‘ହ୍ରିତିକ ବିସ୍କ ଫାର୍ମର ନୂଆ ବ୍ରାଣ୍ଡ୍‌ ଆମ୍ବାସାଡର’

ନୂଆଦିଲ୍ଲୀ,୧୧।୧୨: ଦେଶର ପ୍ରମୁଖ ବିସ୍କୁଟ ଓ ବେକରି ବ୍ରାଣ୍ଡ୍‌ ବିସ୍କ ଫାର୍ମ ପକ୍ଷରୁ ବଲିଉଡ୍‌ ସୁପରଷ୍ଟାର ହ୍ରିତିକ ରୋଶନଙ୍କୁ ଗୁଗ୍‌ଲି ବିସ୍କୁଟ୍‌ ପାଇଁ ବ୍ରାଣ୍ଡ୍‌ ଆମ୍ବାସାଡର ଭାବେ ନିଯୁକ୍ତ କରାଯାଇଛି। ଏପରିକି ହ୍ରିତିକଙ୍କ ଚର୍ଚ୍ଚିତ ନୃତ୍ୟଶୈଳୀକୁ ନେଇ ବିସ୍କ ଫାର୍ମ ଗୁଗ୍‌ଲି ବିସ୍କୁଟର ସ୍ଲୋଗାନ ‘ଟେଷ୍ଟ ୱିଥ୍‌ ଏ ଟ୍ବିଷ୍ଟ୍‌’ ଅନୁସାରେ ପ୍ରଥମ ଟେଲିଭିଜନ ବିଜ୍ଞାପନ ପ୍ରସ୍ତୁତ କରାଯାଇଛି। ଗୁଗ୍‌ଲି ଟ୍ବିଷ୍ଟର ନାମକ ଉକ୍ତ ଅଭିଯାନରେ ହ୍ରିତିକଙ୍କ ନୂଆ ଗୁଗ୍‌ଲି ନୃତ୍ୟଶୈଳୀ ମଧ୍ୟ ଦେଖିବାକୁ ମିଳିବ। ମିଠା ଓ ଲୁଣିଆ ସ୍ବାଦର ଏକ ଚମତ୍କାର ମିଶ୍ରଣ ଜରିଆରେ ବିସ୍କ ଫାର୍ମର ଗୁଗ୍‌ଲି ବିସ୍କୁଟ ନୂଆ ବର୍ଗ ସୃଷ୍ଟି କରିଛି। ଏହା ଗ୍ରାହକମାନଙ୍କୁ ବେଶ୍‌ ପ୍ରଭାବିତ କରିଥିବା ବେଳେ ବିସ୍କୁଟପ୍ରେମୀଙ୍କ ପସନ୍ଦରେ ପରିଣତ ହୋଇଛି। ଅପରପକ୍ଷରେ ହ୍ରିତିକଙ୍କୁ ନେଇ ପ୍ରସ୍ତୁତ କରାଯାଇଥିବା ଉକ୍ତ ଅଭିଯାନ ଜରିଆରେ ଏହି ବ୍ରାଣ୍ଡ୍‌କୁ ଏସ୍‌ଏଜେ ଫୁଡ୍‌ସ ଜାତୀୟସ୍ତରକୁ ନେବାକୁ ଏବଂ ଏହାର ସ୍ବତନ୍ତ୍ର ସ୍ବାଦ ଚାଖିବା ଲାଗି ଗ୍ରାହକମାନଙ୍କୁ ଉତ୍ସାହିତ କରିବାକୁ ଲକ୍ଷ୍ୟ ରଖିଛି। ଏ ସମ୍ପର୍କରେ ଏସ୍‌ଏଜେ ଫୁଡ୍‌ସର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଅର୍ପଣ ପଲ୍‌ କହିଛନ୍ତି, ବିସ୍କ ଫାର୍ମରେ ନବସୃଜନ ଆମ ଡିଏନ୍‌ଏରେ ରହିଛି ଏବଂ ଆମେ ବିଶ୍ୱାସକରୁ ଯେ ଆର ଆଣ୍ଡ୍‌ ଡି ଓ ଉପତ୍ାଦ ବିକାଶ ଉପରେ ଆମର ଗୁରୁତ୍ୱ ହେଉଛି ଆମ ସଫଳତାର ଅନ୍ୟତମ ପ୍ରମୁଖ ଉପାଦାନ। ଗୁଗ୍‌ଲି ବିସ୍କୁଟର ବର୍ଗମାଳାକୁ ଶୁଭାରମ୍ଭ କରିବାରେ ଆମେ ଏହି ବର୍ଗରେ ବିପ୍ଳବ ଆଣିଥିଲୁ ଏବଂ ଏହାର ନାମ ଅନୁସାରେ ଗ୍ରାହକମାନେ ତାହାର ସ୍ବାଦରେ ବିମୋହିତ ହୋଇଯାଇଥିଲେ। ଆମର ନୂଆ ଟିଭିସି ଆଣିବା ଲାଗି ହ୍ରିତିକଙ୍କ ସହ ସହଯୋଗିତାକୁ ନେଇ ଆମେ ଅତ୍ୟନ୍ତ ଆନନ୍ଦିତ ଏବଂ ବିଶ୍ୱାସ ରହିଛି ଯେ ଏହି ନୂତନ ଅଭିଯାନକୁ ସାରା ଦେଶର ଗ୍ରାହକମାନେ ପସନ୍ଦ କରିବେ। ସେହିଭଳି ଏସ୍‌ଏଜେ ଫୁଡ୍‌ସର ପରିଚାଳନା ନିର୍ଦ୍ଦେଶକ ବିଜୟ କୁମାର ସିଂହ କହିଛନ୍ତି, ଏସ୍‌ଏଜେ ଫୁଡସ ବର୍ତ୍ତମାନ ଭାରତର ୪ର୍ଥ ବୃହତମ ବିସ୍କୁଟ ଓ ବେକରି ନିର୍ମାଣକାରୀ କମ୍ପାନୀର ସ୍ଥିତି ହାସଲ କରିଥିବା ବେଳେ ଭାରତର ୨୩ଟି ରାଜ୍ୟରେ ଉପସ୍ଥିତି ଜାହିର କରିଛି। ଆମ ଲକ୍ଷ୍ୟ ହେଉଛି ବିସ୍କ ଫାର୍ମକୁ ବାସ୍ତବରେ ଏକ ଜାତୀୟ ବ୍ରାଣ୍ଡ୍‌ରେ ପରିଣତ କରିବା। ଏକ ବର୍ଦ୍ଧିତ ବ୍ରାଣ୍ଡ୍‌ ପାଇଁ ହ୍ରିତିକଙ୍କ ଭଳି ବ୍ୟକ୍ତିତ୍ୱ ବେଶ୍‌ ଉପଯୋଗୀ ଏବଂ ତାଙ୍କୁ ନେଇ ଗୁଗ୍‌ଲିର ପ୍ରଚାର ଆମ ବ୍ରାଣ୍ଡ୍‌ ସଚେତନତା ବଢ଼ାଇବା ଏବଂ ଆମେ ପହଞ୍ଚିବାକୁ ଚାହଁୁଥିବା ଲୋକମାନଙ୍କ ମଧ୍ୟରେ ଦୃଢ଼ ବ୍ରାଣ୍ଡ୍‌ ପରିଚୟ ସୃଷ୍ଟି କରିବା ଲାଗି ଆମକୁ ସୁଯୋଗ ପ୍ରଦାନ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ଭାରତରେ କିଏ ସ୍ଥିର କରେ ଚିନି ଦାମ୍‌? ସରକାର ନା କୃଷକ, ଜାଣନ୍ତୁ…

ନୂଆଦିଲ୍ଲୀ,୨୩ା୮: ଚା’ କପ୍‌ରୁ ଆରମ୍ଭ କରି ପର୍ବପର୍ବାଣିର ମିଠା ପର୍ଯ୍ୟନ୍ତ, ଚିନି ପ୍ରତ୍ୟେକ ଘରର ଦୈନନ୍ଦିନ ଆବଶ୍ୟକତାର ଏକ ପ୍ରମୁଖ ଅଂଶ। ଏହି ସମୟରେ ଦେଶରେ ଚିନି…

ଆପଣଙ୍କର ପାଖରେ ଅଛି କି ପୁରୁଣା ପାସ୍‌ବୁକ୍‌? ଡିସେମ୍ୱର ୩୧ ପୂର୍ବରୁ ଶୀଘ୍ର ବଦଳାନ୍ତୁ, ଆସିଲା ନୂଆ ନିୟମ…

ନୂଆଦିଲ୍ଲୀ,୨୨।୮: ଯଦି ଆପଣ ବି ବ୍ୟାଙ୍କିଙ୍ଗ୍ କାରବାର ପାଇଁ ଚେକ୍‌ବୁକ୍ (Chequebook) ବ୍ୟବହାର କରୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଅତ୍ୟନ୍ତ ଦରକାରୀ ଖବର। ବାସ୍ତବରେ,…

ସେପ୍ଟେମ୍ବରରୁ ବଦଳିଯିବ ନିୟମ! ଅଗଷ୍ଟ ଶେଷ ପୂର୍ବରୁ କରିନିଅନ୍ତୁ ଏହି ୪ କାମ…

ନୂଆଦିଲ୍ଲୀ,୨୧ା୮: ଅଗଷ୍ଟ ମାସ ଶେଷ ହେବାକୁ ଯାଉଛି। ଏହା ସହ କିଛି ଜରୁରୀ ଆର୍ଥିକ କାମର ସମୟସୀମା ମଧ୍ୟ ଶେଷ ହେଉଛି। ଯଦି ଆପଣ ଏହି କାମଗୁଡ଼ିକ…

ରାସନ କାର୍ଡ ପାଖରେ ନଥିଲେ ବି ମିଳିବ ରାସନ! ଜାଣନ୍ତୁ ସରକାରଙ୍କ ପୂରା ନିୟମ…

ନୂଆଦିଲ୍ଲୀ,୨୧ା୮: ସରକାର ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଏବଂ ଅସହାୟ ଲୋକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଯୋଜନା ଚଳାନ୍ତି। ଯଦି ଆପଣ ମଧ୍ୟ ସରକାରୀ ରାସନରୁ ଉପକୃତ ହେଉଛନ୍ତି, ତେବେ…

SBI ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ୍‌, ଅକ୍ଟୋବର ୧ରୁ କ୍ୟାଶ୍‌ ଉଠାଇଲେ ଲାଗିବ ଏକ୍ସଟ୍ରା ଚାର୍ଜ

ନୂଆଦିଲ୍ଲୀ,୨୧ା୮: ଯଦି ଆପଣଙ୍କର ଆକାଉଣ୍ଟ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଅଛି ଏବଂ ଆପଣ ମାସକୁ ଅନେକ ଥର ବ୍ୟାଙ୍କ ଶାଖା (ବ୍ରାଞ୍ଚ) କୁ…

ଆଉ ଶସ୍ତା ନୁହେଁ, ମହଙ୍ଗା ହୋଇପାରେ ପେଟ୍ରୋଲ-ଡିଜେଲ! ଜାଣନ୍ତୁ ଦାମ୍‌ ବଢ଼ିବାର ବଡ଼ କାରଣ

ନୂଆଦିଲ୍ଲୀ,୨୧। ୮: ପେଟ୍ରୋଲ-ଡିଜେଲ ଦାମକୁ ନେଇ ପୁଣି ବଢ଼ିପାରେ ସାଧାରଣ ଲୋକଙ୍କ ଚିନ୍ତା। ଅନ୍ତର୍ଜାତୀୟ ବଜାରରେ କ୍ରୁଡ ଅଏଲ ମୂଲ୍ୟରେ ହଠାତ୍‌ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri