ନୂଆଦିଲ୍ଲୀ,୧୨।୮: ଘରରୁ ବିପୁଳ ପରିମାଣର ନଗଦ ଟଙ୍କା ମିଳିବା ପରେ ବିବାଦ ମଧ୍ୟକୁ ଆସିଛନ୍ତି ଜଷ୍ଟିସ ଯଶୱନ୍ତ ବର୍ମା। ତାଙ୍କୁ ବହିଷ୍କାର କରିବା ପାଇଁ ଆସିଥିବା ପ୍ରସ୍ତାବକୁ ନଜରରେ ରଖି ମଙ୍ଗଳବାର ଲୋକସଭା ବାଚସ୍ପତି ଓମ୍ ର୍ବିଲା ୩ ଜଣିଆ ତଦନ୍ତ କମିଟି ଗଠନ କରିଛନ୍ତି।
କମିଟିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଅରବିନ୍ଦ କୁମାର, ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ମନିନ୍ଦର ମୋହନ ଓ ବରିଷ୍ଠ ଆଇନଜୀବୀ ବିଭି ଆଚାର୍ଯ୍ୟ ରହିଛନ୍ତି।


