ଆଇଫା ୨୦୨୩: ହ୍ରିତକଙ୍କୁ ବେଷ୍ଟ ଆକ୍ଟର ଆଓ୍ବାର୍ଡ

ମୁମ୍ବାଇ: ବଲିଡଉର ଆଗଧାଡିର ଅଭିନେତା ହେଉଛନ୍ତି ହ୍ରିତିକ ରୋଶନ। ଅଭିନୟର ଯାଦୁରେ ପ୍ରଶଂସକଙ୍କୁ ଦିଓ୍ବାନା କରିଥାଆନ୍ତି ଏହି ଅଭିନେତା। କିଛିଦିନ ହେବ ଏହି ଅଭିନେତା ଲାଇମ ଲାଇଟରେ ଛାଇ ହୋଇ ରହିଛନ୍ତି। ଏହାରି ଭିତରେ ହ୍ରିତିକ ରୋଶନଙ୍କୁ ଆଇଫା ଆଓ୍ବାର୍ଡ ୨୦୨୩ରେ ବେଷ୍ଟ ଆକ୍ଟର ଆଓ୍ବାର୍ଡ ଦିଆଯାଇଛି। ଏହି ଅବସରରେ ଅଭିନେତା ନିଜର ଖୁସି ଜାହିର କରିଛନ୍ତି।

ହ୍ରିତିକ ରୋଶନ ତାଙ୍କ ଚଳଚ୍ଚିତ୍ର ‘ବିକ୍ରମ ବେଧା’ ପାଇଁ ଏହି ପୁରସ୍କାର ପାଇଛନ୍ତି। ଚଳଚ୍ଚିତ୍ରରେ ହ୍ରିତିକ ଦର୍ଶକଙ୍କ ହୃଦୟ ଜିତିବା ପାଇଁ କୌଣସି କମି ଛାଡି ନ ଥିଲେ । ଏହି ଅବସରରେ ହ୍ରିତିକ କହିଛନ୍ତି, ‘ବେଧା’ ମୋ ଭିତରେ ଥିବା ପାଗଳାମିକୁ ଆବିଷ୍କାର କରିବାରେ ସାହାଯ୍ୟ କଲା ଯାହା ମୁଁ ଜାଣି ନ ଥିଲି। ଏଥିପାଇଁ ମୁଁ ୟୁନିଭର୍ସ ଏବଂ ବେଧାକୁ ଧନ୍ୟବାଦ ଦେଉଛି, ଯିଏ ମୋତେ ସେହି ପାଗଳାମିକୁ ଖୋଜିବା ଏବଂ ଏହାକୁ ସମ୍ଭାଳିବାକୁ ଶକ୍ତି ଦେଇଛି।
ନିକଟରେ ଆଇଫା ଆଓ୍ବାର୍ଡ ୨୦୨୩ ଇଭେଣ୍ଟରେ ହ୍ରିତିକ ରୋଶନଙ୍କ ଧମାକେଦାର ଆକ୍ଟ ଦର୍ଶକଙ୍କୁ ପୁଣି ଥରେ ପ୍ରଭାବିତ କରିଥିଲା। ଏହା ସହିତ ହ୍ରିତିକ ପୁରସ୍କାର ଜିତିଥିବାରୁ ଅନେକ ବାଃ ବାଃ ପାଇଥିଲେ। କେତେକ ଦର୍ଶକ ‘ବେଧା’କୁ ତାଙ୍କ କ୍ୟାରିୟରର ସର୍ବୋତ୍ତମ ପ୍ରଦର୍ଶନ ବୋଲି ଭାବନ୍ତି । ଏହି ଚଳଚ୍ଚିତ୍ରରେ ହ୍ରିତିକ ଅତ୍ୟନ୍ତ ବିପଜ୍ଜନକ ଏବଂ ଅତ୍ୟନ୍ତ ଆକର୍ଷଣୀୟ ଏବଂ ମନୋରଞ୍ଜନ ମଧ୍ୟ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri