କେମିତି କମାଇବେ ଘର ଖର୍ଚ୍ଚ: ଆପଣାନ୍ତୁ ଏହି ଟିପ୍ସ

ବେଳେବେଳେ ସ୍ବାମୀଙ୍କର ଖର୍ଚ୍ଚୀ ସ୍ବଭାବ ଘରର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦେଇଥାଏ। ଏଥିପାଇଁ ଅନେକ ସମୟରେ ସୁରୁଖୁରୁରେ ଘର ଚଳାଇବା ସମସ୍ୟା ହୋଇପଡେ ଗୃହିଣୀଙ୍କ ପାଇଁ। ତେବେ ଏଭଳି ଅଭ୍ୟାସ ବଦଳାଇ ଘର ବଜେଟକୁ ସଜାଡ଼ିବାକୁ ହେଲେ କିଛି କଥା ଉପରେ ଧ୍ୟାନ ଦେବାକୁ ହେବ…

ଘରର ସବୁ ଖର୍ଚ୍ଚ ନିୟନ୍ତ୍ରଣକରି ଆର୍ଥିକ ବୋଝ କମ୍‌ କରିବା ପାଇଁ ଚେଷ୍ଟା କରିଥାନ୍ତି ଗୃହିଣୀ। ଏମିତିକି ଖର୍ଚ୍ଚକାଟ କରି କିଛି ଅର୍ଥ ସଞ୍ଚୟ କରିବା ମଧ୍ୟ ଜଣେ ସୁଗୃହିଣୀଙ୍କର ଲକ୍ଷଣ ବୋଲି କୁହାଯାଏ। ଏସବୁ ଭିତରେ ଅନେକ ସମୟରେ ସ୍ବାମୀଙ୍କର ଅନାବଶ୍ୟକ ଶପିଂ, ଅଯଥା ଖର୍ଚ୍ଚ କରିବା ସ୍ବଭାବ ଚିନ୍ତାରେ ପକାଇଥାଏ। ଖର୍ଚ୍ଚକୁ ନିୟନ୍ତ୍ରଣ ନ କଲେ ପୂରା ପରିବାର ସମସ୍ୟା ଘେରକୁ ଆସିଯିବ। ତେଣୁ ଠିକ୍‌ ସମୟରେ ସବୁକିଛି ସଜାଡ଼ି ନେବାକୁ ସଚେତନ ରହିଥାନ୍ତି ଗୃହିଣୀ। ଏହି ଦୃଷ୍ଟିରୁ ସ୍ବାମୀଙ୍କର ଖର୍ଚ୍ଚ ଉପରେ ବି ଅଙ୍କୁଶ ଲଗାଇବାକୁ ଭୁଲନ୍ତି ନାହିଁ। ହେଲେ ଏସବୁ ଶାନ୍ତ ମନରେ ଭାବିଚିନ୍ତି କରିବାକୁ ପଡ଼ିବ। ନଚେତ୍‌ ଘରର ବଜେଟ ଓଲଟପାଲଟ ହେବା ସହ ସମ୍ପର୍କରେ ଫାଟ ସୃଷ୍ଟି ହେବ। ତେଣୁ ଏଭଳି ପରିସ୍ଥିତିରେ କ’ଣ ସବୁ କରିବେ ଜାଣିରଖନ୍ତୁ।
ସବୁବେଳେ
କୁହନ୍ତୁ ନାହିଁ: ସୁଯୋଗ ଦେଖି ସ୍ବାମୀଙ୍କୁ ଖର୍ଚ୍ଚ କମ୍‌ କରିବା ପାଇଁ ପରାମର୍ଶ ଦିଅନ୍ତୁ। କିନ୍ତୁ ବାରମ୍ବାର ତାଙ୍କୁ ଏପରି କଥା କୁହନ୍ତୁ ନାହିଁ। ଏପରି କରିବା ଫଳରେ ତାଙ୍କୁ ହୁଏତ ଭଲ ଲାଗି ନ ପାରେ। ଫଳରେ ସମ୍ପର୍କରେ ହୁଏତ ଫାଟ ସୃଷ୍ଟି ହୋଇପାରେ। ତେଣୁ ଏସବୁ ବିଷୟରେ କହିବା ପାଇଁ ଉଚିତ ସମୟ ସ୍ଥିର କରନ୍ତୁ। ଯେତେବେଳେ ତାଙ୍କ ମନ ଭଲ ଥିବ ଏବଂ ଅନ୍ୟ କେହି ଉପସ୍ଥିତ ନ ଥିବେ ସେସମୟରେ ତାଙ୍କୁ ଘରର ଆର୍ଥିକ ସ୍ଥିତି ସମ୍ପର୍କରେ ଜଣାଇ ଖର୍ଚ୍ଚ ଉପରେ ନିୟନ୍ତ୍ରଣ କରିବା ନେଇ ପରାମର୍ଶ ଦେଇପାରିବେ।
ବେଳେବେଳେ
