୍ୟବସ୍ଥିତ କରିବାକୁ ସେବାୟତଙ୍କ ସହ ଆଲୋଚନା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୋଡ଼ମାପେଟା ବେଳାଭୂମି ଅବକ୍ଷୟ, ଭୟରେ ଅଞ୍ଚଳବାସୀ

ଗଞ୍ଜାମ,୨୨ା୮(ବିଦ୍ୟାଧର ସାହୁ): ଦିନକୁ ଦିନ ଅଶାନ୍ତ ହୋଇ ପଡୁଛି ସମୁଦ୍ର। ଉଚ୍ଚ ଲହଡି ଯୋଗୁ କୂଳ ଖାଉଥିବା ବେଳେ ଭୟରେ ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ। ଗଞ୍ଜାମ ଜିଲାର…

ପୁଣି ଭାଇରାଲ ହେଲେ ରାନୁ ମଣ୍ଡଳ, ଏହି ରୋମାଣ୍ଟିକ୍‌ ଗୀତ ଗାଇ…

କୋଲକାତା,୨୨ା୮: ଯେତେବେଳେ ଆମେ ଷ୍ଟ୍ରିଟ୍‌ ଗାୟିକା/ଗାୟକଙ୍କ କଥା ଭାବୁ ପ୍ରଥମେ ରାନୁ ମଣ୍ଡଳଙ୍କ ନାଁ ମନେ ପଡ଼େ। ଜଣେ ଷ୍ଟ୍ରିଟ୍‌ ଗାୟିକା ହେବା ସହିତ ସେ ଜଣେ…

ସାପ ନେଲା ଚାଷୀଙ୍କ ଜୀବନ

ପାତ୍ରପୁର,୨୨ା୮(ଉମା ଚରଣ ନେପାକ): ଜରଡ଼ା ଥାନା ଆମପୁର ପଞ୍ଚାୟତ ମହାଦେଈପୁର ଗ୍ରାମରେ ସାପ କାମୁଡ଼ାରେ ଜଣେ ଚାଷୀଙ୍କ ମୃତ୍ୟୁ ଘଟିଛି। ସେ ହେଲେ ବାସୁଦେବ ପ୍ରଧାନ(୬୪)। ଶନିବାର…

ଘରେ ବସି ସ୍କୁଲ ପ୍ରୋଜେକ୍ଟ କରୁଥିଲେ ଛାତ୍ର, ମାରିଲା କରେଣ୍ଟ…

ଖଲ୍ଲିକୋଟ,୨୨।୮( ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବ୍ଲକ ଅଧୀନ କୈରାସି ଗ୍ରାମରେ ଶନିବାର ଏକ ଦୁଃଖଦ ଘଟଣା ଘଟିଛି। ବିଦ୍ୟୁତ୍‌ କରେଣ୍ଟ ଲାଗି ଜଣେ…

ଲଘୁଚାପ ଛଡାଇ ନେଇଛି ମତ୍ସ୍ୟଜୀବୀଙ୍କ ଜୀବିକା

ଛତ୍ରପୁର, ୨୨ା୮ (ଦ୍ୱାରକା ପଟ୍ଟନାୟକ/ଦିଲୀପ ସାମଲ): ବଙ୍ଗୋପସାଗରରେ ସୃଷ୍ଟି ହେଉଛି ତୁହାକୁ ତୁହା ଲଘୁଚାପ। ଏଥିପାଇଁ ସମୁଦ୍ର ଅଶାନ୍ତ ରହିଛି। ମତ୍ସ୍ୟଜୀବୀଙ୍କ ସୁରକ୍ଷା ପାଇଁ ଆଞ୍ଚଳିକ ପାଣିପାଗ…

ପୋଲିସର ନିଶାମୁକ୍ତ ଅଭିଯାନକୁ ନେଇ ବଢ଼ିଲା ଚର୍ଚ୍ଚା

କୋକସରା,୨୨ା୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ପକ୍ଷରୁ ଗତ କିଛିଦିନ ହେଲା ନିଶା ମୁକ୍ତ ଅଭିଯାନ ଆରମ୍ଭ ହୋଇଛି। ଅଞ୍ଚଳର ବିଭିନ୍ନ ସ୍କୁଲ, କଲେଜ…

ପାରାଦୀପରୁ ବାହାରିଥିବା ଜାହାଜ ଗଭୀର ସମୁଦ୍ରରୁ ନିଖୋଜ, ଏଥିରେ ଥିଲେ ୨୪ ନାବିକ, ଚାଲିଛି ଖୋଜା

ପାରାଦୀପ,୨୨ା୮(ଶରତ ରାଉତ): ପାରାଦୀପ ବନ୍ଦରରୁ ଲୁହାପଥର ବୋଝେଇ କରି ଚାଇନା ଯାଉଥିବା ଏକ ପଣ୍ୟବାହୀ ଜାହାଜ ଏମ୍‌ଭି ‘ଓସେନ ଓ୍ବିନର’ ଗତ ଶୁକ୍ରବାର ରାତିରୁ ନିଖୋଜ ଥିବା…

ବନ୍ଧୁକ ଦେଖାଇ ଗହଣା ବ୍ୟବସାୟୀଙ୍କଠାରୁ ଦୁର୍ବୃତ୍ତ ଲୁଟିନେଲେ ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ବାଇକ୍‌ ଛାଡ଼ି…

ମୋରଡ଼ା,୨୨ା୮(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡା ଥାନା ଅଞ୍ଚଳରେ ବନ୍ଧୁକ ମୁନରେ ଜଣେ ଗହଣା ବ୍ୟବସାୟୀଙ୍କୁ ଲୁଟ୍‌ ହୋଇଛି। ସୂଚନା ଅନୁଯାୟୀ, ଶୁଳିଆପଦା ଥାନା ଅଧୀନ କୋଷ୍ଠା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri