ଦୀପାବଳିରେ ଫ୍ରିରେ ମିଳିବ LPG ସିଲିଣ୍ଡର; ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏମିତି କରନ୍ତୁ ଆବେଦନ…

ଦୀପାବଳିରେ ଫ୍ରିରେ ମିଳିବ LPG ସିଲିଣ୍ଡର; ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ଏମିତି କରନ୍ତୁ ଆବେଦନ…
ନୂଆଦିଲ୍ଲୀ,୨୦।୧୦: ମହଙ୍ଗା ସମୟରେ ପାର୍ୱଣ ଋତୁରେ ସାଧାରଣ ଲୋକଙ୍କୁ ଏକ ବଡ଼ ଆଶ୍ୱସ୍ତି ଦେଇ ଉତ୍ତର ପ୍ରଦେଶର ଯୋଗୀ ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା (PMUY) ର ହିତାଧିକାରୀମାନଙ୍କୁ ମାଗଣା ଗ୍ୟାସ ସିଲିଣ୍ଡର ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଏହା ଅଧୀନରେ ଉତ୍ତର ପ୍ରଦେଶର ପ୍ରାୟ ୧.୮୬ କୋଟି ପରିବାରକୁ ବର୍ଷକୁ ଦୁଇଥର ଅର୍ଥାତ ଦୀପାବଳି ଏବଂ ହୋଲିରେ ମାଗଣା ଏଲପିଜି ସିଲିଣ୍ଡର ରିଫିଲ ଉପରେ ସମ୍ପୂର୍ଣ୍ଣ ସବସିଡି ପ୍ରଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି। ଦୀପାବଳି ଅବସରରେ ଅକ୍ଟୋବରରୁ ଡିସେମ୍ୱର ୨୦୨୬ ମଧ୍ୟରେ ରିଫିଲ କରାଇବା ପରେ ଏଲପିଜି ସିଲିଣ୍ଡରର ସବସିଡି ସିଧାସଳଖ ବ୍ୟାଙ୍କ ଖାତାକୁ ପଠାଯିବ।

ପ୍ରକୃତରେ, ବଢୁଥିବା ମହଙ୍ଗା ଦର ଏବଂ ରନ୍ଧନ ଗ୍ୟାସର ଦର ଯୋଗୁଁ ଅନେକ ଗରିବ ପରିବାର ପାଇଁ ନିୟମିତ ଭାବେ ଗ୍ୟାସ ସିଲିଣ୍ଡର ରିଫିଲ କରିବା ଏକ ଆହୱାନ ପାଲଟିଥିଲା। ଅନେକ ହିତାଧିକାରୀ ଗ୍ୟାସ ସଂଯୋଗ ଥାଇ ମଧ୍ୟ ପାରମ୍ପରିକ ଚୁଲି ବା କାଠ ଉପରେ ର୍ନିଭର କରିବାକୁ ବାଧ୍ୟ ହେଉଥିଲେ। ଏହି ସମସ୍ୟାର ସମାଧାନ ପାଇଁ ଏବଂ ପର୍ୱପର୍ୱାଣିର ଖୁସିକୁ ଦ୍ୱିଗୁଣିତ କରିବା ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ କ୍ୟାବିନେଟ ନିଷ୍ପତ୍ତି ଅନୁଯାୟୀ ଉଜ୍ଜ୍ୱଳା ଯୋଜନାର ହିତାଧିକାରୀଙ୍କୁ ବର୍ଷକୁ ଦୁଇଟି ମାଗଣା ସିଲିଣ୍ଡର ଦେବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ମାଗଣା ରିଫିଲ ଅକ୍ଟୋବରରୁ ଡିସେମ୍ୱର ୨୦୨୬ ଅର୍ଥାତ ଦୀପାବଳି ଅବସରରେ ଏବଂ ଦ୍ୱିତୀୟ ରିଫିଲ ଜାନୁଆରୀରୁ ମାର୍ଚ୍ଚ ୨୦୨୭ ମଧ୍ୟରେ ଅର୍ଥାତ ହୋଲିରେ ମିଳିବ।

ଏହି ମାଗଣା ଉପହାର କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାର ପଞ୍ଜୀକୃତ ଉପଭୋକ୍ତାମାନଙ୍କ ପାଇଁ ଉଦ୍ଦିଷ୍ଟ। ସାଧାରଣ ବର୍ଗର ଘରୋଇ ଗ୍ୟାସ ସଂଯୋଗ ଏହାର ପରିସରଭୁକ୍ତ ନୁହେଁ। ଏହି ଯୋଜନାର ଲାଭ ଉଠାଇବା ପାଇଁ ହିତାଧିକାରୀଙ୍କ ଆଧାର ପ୍ରମାଣୀକରଣ ଏବଂ ଗ୍ୟାସ ସଂଯୋଗର eKYC ସମ୍ପୂର୍ଣ୍ଣ ହୋଇଥିବା ଅତ୍ୟନ୍ତ ଜରୁରୀ। ଉପଭୋକ୍ତାଙ୍କ ବ୍ୟାଙ୍କ ଖାତା ଆଧାର ସହିତ ସଂଯୁକ୍ତ ହୋଇଥିବା ଆବଶ୍ୟକ ଏବଂ ସେଥିରେ DBT ଅର୍ଥାତ ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର ସକ୍ରିୟ ଥିବା ଉଚିତ, ଯାହାଦ୍ୱାରା ସବସିଡି ରାଶି ସିଧାସଳଖ ଖାତାକୁ ଆସିପାରିବ।

* ଦୀପାବଳିରେ ଅର୍ଥାତ ଅକ୍ଟୋବରରୁ ଡିସେମ୍ୱର ୨୦୨୬ ମଧ୍ୟରେ ଆପଣଙ୍କୁ ନିଜ ସମ୍ପୃକ୍ତ ଗ୍ୟାସ ଏଜେନ୍ସି ଯେପରିକି ଇଣ୍ଡେନ, ଭାରତ ଗ୍ୟାସ କିମ୍ୱା ଏଚପିରୁ ସାଧାରଣ ନିୟମ ଅନୁସାରେ ସିଲିଣ୍ଡର ବୁକ କରିବାକୁ ପଡ଼ିବ ଏବଂ ଡେଲିଭରି ନେବା ସମୟରେ ପୂରା ମୂଲ୍ୟ ପୈଠ କରିବାକୁ ହେବ।

* ସିଲିଣ୍ଡରର ମୂଲ୍ୟ ପୈଠ କରିବାର କିଛି ଦିନ ମଧ୍ୟରେ ସରକାରଙ୍କ ପକ୍ଷରୁ ସମ୍ପୂର୍ଣ୍ଣ ସବସିଡି ରାଶି ଉପଭୋକ୍ତାଙ୍କ ଆଧାର ସଂଯୁକ୍ତ ବ୍ୟାଙ୍କ ଖାତାକୁ ପଠାଇ ଦିଆଯିବ।

* ଯଦି ଆପଣ ଏପର୍ଯ୍ୟନ୍ତ ନିଜର eKYC କରିନାହାନ୍ତି, ତେବେ ତୁରନ୍ତ ନିକଟସ୍ଥ ଗ୍ୟାସ ଏଜେନ୍ସିକୁ ଯାଆନ୍ତୁ କିମ୍ୱା ସମ୍ପୃକ୍ତ ଗ୍ୟାସ କମ୍ପାନୀର ମୋବାଇଲ ଆପ ମାଧ୍ୟମରେ ବାୟୋମେଟ୍ରିକ ପ୍ରମାଣୀକରଣ ସମ୍ପୂର୍ଣ୍ଣ କରିନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?