କେସିଙ୍ଗା,୧୩।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନ ବାଳସି ଗ୍ରାମସ୍ଥିତ ଜାହାର ଉଚ୍ଚ ବିଦ୍ୟାପୀଠଠାରେ ଶ୍ରୀ କମ୍ପ୍ୟୁଟର୍ ଏଜୁକେଶନ (ଶ୍ରୀ ରାମ ଇନଷ୍ଟିଚ୍ୟୁଟ ଅଫ କମ୍ପ୍ୟୁଟର୍ ଏଜୁକେଶନ)ପକ୍ଷରୁ ଦୁଇ ଦିନିଆ ‘ସୁରକ୍ଷିତ ଇଣ୍ଟରନେଟ ଦିବସ’ ଗୁରୁବାର ଓ ଶୁକ୍ରବାର ପାଳିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମରେ ଜବାହର ଉଚ୍ଚ ବିଦ୍ୟାପୀଠରେ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମକୁ କେନ୍ଦ୍ର ସମନ୍ବୟକାରୀ ଲିଖିତ କୁମାର ସାହୁ ଏବଂ ଲର୍ଣିଂ ଫାସିଲିଟେଟର ତଥା ପ୍ରଧାନ ଶିକ୍ଷକ ଅଭୟ କୁମାର ଦେବତା ସଫଳତାର ସହ ପରିଚାଳନା କରିଥିଲେ। ଇଣ୍ଟରନେଟ ବ୍ୟବହାର ସମୟରେ କିପରି ସତର୍କ ରହିବାକୁ ହେବ ଏବଂ ସାଇବର ଅପରାଧରୁ କିପରି ଦୂରେଇ ରହିବାକୁ ହେବ, ସେ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ। ଏହି ଅବସରରେ ଶତାଧିକ ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ, ଅଭିଭାବକ ଏବଂ ଶିକ୍ଷକ ଉପସ୍ଥିତ ରହି ଇଣ୍ଟରନେଟ ସୁରକ୍ଷା ସମ୍ବନ୍ଧୀୟ ଶପଥ ପାଠ କରିଥିଲେ। ସୋସିଆଲ ମିଡିଆର ସଠିକ ବ୍ୟବହାର, ପାସୱାର୍ଡର ସୁରକ୍ଷା ଏବଂ ଅଜଣା ଲିଙ୍କରୁ ଦୂରେଇ ରହିବା ପାଇଁ ସଚେତନତ କରାଯାଇଥିଲା। ବିଶେଷକରି ଛାତ୍ରଛାତ୍ରୀମାନେ ଅନଲାଇନ ଶିକ୍ଷା ସମୟରେ କିପରି ନିଜର ବ୍ୟକ୍ତିଗତ ତଥ୍ୟକୁ ସୁରକ୍ଷିତ ରଖିବେ, ସେ ସମ୍ପର୍କରେ ଗୁରୁତ୍ୱାରୋପ କରାଯାଇଥିଲା।