ସମର୍ଥନ: ଖର୍ଚ୍ଚ ବିଷୟରେ କିଛି କଥାବାର୍ତ୍ତା କରିବା ପୂର୍ବରୁ ପ୍ରଥମେ ଘରର ଆର୍ଥିକ ଅବସ୍ଥା ନେଇ ବିଚାରବିମର୍ଶ କରନ୍ତୁ। ପରିବାରର କେଉଁ ସବୁ ଆବଶ୍ୟକତା ପାଇଁ ନିହାତି ଖର୍ଚ୍ଚ କରିବାକୁ ହେବ ସେନେଇ ଉଭୟେ ବିଚାର କରନ୍ତୁ। ଏ କ୍ଷେତ୍ରରେ ଉଭୟଙ୍କର ସହମତି ରହିବା ଦରକାର। ପ୍ରଥମେ ଘରର ଆବଶ୍ୟକତା ପୂରଣ ହେବା ପରେ ହିଁ ଅନ୍ୟ ଖର୍ଚ୍ଚ କରିବା ଦରକାର। ତେଣୁ ଏସବୁ ନେଇ ଭଲଭାବେ କଥାବାର୍ତ୍ତା ହେବା ପରେ ଆପଣ ସ୍ବାମୀଙ୍କୁ ତାଙ୍କର ଅନ୍ୟ ଖର୍ଚ୍ଚ ନେଇ କହିପାରିବେ। ତା’ ଛଡ଼ା ସବୁବେଳେ ଯେ ତାଙ୍କର ଖର୍ଚ୍ଚ ଅଯଥା ହୋଇପାରେ ତା’ ନୁହେଁ। ତେଣୁ ବେଳେବେଳେ ତାଙ୍କର ଚିନ୍ତାଧାରାକୁ ସମର୍ଥନ ବି କରିବାକୁ ହେବ।
ଖର୍ଚ୍ଚର କାରଣ
ଜାଣନ୍ତୁ: କେଉଁ କାରଣ ପାଇଁ ସ୍ବାମୀ ଅଧିକ ଖର୍ଚ୍ଚ କରୁଛନ୍ତି ସେକଥା ଜାଣିବା ପାଇଁ ଚେଷ୍ଟା କରନ୍ତୁ। ଯଦି କୌଣସି ମହତ ଉଦ୍ଦେଶ୍ୟ ପାଇଁ ସେ କିଛିଟା ଅଧିକ ଖର୍ଚ୍ଚ କରୁଛନ୍ତି ତେବେ ତାଙ୍କୁ ସମର୍ଥନ କରନ୍ତୁ। ସେଭଳି ସ୍ଥିତିରେ ବରଂ ଘରର ଅନ୍ୟ ଖର୍ଚ୍ଚକୁ କମ୍‌ କରି ଦିଅନ୍ତୁ। ମାତ୍ର ସ୍ବାମୀଙ୍କୁ ଏ ପରିସ୍ଥିତିରେ ସମର୍ଥନ କରନ୍ତୁ। ଅଯଥାରେ କୌଣସି ଖର୍ଚ୍ଚ କରୁଥିଲେ ତାକୁ କମ୍‌ କରିବା ପାଇଁ ପରାମର୍ଶ ଦିଅନ୍ତୁ।
ଶପିଂ ବେଳେ
ବୁଝାନ୍ତୁ: ସ୍ବାମୀ ଯଦି କୌଣସି ଅନାବଶ୍ୟକ ଖର୍ଚ୍ଚ କରୁଥିବା ଅନୁଭବ କରୁଛନ୍ତି ତେବେ ସବୁଠୁ ଭଲ ହେବ କି ଶପିଂ କରିବା ସମୟରେ ତାଙ୍କୁ ଠିକ୍‌ ନିଷ୍ପତ୍ତି ନେବାପାଇଁ ପରାମର୍ଶ ଦେବା। କାରଣ ତରବରିଆଭାବେ ଶପିଂ କରିବା ସମୟରେ ଅଯଥାରେ ଅନେକ କିଛି କିଣା ହୋଇଯାଏ। ତେଣୁ ଘର ପାଇଁ କ’ଣ ସବୁ ଆବଶ୍ୟକ ଅଛି ତା’ର ଏକ ତାଲିକା ତିଆରିକରି ସ୍ବାମୀଙ୍କୁ ଦିଅନ୍ତୁ। ଏହା ସହ ସମୟ ଥିଲେ ନିଜେ ଶପିଂ ପାଇଁ ସାଙ୍ଗରେ ଯାଇ ସବୁ ଜିନିଷକୁ ଭଲଭାବେ ଦେଖି ବିଚାର କରି କିଣିବାରେ ସାହାଯ୍ୟ କରନ୍ତୁ। ଅନେକ ସମୟରେ କିଛି ଜିନିଷ ଉପରେ ଡିସ୍‌କାଉଣ୍ଟ ରହିଥାଏ, କିନ୍ତୁ ଆବଶ୍ୟକ ନ ଥିଲେ କିଛି କିଣନ୍ତୁ ନାହିଁ।

 


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri