ଏଏମ୍‌ଏନ୍‌ଏସ୍‌କୁ ଏଚ୍‌ଏସ୍‌ଇ ଇନୋଭେଶନ୍‌ ଆଓ୍ବାର୍ଡ

ଭୁବନେଶ୍ୱର, ୪।୧୨ (ଅଭୟ ଦାଶ): ଆର୍ସେଲର ମିତ୍ତଲ ନିପନ୍‌ ଷ୍ଟିଲ (ଏଏମ୍‌ଏନ୍‌ଏସ୍‌) ଇଣ୍ଡିଆ ଲିମିଟେଡକୁ ନିକଟରେ ଆଉ ଏକ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି। ଉଲ୍ଲେଖଯୋଗ୍ୟ, ପୁଣେର ପ୍ରୋ-ଏମ୍‌ଏଫ୍‌ଜି ମିଡ଼ିଆ ଦ୍ୱାରା ଆୟୋଜିତ କ୍ୟୁୟୁପିଆଇଡି କନ୍‌ଫରେନ୍ସ ଆଣ୍ଡ ଆୱାର୍ଡ-୨୦୨୩ ସମାରୋହରେ ଏଏମ୍‌ଏନଏସ୍‌କୁ ଏଚ୍‌ଏସଇ ଇନୋଭେଶନ୍‌ ଆଓ୍ବାର୍ଡ-୨୦୨୩ ପ୍ରଦାନ କରାଯାଇଛି। ବିଶେଷ କରି ବୃହତ ପ୍ରକ୍ରିୟା ପ୍ଲାଣ୍ଟ ବର୍ଗରେ ଏଏମ୍‌ଏନଏସ୍‌ ଇଣ୍ଡିଆର ଓଡ଼ିଶା ଅପରେସନ୍ସକୁ ଉକ୍ତ ପୁରସ୍କାର ଦିଆଯାଇଛି। ଏପରିକି କମ୍ପାନୀର ଏହା ଏକ ଉଲ୍ଲେଖନୀୟ ସଫଳତା ହୋଇଥିବାବେଳେ ସମଗ୍ର ଭାରତର ୩୫୦ରୁ ଅଧିକ ଅନୁଷ୍ଠାନ ବିଭିନ୍ନ ବର୍ଗରେ ପ୍ରାୟ ୭୦୦ ନାମାଙ୍କନ କରିଥିଲେ।
ଏ ସମ୍ପର୍କରେ ଏଏମ୍‌ଏନଏସ୍‌ ଇଣ୍ଡିଆ ଏବଂ ଇଣ୍ଡୋନେସିଆର ହେଡ (ଏଚ୍‌ ଆଣ୍ଡ ଏସ୍‌) ସାରଙ୍ଗ ଅରୁଣ ମହାଜନ କହିଛନ୍ତି, ଆମେ ଶୂନ୍ୟ ଦୁର୍ଘଟଣା ପାଇଁ ପ୍ରତିଶ୍ରୁତିବଦ୍ଧ ରହିଛୁ। ଏପରିକି ଏଚଏସଇ ନୀତି ଓ ମାନଦଣ୍ଡର ଉନ୍ନତି ଉପରେ ଆମେ ବିଶେଷ ଧ୍ୟାନ ଦେବା ଜାରି ରଖିଛୁ। ସେହିଭଳି ଏଏମ୍‌ଏନଏସ୍‌ ଇଣ୍ଡିଆର ଓଡ଼ିଶା ଅପରେସନ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୁରେଶା.ଜି କହିଛନ୍ତି, ଏଚ୍‌ଏସଇ ଇନୋଭେଶନ୍‌ ଆୱାର୍ଡ ପାଇ ଆମେ ବେଶ୍‌ ଉତ୍ସାହିତ ଅଛୁ। ଏପରିକି ଏହା ଏକ କର୍ମକ୍ଷେତ୍ର ଓ ସଂସ୍କୃତି ପ୍ରତିପାଦନ କରିବା ପାଇଁ ଆମର ଅଦମ୍ୟ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?