କେମିତି ସମୟର କରିବେ ସଦୂପଯୋଗ: ଜାଣିନିଅନ୍ତୁ ଏହି ଟିପ୍ସ

କାମରୁ ଫୁର୍‌ସତ୍‌ ପାଇଲେ ଅଧିକାଂଶ ମହିଳା ଗପର ପେଡ଼ି ଖୋଲିବସନ୍ତି, ଯାହାଦ୍ୱାରା କେବଳ ସମୟର ଅପଚୟ ହୁଏ। କିନ୍ତୁ ସେମାନେ ଚାହିଁଲେ ଫାଙ୍କା ସମୟକୁ ବିଭିନ୍ନ ଢଙ୍ଗରେ ଉପଯୋଗ କରିପାରିବେ।

କାମରୁ ଟିକିଏ ଫୁର୍‌ସତ ମିଳିଲେ ନିଜ ମନ ପସନ୍ଦରେ କିଛି କରିବାକୁ ଇଚ୍ଛା ହୁଏ। କିଏ ମନୋରଞ୍ଜନ କରିବାକୁ ପସନ୍ଦ କରନ୍ତି ତ କିଏ ଭବିଷ୍ୟତ ପାଇଁ କିଛି ଯୋଜନା କରନ୍ତି। ହେଲେ ଅଧିକାଂଶ ସମୟରେ ମହିଳାମାନେ ସୁଯୋଗ ପାଇବା ମାତ୍ରେ ଗପସପ କରି ସମୟ ନଷ୍ଟ କରନ୍ତି। ଏହିଭଳି ଗପିବା ଫଳରେ ଅନେକ ସମୟରେ ବହୁ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। କାହିଁକିନା ବେଳେବେଳେ କାହା ବିଷୟରେ ଚର୍ଚ୍ଚା କରିବା ସମୟରେ ଏଭଳି କିଛି କଥା ପାଟିରୁ ବାହାରିଯାଏ, ଯାହା ତାଙ୍କ ମନକୁ ଆଘାତ କରିଥାଏ। ଫଳରେ ସମ୍ପର୍କ ନଷ୍ଟହେବା ଆଶଙ୍କା ଥାଏ। ତେଣୁ ଏହି ସମୟରେ ଚାହିଁଲେ ସେମାନେ ଅନ୍ୟ ଉପାୟରେ ସମୟର ଉପଯୋଗ କରିପାରିବେ।
ମହିଳାମାନେ କାମ ସରିବା ପରେ ଫାଙ୍କା ସମୟ ପାଇଲେ ବିଭିନ୍ନ ପ୍ରକାର ମାଗାଜିନ୍‌, ଖବରକାଗଜ କିମ୍ବା ଅନ୍ୟାନ୍ୟ ଗପ ଅବା ଶିକ୍ଷଣୀୟ ବହି ସବୁ ପଢ଼ିପାରିବେ। ଏହି ଅଭ୍ୟାସ ସେମାନଙ୍କ ମନକୁ ଶାନ୍ତିଦେବା ସହ ଅନେକ ବିଷୟରେ ଜାଣିବାର ସୁଯୋଗ ଦେଇପାରିବ। ଏହା ବାଦ୍‌ ଘର ସଜାଡ଼ିବା, ସଫା କରିବା ଓ ମନୋରଞ୍ଜନ ପାଇଁ କିଛି ସମୟ ଟିଭି ଦେଖିବା କିମ୍ବା ମ୍ୟୁଜିକ୍‌ ଶୁଣିବା ଭଳି କାମ ବି କରିପାରିବେ।
କର୍ମଜୀବୀ ମହିଳା ମଧ୍ୟ ଅଫିସ୍‌ରେ ଟିକେ ସମୟ ପାଇଲେ ସହକର୍ମୀମାନଙ୍କ ସହ ବିଭିନ୍ନ ପ୍ରକାର ଗପ କରନ୍ତି। ପରସ୍ପର ସହ କଥାବାର୍ତ୍ତା ହେବା କିଛି ଖରାପ କଥା ନୁହେଁ। ହେଲେ ଅଯଥାରେ ଅଧିକ ସମୟ ଗପର ଆସର ଜମେଇରଖିବା ଭଲ ନୁହେଁ। ଏହି ଅଭ୍ୟାସ ବି ଅନେକ ସମୟରେ ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ। କେବେ କାହା ବିଷୟରେ ଗପିବା ଫଳରେ ହେଉ କିମ୍ବା ଗପିବା ସମୟରେ ଅନ୍ୟ କେହି ବସ୍‌ଙ୍କ ଆଗରେ ଅଭିଯୋଗ କରିବା ଫଳରେ ନିଜ ପାଇଁ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ। ତେଣୁ ଏଭଳି ପରିସ୍ଥିତିକୁ ଏଡ଼ାଇବା
ପାଇଁ ହେଲେ ଅଫିସ୍‌ରେ ମଧ୍ୟ ନିଜ ସମୟକୁ ଠିକ୍‌ ଭାବରେ ଉପଯୋଗ କରିବା ପାଇଁ ବିଭିନ୍ନ ମାଧ୍ୟମ ଆପଣାଇପାରିବେ। ଅଫିସ୍‌ରେ ଚାହିଁଲେ ଆପଣ ନିଜ କାମ ପାଇଁ ଆଗୁଆ କିଛି ଯୋଜନା କରିପାରିବେ। ବିଭିନ୍ନ ପ୍ରକାର ବହି ପଢ଼ିପାରିବେ, ଯଦି ବହି କିଛି ପାଖରେ ନ ଥାଏ ତେବେ କମ୍ପ୍ୟୁଟର ହେଉ ଅବା ଫୋନ୍‌ରେ ମଧ୍ୟ ଇଣ୍ଟରନେଟ୍‌ରେ ବିଭିନ୍ନ ପ୍ରକାର ପାଠ ପଢ଼ିପାରିବେ। ଏହା ଆପଣଙ୍କ କ୍ୟାରିୟର ପାଇଁ ମଧ୍ୟ ଭଲ ହୋଇପାରିବ। ତେଣୁ ନିଜ ନିଜ ପରିବେଶ ଓ ପରିସ୍ଥିତି ଅନୁସାରେ ସମୟର ସଦୁପଯୋଗ କରିବା ନିମନ୍ତେ ଆପଣ ଉପାୟ ସବୁ ଚିନ୍ତା କରିପାରିବେ। ଅର୍ଥାତ୍‌ ସଚେତନ ରହିବାକୁ ହେବ ଯେପରି ଅଯଥା ଗପକରି ଅଧିକ ସମୟ ନଷ୍ଟ ନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri