ପିଲା ଭୁଲ୍‌ କରୁଥିଲେ, କେମିତି ସମ୍ଭାଳିବେ: ଜାଣନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଟିପ୍ସ

ଅଭିଭାବକଙ୍କ ବ୍ୟବହାର ପିଲାଙ୍କ ବ୍ୟକ୍ତିତ୍ୱକୁ ଆକାର ଦେଇଥାଏ। ତେଣୁ ପିଲାଙ୍କର କୌଣସି ଭୁଲ୍‌ରେ ହଠାତ୍‌ ରାଗିଯାଇ ଗାଳିଦେବା କିମ୍ବା ମାଡ଼ ମାରିବା ପରିବର୍ତ୍ତେ ପ୍ରଥମେ ତାଙ୍କୁ ସ୍ନେହରେ ଭଲ ଭାବେ ବୁଝାଇଲେ ସେମାନେ ସହଜରେ ନିଜ ଭୁଲ୍‌ ବୁଝିପାରନ୍ତି। ଏହା ନା କେବଳ ସେମାନଙ୍କ ମନରେ ସକାରାତ୍ମକ ପ୍ରଭାବ ପକାଏ ନା ଆତ୍ମବିଶ୍ୱାସ ବୃଦ୍ଧି କରିଥାଏ ବରଂ ଏହାଦ୍ୱାରା ଅଭିଭାବକ ଓ ପିଲାଙ୍କ ମଧ୍ୟରେ ସମ୍ପର୍କ ଆହୁରି ସୁଦୃଢ଼ ହୋଇଥାଏ…

ପିଲାଙ୍କ ବ୍ୟବହାର, ଚିନ୍ତାଧାରା ଏବଂ କାର୍ଯ୍ୟକଳାପ ଅଭିଭାବକଙ୍କର ସେମାନଙ୍କ ପ୍ରତି ବ୍ୟବହାର ଉପରେ ବହୁମାତ୍ରାରେ ନିର୍ଭର କରିଥାଏ। ଯଦିଓ ସମସ୍ତେ ନିଜ ପିଲା ପାଇଁ ସବୁବେଳେ ଭଲ କରିବାକୁ ଚାହାନ୍ତି ଆଉ ଏଥିପାଇଁ ସେମାନଙ୍କ ଭୁଲ୍‌ ସୁଧାରିବା ଲାଗି କେବେ କେବେ ମାଡ଼, ଗାଳି ମଧ୍ୟ ଦେଇଥାନ୍ତି ହେଲେ ସବୁବେଳେ ଏପରି ଆଚରଣ ଠିକ୍‌ ନୁହେଁ। କାରଣ ଏହାଦ୍ୱାରା ପିଲାଙ୍କ ମାନସିକତା ଉପରେ ଏହାର ନକାରାତ୍ମକ ପ୍ରଭାବ ପଡ଼ିଥାଏ…
କଥା ଲୁଚାଇବା: ସାଧାରଣତଃ ପିଲାମାନେ ଖେଳକୁଦ, ମଜାମସ୍ତି ଭିତରେ ଛୋଟ ଛୋଟ ଭୁଲ୍‌ କରିବସନ୍ତି। ଏହା ଭୁଲ୍‌ ବୋଲି ତାଙ୍କୁ ବୁଝାଇବା ଦ୍ୱାରା ସେମାନେ ଏହା ଅନୁଭବ କରନ୍ତି ଏବଂ ଏହା ସେମାନଙ୍କ ଭଲ କଥା ଶିଖିବାର ଏକ ପ୍ରକ୍ରିୟା। ହେଲେ ଏମିତି ଅନେକ ମାତାପିତା ଅଛନ୍ତି ଯେଉଁମାନେ ପିଲାଙ୍କ ପ୍ରତିଟି ଭୁଲ୍‌ରେ ଖୁବ୍‌ ଜୋର ରାଗିଯାଇ ଗାଳିଦିଅନ୍ତି, ଏମିତିକି କେହି କେହି ବାଡ଼େଇବାକୁ ବି ପଛାନ୍ତି ନାହିଁ। ଏ କ୍ଷେତ୍ରରେ ପିଲା ନିଜ ଭୁଲ୍‌ରୁ ଶିଖିବା ପରିବର୍ତ୍ତେ ଭୟରେ ଭୁଲ୍‌କୁ ମାଆବାପାଙ୍କ ଆଗରେ ଲୁଚାଇବା ଆରମ୍ଭ କରିଦିଏ; ଯାହାକି ଧୀରେ ଧୀରେ ସେମାନଙ୍କୁ ମାନସିକ ସ୍ତରରେ ଅଭିଭାବକଙ୍କଠାରୁ ଦୂରେଇଦିଏ।
ଆତ୍ମବିଶ୍ୱାସ କମିଯିବା: ପ୍ରତ୍ୟେକ ପିଲା ପରସ୍ପରଠୁ ଭିନ୍ନ ଏବଂ ଚିନ୍ତାଧାରା ମଧ୍ୟ ଅଲଗା ହୋଇଥାଏ। ଏମିତିରେ ପିଲା କିଛି ଭୁଲ୍‌ କଲେ ଯେତେବେଳେ ଅଭିଭାବକ ତାଙ୍କ ଭାବନାକୁ ବୁଝିବା ବଦଳରେ ଗାଳିକରିବା ଆରମ୍ଭ କରିଦିଅନ୍ତି। ଏଭଳିି ପରିସ୍ଥିତିରେ ସେମାନେ ନିଜ ପକ୍ଷ ରଖିବାକୁ ପଛଘୁଞ୍ଚା ଦେଇଥାନ୍ତି। ଏହା ସେମାନଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦିଏ ଏବଂ ଆତ୍ମବିଶ୍ୱାସ କମିଯାଏ।
ନିଜକୁ ଦୋଷୀ ଭାବିବା: ସବୁବେଳେ ପିଲାଙ୍କୁ ଗାଳିଦେଲେ ଏହା ପିଲାଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇଥାଏ। ଏମିତିକି ସେମାନେ ନିଜକୁ ସବୁବେଳେ ଦୋଷୀ ବୋଲି ଭାବିବା ଆରମ୍ଭ କରିଦିଅନ୍ତି। ଏହାଦ୍ୱାରା ଭୁଲ୍‌କୁ ସୁଧାରି ଠିକ୍‌ କାମ କରିବା ପରିବର୍ତ୍ତେ ମୁଁ ଯାହା କରିବି ତାହା ଭୁଲ୍‌ ହିଁ ହୋଇଯିବ ଭାବି ବାରମ୍ବାର ଭୁଲ୍‌ କରିବସନ୍ତି।
କ୍ରୋଧ କରିବା: ପିଲା ଭୁଲ୍‌ କଲେ ବୁଝାଇବା ସହ କେବେ କେବେ ଗାଳି ଦେବାକୁ ପଡ଼ିଥାଏ। ହେଲେ ଏହାର ଅର୍ଥ ନୁହେଁ ନିଜ ଉପରୁ ନିୟନ୍ତ୍ରଣ ହରାଇ ବସି ଚିଲେଇବା, ବିଭିନ୍ନ ଅପଶବ୍ଦ ବ୍ୟବହାର କରିବା। କାରଣ ଏହା ପିଲାଙ୍କୁ ଏତେମାତ୍ରାରେ ପ୍ରଭାବିତ କରେ ଯେ, ଧୀରେ ଧୀରେ ସେମାନଙ୍କ ସ୍ବଭାବ ବି ଚିଡ଼ିଚିଡ଼ା ଏବଂ ରାଗି ହୋଇଯାଏ। ଯାହାଦ୍ୱାରା ସେମାନେ କଥା କଥାରେ କ୍ରୋଧିତ ହୋଇପଡ଼ନ୍ତି।
କ’ଣ କରିବା ଦରକାର…
– ପିଲା କୌଣସି ଭୁଲ୍‌ କଲେ ରାଗରେ ଗାଳିଦେବା ପରିବର୍ତ୍ତେ ଶାନ୍ତିପୂର୍ବକ କଥା ହୁଅନ୍ତୁ ଏବଂ ଏହି ଭୁଲ୍‌ ଯୋଗୁ କ’ଣ ସବୁ ଅସୁବିଧା ହୋଇପାରେ ବୁଝାନ୍ତୁ। ଏପରି କଲେ ପିଲାଙ୍କଠାରେ ଆତ୍ମବିଶ୍ୱାସ ବଢ଼ିଥାଏ।
– ଭୁଲ୍‌ କଲେ ହଠାତ୍‌ ପ୍ରତିକ୍ରିୟା ପ୍ରକାଶ ନ କରି ପିଲାଙ୍କ କଥା ଶୁଣନ୍ତୁ ଏବଂ ତାଙ୍କ ଭାବନାକୁ ବୁଝିବାକୁ ଚେଷ୍ଟା କରନ୍ତୁ। କାରଣ ସେମାନଙ୍କ ସହ ଖୋଲା ଭାବେ ଏବଂ ସକାରାତ୍ମକ ଢଙ୍ଗରେ କଥା ହେଲେ ସେମାନେ ଡରିବା, ମିଛ କହିବା ବଦଳରେ ନିଜ ଭୁଲ ବୁଝିପାରନ୍ତି ଏବଂ ଏହାର ପୁନରାବୃତ୍ତି ଆଉ କରନ୍ତି ନାହିଁ। ଏପରି କଲେ ପିଲାଙ୍କ ମାନସିକ ସ୍ବାସ୍ଥ୍ୟ ଉପରେ ମଧ୍ୟ ଭଲ ପ୍ରଭାବ ପଡ଼ିବ।
– ଯଦିଓ କେବେ କେବେ ପିଲାଙ୍କୁ ସୁଧାରିବା ପାଇଁ ଛୋଟ ଛୋଟ ଦଣ୍ଡଦେବା ଦରକାର ହେଲେ ଏହା ଆବଶ୍ୟକରୁ ଯେପରି ଅଧିକ ନ ହୁଏ ସେଥିପ୍ରତି ଯତ୍ନଶୀଳ ହୁଅନ୍ତୁ। ପିଲାଙ୍କୁ ଶାରୀରିକ କଷ୍ଟ ଏବଂ ମାନସିକ ଡରଠୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ।
– ଭୁଲ୍‌ କଲେ ବୁଝାଇବା ଯେତିକି ଗୁରୁତ୍ୱପୂର୍ଣ୍ଣ ପିଲାଙ୍କୁ ଭଲ ମାର୍ଗରେ ନେବା ଲାଗି ଠିକ୍‌ କଲେ କିମ୍ବା କୌଣସି ଭଲ କାମ କଲେ ପ୍ରଶଂସା କରିବା ବି ସେତିକି ଗୁରୁତ୍ୱପୂର୍ଣ୍ଣ। ଏପରି କରନ୍ତୁ ଦେଖିବେ ପିଲାଙ୍କଠାରେ ସବୁବେଳେ ଭଲ କାମ କରିବାର ମନୋବୃତ୍ତି ସହ ଆତ୍ମବିଶ୍ୱାସ ମଧ୍ୟ ବୃଦ୍ଧି ପାଇବ।

ସ୍ନେହଶ୍ରଦ୍ଧାରେ ହିଁ ପିଲାଙ୍କୁ ହାତରେ ରଖିବା ସହଜ
ଶ୍ରଦ୍ଧା ଶତପଥୀ (ଶିକ୍ଷୟିତ୍ରୀ, ସେଣ୍ଟ ଜାଭିୟର୍ସ ହାଇସ୍କୁଲ, ଖଣ୍ଡଗିରି)- ପିଲାଟିଏ ଜନ୍ମରୁ ସବୁକିଛି ଶିଖିକି ଆସି ନ ଥାଏ। ତେଣୁ ତାଙ୍କ ପାଇଁ ପ୍ରତ୍ୟେକ କାର୍ଯ୍ୟ ନୂଆ ହୋଇଥାଏ। ସେମାନେ ଯାହାବି କରନ୍ତି ଯେପରିକି ଖେଳନା କିମ୍ବା ଅନ୍ୟ କିଛି ଜିନିଷ ଦେଖିଲେ ଘଣ୍ଟା ଘଣ୍ଟି କରିବା, ଫିଙ୍ଗିବା, ଭାଙ୍ଗିବା ଆଦି କାର୍ଯ୍ୟ କୌତୂହଳପୂର୍ଣ୍ଣ ଭାବେ କରିଥାନ୍ତି। ଏହା ପିଲାଙ୍କ ସ୍ବଭାବ ହୋଇଥାଏ। ମୋ ପିଲା ଏପରି କଲେ କେବେ ଉପରେ ନ ରାଗି ଧୀରେ ଧୀରେ ବୁଝେଇଥାଏ। କାରଣ ହଠାତ୍‌ ରାଗିବା ଦ୍ୱାରା ପିଲାର ନୂଆ କଥା ଜାଣିବାର ଜିଜ୍ଞାସା କମିଯାଏ। ତା’ଛଡ଼ା ରାଗିଲେ, ଗାଳିକଲେ କିମ୍ବା ମାଡ଼ମାରିଲେ ପିଲା ଡରିଯିବା ସହ ଧୀରେ ଧୀରେ କଥା ଲୁଚେଇବା ଶିଖିଯାଏ। ତେଣୁ ସର୍ବପ୍ରଥମେ ପିଲାଙ୍କ ସହ ଅଭିଭାବକଙ୍କୁ ଜଣେ ଭଲ ଫ୍ରେଣ୍ଡ ହେବା ଦରକାର ମୁଁ ଭାବିଥାଏ। କିଛି ଭୁଲ୍‌ କଲେ ସେ ଏପରି କାହିଁକି କରିଛି ତା’ଠାରୁ ଭଲଭାବେ ଶୁଣିବା ପରେ ବୁଝେଇକି ଠିକ୍‌ କ’ଣ ଶିଖାଇଥାଏ। ରାଗରେ ବା ଡରେଇକି ନୁହେଁ ବରଂ ସ୍ନେହଶ୍ରଦ୍ଧାରେ ହିଁ ପିଲାଙ୍କୁ ହାତରେ ରଖିହେବ। ଜଣେ ଶିକ୍ଷୟିତ୍ରୀ ଭାବେ କ୍ଲାସ୍‌ରେ ବି ପିଲାମାନେ କିଛି ଭୁଲ୍‌ କଲେ ଗାଳି ନ କରି ପ୍ରଥମେ ବୁଝାଏ। କେହି କେହି ଅଧିକ ଦୁଷ୍ଟ ହେଉଥିଲେ ତୁମ ସହ କଥା ହେବିନାହିଁ କହି ଇମୋଶନାଲି ବାଟକୁ ଆଣିବାକୁ ଚେଷ୍ଟାକରେ। ପିଲାମାନେ ଯେପରି ନିଜେ ହିଁ ଭୁଲ୍‌ଠାରୁ ଦୂରେଇ ରହିବେ ସେଥିପାଇଁ କ୍ଲାସ୍‌ରେ ଭୟ ବଦଳରେ ଏବଂ ବନ୍ଧୁତାପୂର୍ଣ୍ଣ ବାତାବରଣ ସୃଷ୍ଟି କରିବାକୁ ଚେଷ୍ଟା କରେ। ଆଉ ଏହା ବାସ୍ତବରେ ପିଲାଙ୍କ ମାନସିକତା ଉପରେ ଖୁବ୍‌ ସକାରାତ୍ମକ ପ୍ରଭାବ ପକାଇଥାଏ। ତେଣୁ ପିଲାଙ୍କୁ ଭଲ ମଣିଷ କରିବାକୁ ହେଲେ ପ୍ରତ୍ୟେକ ଅଭିଭାବକ ଏସବୁ ଦିଗ ପ୍ରତି ନିହାତି ସଚେତନ ହେବା ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ମଣିପୁରରେ ପୁଣି ହିଂସା

ଇମ୍ଫାଲ,୫ା୨: ମଣିପୁରର କୁକି ଅଧ୍ୟୁଷିତ ଚୁରାଚାନ୍ଦପୁର ଜିଲାରେ ଗୁରୁବାର ସନ୍ଧ୍ୟାରେ ହିଂସାକାଣ୍ଡ ଦେଖାଦେଇଛି। ରାଜ୍ୟରେ ଭାଜପା ନେତୃତ୍ୱଧୀନ ସରକାରରେ ବିଧାୟିକା ନେମ୍‌ଚା କିପ୍‌ଗେନ୍‌ଙ୍କୁ ଉପମୁଖ୍ୟମନ୍ତ୍ରୀ କରାଯିବାକୁ ବିରୋଧକରି…

ବରଗଡ଼ରେ ଗୋଷ୍ଠୀ ସଂଘର୍ଷ: ବୁଲିଲା ଭୁଜାଲି, ଜଣେ ମୃତ, ୨ଗୁରୁତର

ବରଗଡ଼,୫।୨(ପ୍ରେମାନନ୍ଦ ଖମାରୀ): ବରଗଡ ସହର ହାଟପଦା ସାଇ ମନ୍ଦିର ପାଖରେ ଗୁରୁବାର ସନ୍ଧ୍ୟାରେ ଗୋଷ୍ଠୀ ସଂଘର୍ଷ ହୋଇଛି । କୌଣସି ଏକ କାରଣକୁ ନେଇ ୨ ଗୋଷ୍ଠୀ…

ଲୁଚି ଲୁଚି ଏହି ଅଭିନେତ୍ରୀଙ୍କ ସହ ନିର୍ବନ୍ଧ କଲେ ଏଲଭିଶ ଯାଦବ, ଫଟୋ ଭାଇରାଲ

ମୁମ୍ବାଇ: ଲୋକପ୍ରିୟ ୟୁଟ୍ୟୁବର୍ ଏଲଭିଶ ଯାଦବ ଏବଂ ଅଭିନେତ୍ରୀ ଜିଆ ଶଙ୍କରଙ୍କୁ ନେଇ ଏବେ ସୋସିଆଲ ମିଡିଆରେ ଜୋରଦାର ଚର୍ଚ୍ଚା ଚାଲିଛି। ନିକଟରେ ଏଲଭିଶ ଏକ ରହସ୍ୟମୟ…

ଟି-୨୦ ବିଶ୍ୱକପ ପୂର୍ବରୁ ବେନ୍ ଷ୍ଟୋକ୍ସଙ୍କୁ ଶକ୍ତ ଧକ୍କା: ମୁହଁରେ ବଲ୍ ବାଜି ବିଗିଡ଼ିଗଲା ଚେହେରା

ନୂଆଦିଲ୍ଲୀ,୫।୨: ଟି-୨୦ ବିଶ୍ୱକପ ପୂର୍ବରୁ ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ଏକ ବଡ଼ ଦୁର୍ଘଟଣାର ଶିକାର ହୋଇଛନ୍ତି। ଅଭ୍ୟାସ ସମୟରେ ତାଙ୍କ ମୁହଁରେ ଗଭୀର ଆଘାତ…

ହାଟରୁ ସଉଦା ଧରି ଘରକୁ ଫେରୁଥିଲେ, ହେଲେ ବାଟରେ…

ଆନନ୍ଦପୁର,୫।୨(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ଥାନା ୨୦ ନମ୍ବର ଜାତୀୟ ରାଜପଥ କନ୍ତୋ ଛକଠାରେ ଗୁରୁବାର ଏକ ଦୁର୍ଘଟଣା ଘଟିଛି। ଏକ ଅଜଣା…

ବିପଦରେ ସୁନେତ୍ରା ପାଓ୍ବାରଙ୍କ ଉପ ମୁଖ୍ୟମନ୍ତ୍ରୀ ପଦ! କାହିଁକି ଉଠୁଛି ଏମିତି ପ୍ରଶ୍ନ? ଉତ୍ତର ରଖିଲା NCP

ମୁମ୍ବାଇ,୫।୨: ଗଣମାଧ୍ୟମ ସହିତ ଏକ ସ୍ବତନ୍ତ୍ର ସାକ୍ଷାତକାରରେ, ମହାରାଷ୍ଟ୍ରର ଏନସିପି ଅଧ୍ୟକ୍ଷ ସୁନୀଲ ତଟକରେ ସୁନେତ୍ରା ପାୱାରଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବରେ ନିଯୁକ୍ତି ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ…

BEd ସମ୍ପର୍କରେ ବଡ଼ ଅପଡେଟ୍, ସରକାର ଜାରି କଲେ ବିଜ୍ଞପ୍ତି, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୫।୨: ଶିକ୍ଷକତାକୁ ନିଜର ବୃତ୍ତି ଭାବେ ଗ୍ରହଣ କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର। ଉତ୍ତର ପ୍ରଦେଶ ଝାନ୍‌ସୀସ୍ଥିତ ବୁନ୍ଦେଲଖଣ୍ଡ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ୟୁପି BEd…

ନିଖୋଜ ଥିଲେ: କେନାଲରୁ ମିଳିଲା ବୃଦ୍ଧଙ୍କ ମୃତଦେହ

କୋକସରା,୫।୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ମାଝୀଗୁଡା ପଞ୍ଚାୟତ କାଦୋପଡା ନିକଟ ଇନ୍ଦ୍ରାବତୀ କେନାଲରୁ କୋକସରା ପୋଲିସ ଜଣେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର କରିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri