‘ହ୍ରିତିକ ବିସ୍କ ଫାର୍ମର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର’

ନୂଆଦିଲ୍ଲୀ,୧୧।୧୨: ଦେଶର ପ୍ରମୁଖ ବିସ୍କୁଟ ଓ ବେକରି ବ୍ରାଣ୍ଡ୍‌ ବିସ୍କ ଫାର୍ମ ପକ୍ଷରୁ ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ ଗୁଗ୍‌ଲି ବିସ୍କୁଟ୍‌ ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଏପରିକି ହ୍ରିତିକଙ୍କ ଚର୍ଚ୍ଚିତ ନୃତ୍ୟଶୈଳୀକୁ ନେଇ ବିସ୍କ ଫାର୍ମ ଗୁଗ୍‌ଲି ବିସ୍କୁଟର ସ୍ଲୋଗାନ ‘ଟେଷ୍ଟ ୱିଥ୍‌ ଏ ଟ୍ବିଷ୍ଟ୍‌’ ଅନୁସାରେ ପ୍ରଥମ ଟେଲିଭିଜନ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ଗୁଗ୍‌ଲି ଟ୍ବିଷ୍ଟର ନାମକ ଉକ୍ତ ଅଭିଯାନରେ ହ୍ରିତିକଙ୍କ ନୂଆ ଗୁଗ୍‌ଲି ନୃତ୍ୟଶୈଳୀ ମଧ୍ୟ ଦେଖିବାକୁ ମିଳିବ। ମିଠା ଓ ଲୁଣିଆ ସ୍ବାଦର ଏକ ଚମତ୍କାର ମିଶ୍ରଣ ଜରିଆରେ ବିସ୍କ ଫାର୍ମର ଗୁଗ୍‌ଲି ବିସ୍କୁଟ ନୂଆ ବର୍ଗ ସୃଷ୍ଟି କରିଛି। ଏହା ଗ୍ରାହକମାନଙ୍କୁ ବେଶ୍‌ ପ୍ରଭାବିତ କରିଥିବା ବେଳେ ବିସ୍କୁଟପ୍ରେମୀଙ୍କ ପସନ୍ଦରେ ପରିଣତ ହୋଇଛି। ଅପରପକ୍ଷରେ ହ୍ରିତିକଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଉକ୍ତ ଅଭିଯାନ ଜରିଆରେ ଏହି ବ୍ରାଣ୍ଡ୍‌କୁ ଏସ୍‌ଏଜେ ଫୁଡ୍‌ସ ଜାତୀୟସ୍ତରକୁ ନେବାକୁ ଏବଂ ଏହାର ସ୍ବତନ୍ତ୍ର ସ୍ବାଦ ଚାଖିବା ଲାଗି ଗ୍ରାହକମାନଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ଏସ୍‌ଏଜେ ଫୁଡ୍‌ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅର୍ପଣ ପଲ୍‌ କହିଛନ୍ତି, ବିସ୍କ ଫାର୍ମରେ ନବସୃଜନ ଆମ ଡିଏନ୍‌ଏରେ ରହିଛି ଏବଂ ଆମେ ବିଶ୍ୱାସକରୁ ଯେ ଆର ଆଣ୍ଡ୍‌ ଡି ଓ ଉପତ୍ାଦ ବିକାଶ ଉପରେ ଆମର ଗୁରୁତ୍ୱ ହେଉଛି ଆମ ସଫଳତାର ଅନ୍ୟତମ ପ୍ରମୁଖ ଉପାଦାନ। ଗୁଗ୍‌ଲି ବିସ୍କୁଟର ବର୍ଗମାଳାକୁ ଶୁଭାରମ୍ଭ କରିବାରେ ଆମେ ଏହି ବର୍ଗରେ ବିପ୍ଳବ ଆଣିଥିଲୁ ଏବଂ ଏହାର ନାମ ଅନୁସାରେ ଗ୍ରାହକମାନେ ତାହାର ସ୍ବାଦରେ ବିମୋହିତ ହୋଇଯାଇଥିଲେ। ଆମର ନୂଆ ଟିଭିସି ଆଣିବା ଲାଗି ହ୍ରିତିକଙ୍କ ସହ ସହଯୋଗିତାକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ବିଶ୍ୱାସ ରହିଛି ଯେ ଏହି ନୂତନ ଅଭିଯାନକୁ ସାରା ଦେଶର ଗ୍ରାହକମାନେ ପସନ୍ଦ କରିବେ। ସେହିଭଳି ଏସ୍‌ଏଜେ ଫୁଡ୍‌ସର ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ସିଂହ କହିଛନ୍ତି, ଏସ୍‌ଏଜେ ଫୁଡସ ବର୍ତ୍ତମାନ ଭାରତର ୪ର୍ଥ ବୃହତମ ବିସ୍କୁଟ ଓ ବେକରି ନିର୍ମାଣକାରୀ କମ୍ପାନୀର ସ୍ଥିତି ହାସଲ କରିଥିବା ବେଳେ ଭାରତର ୨୩ଟି ରାଜ୍ୟରେ ଉପସ୍ଥିତି ଜାହିର କରିଛି। ଆମ ଲକ୍ଷ୍ୟ ହେଉଛି ବିସ୍କ ଫାର୍ମକୁ ବାସ୍ତବରେ ଏକ ଜାତୀୟ ବ୍ରାଣ୍ଡ୍‌ରେ ପରିଣତ କରିବା। ଏକ ବର୍ଦ୍ଧିତ ବ୍ରାଣ୍ଡ୍‌ ପାଇଁ ହ୍ରିତିକଙ୍କ ଭଳି ବ୍ୟକ୍ତିତ୍ୱ ବେଶ୍‌ ଉପଯୋଗୀ ଏବଂ ତାଙ୍କୁ ନେଇ ଗୁଗ୍‌ଲିର ପ୍ରଚାର ଆମ ବ୍ରାଣ୍ଡ୍‌ ସଚେତନତା ବଢ଼ାଇବା ଏବଂ ଆମେ ପହଞ୍ଚିବାକୁ ଚାହଁୁଥିବା ଲୋକମାନଙ୍କ ମଧ୍ୟରେ ଦୃଢ଼ ବ୍ରାଣ୍ଡ୍‌ ପରିଚୟ ସୃଷ୍ଟି କରିବା ଲାଗି ଆମକୁ ସୁଯୋଗ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟିପିସିଓଡିଏଲ୍‌ ପକ୍ଷରୁ ଟିଏମ୍‌ୟୁର ଶୁଭାରମ୍ଭ

