ଭଞ୍ଜନଗର,୨୬।୩(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ଭଞ୍ଜନଗର ନିକଟସ୍ଥ ଡହ ଜଳସମ୍ପଦ ବିଭାଗ ଏସଡିଓ ପଞ୍ଚୁ ବେହେରାଙ୍କ ସରକାରୀ କାର୍ଯ୍ୟାଳୟ ଏବଂ ବାସଭବନରେ ଭିଜିଲାନ୍ସ ଟିମ ଗୁରୁବାର ସକାଳୁ ଆୟ ବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ଚଢାଉ କରିଛି। ଏକା ସମୟରେ ୫ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ସମୟରେ ତାଙ୍କ ଘରୁ ନଗଦ ୧୮.୯୦ ଲକ୍ଷ ଟଙ୍କା, ୫୭ ଲକ୍ଷ ଟଙ୍କା ମୂଲ୍ୟର ୧ କଂକ୍ରିଟ ମିଶ୍ରଣ ମେଶିନ, ୩୭ ଲକ୍ଷ ଟଙ୍କା ମୂଲ୍ୟର ଗୋଟିଏ ଜେସିବି ମେଶିନ, ଗୋଟିଏ ଚାରି ଚକିଆ (ହୁଣ୍ଡାଇ ଆଇ-୨୦) ଏବଂ ୩ଟି ଦୁଇ ଚକିଆ ଯାନ, ବ୍ରହ୍ମପୁର ଟାଉନରେ ୧ ବହୁମହଲା କୋଠା, ୫ଟି ମୂଲ୍ୟବାନ ପ୍ଲଟ ଥିବା ଜଣାପଡ଼ିଛି। କେବଳ ଏତିକି ନୁହେଁ, ତାଙ୍କ ଘରୁ ପୁଳାପୁଳା ସୁନା ଗହଣା ମଧ୍ୟ ମିଳିଛି। ବ୍ୟାଙ୍କ, ପୋଷ୍ଟାଲ ଜମା ଏବଂ ଅନ୍ୟାନ୍ୟ ଆର୍ଥିକ ନିବେଶ ବିଷୟରେ ଯାଞ୍ଚ କରାଯାଉଛି।
ଭିଜିଲାନ୍ସର ୩ଜଣ ଡିଏସପି, ୭ ଜଣ ଇନ୍ସପେକ୍ଟର ସହ ଅନ୍ୟାନ୍ୟ କର୍ମଚାରୀ ମିଳିତ ଭାବେ, ବ୍ରହ୍ମପୁର ଭିଜିଲାନ୍ସ ବିଶେଷ ନ୍ୟାୟାଧୀଶଙ୍କ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଗଞ୍ଜାମ ଜିଲାର ୫ଟି ସ୍ଥାନରେ ଏକା ସମୟରେ ଚଢାଉ ଚାଲିଥିଲା। ସେଗୁଡ଼ିକ ହେଲା ବସନ୍ତ ବିହାର, ବ୍ରହ୍ମପୁରରେ ଅବସ୍ଥିତ ବାସଗୃହ, ଭଞ୍ଜନଗର ସରକାରୀ କ୍ୱାର୍ଟର,ଭଞ୍ଜନଗର ଅଫିସ କାର୍ଯ୍ୟାଳୟ, ପୋଲସରାରେ ପୈତୃକ ଘର, ବୀମା ନଗର, ବ୍ରହ୍ମପୁରରେ ଆତ୍ମୀୟଙ୍କ ଘରେ ଚଢ଼ାଉ ଚାଲିଥିଲା।
Dharitri – Odisha’s No.1 Odia Daily

