କେମିତି ରହିବେ ନୀରୋଗ: ଅବଲମ୍ବନ କରନ୍ତୁ ଏହି ଉପାୟ

ଶରୀରକୁ ସୁସ୍ଥ, ସୁନ୍ଦର ଓ ସନ୍ତୁଳିତ ରଖିବା ପାଇଁ ଶାରୀରିକ ବ୍ୟାୟାମ ସହ ଯୋଗର ମଧ୍ୟ ଆବଶ୍ୟକତା ରହିଛି। ବର୍ତ୍ତମାନର ବ୍ୟସ୍ତବହୁଳ ଜୀବନ ମଧ୍ୟରେ ଆମେ ଆମ ଶରୀରର ଠିକ୍‌ ଭାବରେ ଯତ୍ନ ନେବାକୁ କେତେକାଂଶରେ ଭୁଲିଯାଉଛେ। ଏହାଦ୍ୱାରା ଆମେ ରୋଗକୁ ପରୋକ୍ଷରେ ଆମନ୍ତ୍ରଣ କରୁଛେ। ତେଣୁ ନିଜକୁ ନୀରୋଗ ରଖିବାକୁ କେତୋଟି ସରଳ ଉପାୟ ରହିଛି। ପ୍ରଥମେ ପ୍ରତିଦିନ ସକାଳେ ଅତିକମ୍‌ରେ ଅଧଘଣ୍ଟାଏ ଚାଲନ୍ତୁ। ତା’ସହ ନିଜ ସାମର୍ଥ୍ୟ ଅନୁସାରେ କିଛି ବ୍ୟାୟାମ କରନ୍ତୁ। ଏହାବ୍ୟତୀତ ଯୋଗ, ପ୍ରାଣାୟାମକୁ ଏହି ତାଲିକାରେ ସାମିଲ କରିବାକୁ ଭୁଲନ୍ତୁ ନାହିଁ। ବିଶେଷଭାବରେ ଯୋଗ କରିବା ଦ୍ୱାରା ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗଗୁଡ଼ିକ ମଜଭୁତ ହୋଇଥାଏ। ଶରୀରରେ ରକ୍ତ ସଞ୍ଚାଳନ ମଧ୍ୟ ଠିକ୍‌ ଭାବେ ହୁଏ। ରକ୍ତଚାପକୁ ବି ଏହା ସନ୍ତୁଳିତ ଅବସ୍ଥାରେ ରଖେ। ଅନେକ ସମୟରେ ଅଧିକାଂଶ ଲୋକ ଚାପର ବଶବର୍ତ୍ତୀ ହୋଇଥିବା ଯୋଗୁଁ ସେମାନଙ୍କର ନିଦ୍ରାରେ ବ୍ୟାଘାତ ସୃଷ୍ଟି ହୋଇଥାଏ। ତେଣୁ ଶାନ୍ତ ମନରେ ରାତିରେ ୭-୮ଘଣ୍ଟା ଶୁଅନ୍ତୁ।

 

Dharitri – Odisha’s No.1 Odia Daily

 

Share