ଭୁବନେଶ୍ୱର,୭।୫: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁଶନ୍‌ ଲିମିଟେଡ୍‌ (ଟିପିସିଓଡିଏଲ୍‌)ର ବହୁ ପ୍ରତୀକ୍ଷିତ ତଥା ନୂତନ ଜ୍ଞାନକୌଶଳରେ...

ଅଗଷ୍ଟରେ ୪ଜି ସେବା ଆରମ୍ଭ କରିବ ବିଏସ୍‌ଏନ୍‌ଏଲ୍‌

ନୂଆଦିଲ୍ଲୀ,୭।୫ (ଅଭୟ ଦାଶ): ଚଳିତ ବର୍ଷ ଅଗଷ୍ଟରେ ଭାରତ ସଞ୍ଚାର ନିଗମ ଲିମିଟେଡ ବା ବିଏସ୍‌ଏନ୍‌ଏଲ୍‌ ୪ଜି ସେବା ଆନୁଷ୍ଠାନିକ ଭାବେ ସର୍ବଭାରତୀୟ ସ୍ତରରେ ଆରମ୍ଭ କରିବ...

ଏଇଏଲ୍‌ର ଆର୍ଥିକ ଫଳାଫଳ

ଭୁବନେଶ୍ୱର,୭।୫: ଆଦାନି ଗ୍ରୁପ୍‌ର ପ୍ରମୁଖ କମ୍ପାନୀ ଆଦାନି ଏଣ୍ଟରପ୍ରାଇଜେସ୍‌ ଲିମିଟେଡ୍‌ (ଏଇଏଲ୍‌)ର ନିର୍ଦ୍ଦେଶକମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ କମ୍ପାନୀର କାରବାର ଓ...

ଏପିକ୍‌ ନ୍ୟୁ ସ୍ବିଫ୍ଟର ପ୍ରି-ବୁକିଂ ଆରମ୍ଭ

ଭୁବନେଶ୍ୱର,୭।୫: ମାରୁତି ସୁଜୁକୀ ଇଣ୍ଡିଆ ଲିମିଟେଡ୍‌ ବା ଏମ୍‌ଏସ୍‌ଆଇଏଲ୍‌ର ବହୁ ପ୍ରତୀକ୍ଷିତ ତଥା ୪ର୍ଥ ପିଢ଼ିର ନୂତନ ମଡେଲ ‘ଏପିକ୍‌ ନ୍ୟୁ ସ୍ବିଫ୍ଟ’ର ଓ୍ବାର୍ଲଡ ପ୍ରିମିୟର (ଟ୍ରିଜର)...

ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି

ଭୁବନେଶ୍ୱର,୭।୫(ଅନୁରାଧା ମହାରଣା): କ୍ରମାଗତ ଭାବେ ଗୃହଋଣରେ ଉଲ୍ଲେଖନୀୟ ଅଭିବୃଦ୍ଧି ହେଉଛି। ଏପରିକି ଦେଶରେ ଗୃହ ଋଣ ପରିମାଣ ଆଶ୍ଚର୍ଯ୍ୟଜନକ ଭାବେ ବଢ଼ିବାରେ ଲାଗିଛି। ଗତ ୨...

ଭବିଷ୍ୟତରେ କେଉଁ ସୁନା ଅଧିକ ଟଙ୍କା ଦେବ ୨୨ କ୍ୟାରେଟ୍‌ ନା ୨୪ କ୍ୟାରେଟ୍‌, ଜାଣି ରଖନ୍ତୁ…

ସୁନା କେବଳ ମହିଳାଙ୍କ ପସନ୍ଦ ନୁହେଁ, ଏହା ନିବେଶକଙ୍କ ପସନ୍ଦ ମଧ୍ୟ ଅଟେ। ଏହା କେବଳ ପସନ୍ଦ ବିଷୟ ନୁହେଁ, ସୁନା ଏହାର ଦୀର୍ଘକାଳୀନ ମୂଲ୍ୟରେ...

ଉଚ୍ଚତର ଶିକ୍ଷା,ଗବେଷଣାକୁ ୟୁଜିସିର ପ୍ରାଧାନ୍ୟ

ଭୁବନେଶ୍ୱର,୬।୫: ରାଜ୍ୟରେ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଉତ୍କର୍ଷ ହାସଲ ଲାଗି ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପ୍ରାଧାନ୍ୟ ଦେଉଛି, ଏଥିପାଇଁ ପର୍ଯ୍ୟାପ୍ତ ଆର୍ଥିକ...

ଆଇଡିବିଆଇର ୪ର୍ଥ ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୬।୫: ଆଇଡିବିଆଇ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri