କିପରି ଦେଖାଯିବେ ଷ୍ଟାଇଲିଶ୍‌, ଟ୍ରେଣ୍ଡି

ଆଲମାରୀରେ ବହୁ ଡ୍ରେସ୍‌ ରହିଥାଏ। କିନ୍ତୁ ଯେତେବେଳେ ଏହାକୁ ପିନ୍ଧିବାକୁ ପାଳି ପଡ଼େ ଏହିସବୁ କପଡ଼ା ଦେଖି ମନ ହୁଏନି ପିନ୍ଧିବାକୁ। ଯଦି ଆପଣ ଏହି ସମସ୍ୟାରୁ ରକ୍ଷାପାଇବାକୁ ଚାହାନ୍ତି , ଦିଆଯାଇଥିବା ଟିପ୍ସକୁ ଫଲୋ କରି ଷ୍ଟାଇଲିଶ୍‌ ଏବଂ ଟ୍ରେଣ୍ଡି ଦେଖାଯିବେ…
ଆଜିର ସମୟରେ ସମସ୍ତେ ଅଲଗା ଏବଂ ଷ୍ଟାଇଲିଶ୍‌ ଦେଖାଯିବାକୁ ଚାହାନ୍ତି। ଷ୍ଟାଇଲିଶ୍‌ ଦେଖାଯିବାକୁ ଲୋକମାନେ ନୂଆ ନୂଆ ଟ୍ରେଣ୍ଡି ଆଉଟ୍‌ଫିଟ୍‌ ଲୁକ୍‌କୁ ଫଲୋ କରିଥାନ୍ତି। ଏହାପରେ ତାଙ୍କୁ ବୁଝାପଡ଼େନି ଯେ ନିଜକୁ କିପରି ପର୍‌ଫେକ୍ଟ ଲୁକ୍‌ ଦେବେ, ଯଦି ଆପଣ ନିଜ ଲୁକ୍‌କୁ ନେଇ ଚିନ୍ତିତ ରହୁଥାନ୍ତି ତେବେ କେତୋଟି ଟିପ୍ସକୁ ଆପଣାଇ ସବୁଠୁ ଅଲଗା ଦେଖାଯାଇପାରିବେ…
ଠିକ୍‌ କପଡ଼ା ଚୟନ କରନ୍ତୁ
ଢିଲା ଡ୍ରେସ୍‌ ପିନ୍ଧିବା ଦ୍ୱାରା ଆପଣଙ୍କ ଫ୍ୟାଶନକୁ ଟିକେ ଫିକା ପଡ଼ିଲା ଭଳି ମନେହୁଏ। ଏଥିଲାଗି ଆପଣ ରେଡିମେଡ୍‌ ଡ୍ରେସ୍‌ କିଣୁଛନ୍ତି ତେବେ ନିଜକୁ ଫିଟ୍‌ ହେଲା ଭଳି ଡ୍ରେସ୍‌ କିଣନ୍ତୁ।
ମ୍ୟାଚିଂ ଆଉଟ୍‌ ଫିଟ୍‌
ଆପଣ ଯାହା କିଛି ବି ପିନ୍ଧୁଛନ୍ତି ତାକୁ ମ୍ୟାଚ୍‌ କଲା ଭଳି ଜୁଏଲେରି ,ପର୍ସ ଆଦିର ଧ୍ୟାନ ରଖନ୍ତୁ। କପଡ଼ା,ବ୍ୟାଗ୍‌,ମେକ୍‌ଅପ୍‌ ଏବଂ ଜୁଏଲେରି କମ୍ବିନେଶନ ଆପଣଙ୍କ ଲୁକ୍‌କୁ ମାନିବା ଦରକାର।
ନିଜର ବ୍ୟକ୍ତିଗତ ଶୈଳୀକୁ ଖୋଜନ୍ତୁ
ନିଜର ଷ୍ଟାଇଲ୍‌କୁ ପରିପ୍ରକାଶ କରିବାକୁ ହେଲେ ବେଳେବେଳେ ସମୟ ଲାଗିଯାଏ। କିନ୍ତୁ ଏଥିପାଇଁ କ’ଣ ପିନ୍ଧିବେ ତାହା ପସନ୍ଦ କରିବା ପରେ ପିନ୍ଧନ୍ତୁ। ଆପଣ ଯାହା ପିନ୍ଧୁଛନ୍ତି ସେହି ଜିନିଷ କିଣନ୍ତୁ। ଏମିତିରେ ଅଯଥା ଡ୍ରେସ୍‌ କିଣି ତାକୁ କେବଳ ସାଇତି ରଖିଲେ କିଛି ଲାଭ ନାହିଁ। ତେଣୁ ସବୁବେଳେ ଯାହାକୁ ପିନ୍ଧିଲେ ଆପଣ ଷ୍ଟାଇଲିଷ୍ଟ ଦେଖାଯିବେ ସେପରି ଡ୍ରେସ୍‌ କିଣନ୍ତୁ।
ଡ୍ରେସ୍‌ ସହ ବେଲ୍ଟ ଆଡ୍‌ କରନ୍ତୁ
ନିଜ ଲୁକ୍‌ରେ ବେଲ୍ଟ ଆଡ୍‌ କରିବାକୁ ଭୁଲନ୍ତୁ ନାହିଁ। ଏହା କୌଣସି ଆଉଟ୍‌ଫିଟ୍‌ ଓ ଅଧିକ ଆକର୍ଷକ ଲାଗିଥାନ୍ତି।
ରଙ୍ଗର ମଧ୍ୟ ଧ୍ୟାନରଖନ୍ତୁ
ଆପଣ କେଉଁ ରଙ୍ଗର ଡ୍ରେସ୍‌ ପିନ୍ଧିବେ ତାହା ଚୟନ କରିପାରୁ ନାହାନ୍ତି ତେବେ ପ୍ରଥମେ ଏକ କଲରଫୁଲ୍‌ ଡ୍ରେସ୍‌ ଚୟନକରି ଏହାକୁ ଟ୍ରାଏ କରନ୍ତୁ, ତା’ ପରେ କେଉଁ ରଙ୍ଗର ଡ୍ରେସ ପିନ୍ଧିଲେ ଆପଣ ଅଧିକ ଆଟ୍ରାକ୍ଟିଭ୍‌ ଦେଖାଯିବେ ତାହା ନିଷ୍ପତ୍ତି ନିଅନ୍ତୁ।