Instagram Scam: ପୋଷ୍ଟ ଲାଇକ୍‌ କରିବା ମାତ୍ରେ ଖାଲି ହୋଇଯିବ ଆକାଉଣ୍ଟ, ଠକେଇରୁ ରକ୍ଷା ପାଇବାର ଉପାୟ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧: ବର୍ଷ ୨୦୨୪ ଆରମ୍ଭ ହେବା ସହ ଅନ୍‌ଲାଇନ୍‌ ଠକେଇର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି। ସାଇବର ଠକମାନେ ଇମେଲ ଲିଙ୍କ ନଚେତ ଅସୁବିଧାରେ ପଡ଼ିଥିବା ବନ୍ଧୁଙ୍କୁ ଅସମୟରେ ସହାୟତା ନାମରେ ଟଙ୍କା ମାଗୁଛନ୍ତି। ଠକେଇର ଏସବୁ ନୂଆ ଉପାୟକୁ ବୁଝି ନ ପାରି ଅନେକ ସେଥିରେ ଛନ୍ଦି ହୋଇପଡ଼ୁଛନ୍ତି। ଏହି କ୍ରମରେ ଏବେ ଇନ୍‌ଷ୍ଟାଗ୍ରାମ ଠକେଇ ସାମ୍ନାକୁ ଆସିଛି। ଯଦି ଆପଣ କୌଣସିପ୍ରକାର ଅନଲାଇନ୍‌ ଠକେଇରୁ ରକ୍ଷା ପାଇବାକୁ ଚାହୁଁଛନ୍ତି ତେବେ କିଛି ଉପାୟ ବିଷୟରେ ଜାଣିରଖନ୍ତୁ।

ମାଗଣା ଉପହାର ଏବଂ ପ୍ରତିଯୋଗିତା:
ମହଙ୍ଗା ଉପହାର ଅଥବା ଅଧିକ ଟଙ୍କା ଦେବାକୁ ଦାବି କରୁଥିବା ଆକାଉଣ୍ଟଠାରୁ ସାବଧାନ ରୁହନ୍ତି। ଆଧିକାରୀକ ବ୍ରାଣ୍ଡର ପେଜ୍‌କୁ ଯାଇ ପ୍ରତିଯୋଗିତା ବିଷୟରେ ସମସ୍ତ ସୂଚନାକୁ ଏକଜୁଟ କରନ୍ତୁ। କେବେ ବି ନିଜର ଟଙ୍କା ନେଣଦେଣ ଏବଂ ଲଗ୍‌ଇନ୍‌ ଡିଟେଲ୍‌ କାହା ସହ ଶେୟାର କରନ୍ତୁ ନାହିଁ।

ଫେକ୍‌ଆକାଉଣ୍ଟ ଠକେଇ:
ସାଇବର ଠକମାନେ ପ୍ରଭାବଶାଳୀ ବ୍ୟକ୍ତିବିଶେଷ, ଲୋକପ୍ରିୟ ଚେହେରା ଏପରିକି ଆପଣଙ୍କ ବନ୍ଧୁଙ୍କ ନକଲି ଆକାଉଣ୍ଟ ଖୋଲିପାରନ୍ତି। ଏମିତିରେ ତାଙ୍କ ପୃଷ୍ଠାକୁ ଅନୁଧ୍ୟାନ କରନ୍ତୁ। ବ୍ୟବହାରକାରୀଙ୍କ ନା ଏବଂ ପ୍ରୋଫାଇଲ ଫଟୋ ବହୁତ ଭଲ ଭାବେ ଯାଞ୍ଚ କରନ୍ତୁ। ଅଜଣା ଆକାଉଣ୍ଟରୁ ଆସୁଥିବା ମେସେଜରୁ ଦୂରରେ ରୁହନ୍ତୁ।

ଫିଶିଂ ଆଟାକ୍‌:
କମେଣ୍ଟ, କ୍ୟାପ୍‌ଶନ ନଚେତ ଡାଇରେକ୍ଟ ମେସେଜରେ ଆସୁଥିବା ଲିଙ୍କରୁ ସାବଧାନ ରୁହନ୍ତୁ। ଏଥିରେ କ୍ଲିକ୍‌ କରନ୍ତୁ ନାହିଁ।

ନିବେଶ ସମ୍ପର୍କିତ ଠକେଇ:
ଅନିଚ୍ଛାକୃତ ଠକେଇ ପରାମର୍ଶ ନଚେତ ଶୀଘ୍ର ରିଟର୍ନ ପ୍ରତିଶ୍ରୁତିଠାରୁ ଦୂରେଇ ରୁହନ୍ତୁ। ପାର୍ଟ ଟାଇମ୍‌ ଚାକିରି ଏବଂ ସୋସିଆଲ ମିଡିଆରେ ପୋଷ୍ଟ ଲାଇକ୍‌ କରିବା ଲାଗି ମୋଟା ଅଙ୍କର ରୋଜଗାର ଦାବିଠାରୁ ଦୂରେଇ ରୁହନ୍ତୁ।

କିଭଳି ରହିବେ ସୁରକ୍ଷିତ:
-ଟୁ ଷ୍ଟେପ୍‌ ଅଥେଣ୍ଟିକେଶନ ରଖନ୍ତୁ
-ସନ୍ଦିଗ୍ଧ ଗତିବିଧିକୁ ରିପୋର୍ଟ କରନ୍ତୁ
-କେବେହେଲେ ନିଜର ବ୍ୟକ୍ତିଗତ ସୂଚନା-ଯେଉଁଭଳି ପାର୍ସଓ୍ବାର୍ଡ, କ୍ରେଡିଟ୍‌ କାର୍ଡ ତଥ୍ୟ କାହାସହ ଶେୟାର କରନ୍ତୁ ନାହିଁ।
-ନିଜର ଡିଭାଇସ ସହ ଆପ୍‌କୁ ଅପ୍‌ଡେଟ୍‌ ରଖନ୍ତୁ
-ନିଜର ପାସଓ୍ବାର୍ଡକୁ ବଳିଷ୍ଠ ରଖନ୍ତୁ। ନିୟମିତ ବ୍ୟବଧାନରେ ଏହାକୁ ବଦଳାନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବରଗଡ଼ରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା, ସ୍ପଷ୍ଟ ଦିବାଲୋକରେ ଟ୍ରକ୍‌ ଚାଳକଙ୍କୁ ଛୁରାମାଡ଼

ବରଗଡ଼,୭ା୩(ପ୍ରେମାନନ୍ଦ ଖମାରୀ): ଶାନ୍ତିପ୍ରିୟ ବରଗଡ଼ ଜିଲାରେ ଆଇନଶୃଙ୍ଖଳା ପରିସ୍ଥିତି ହୁଗୁଳା ହୋଇପଡ଼ିଛି। ଦିନ ଦ୍ବିପ୍ରହରରେ ଏଠାକାର ବିଚ୍‌ ରାସ୍ତା ଉପରେ ଛୁରି, ଭୁଜାଲି ବୁଲୁଛି। ଛୁରି, ଭୁଜାଲି…

ସରକାରଙ୍କ ବଡ଼ ଘୋଷଣା: ତୃତୀୟ ସନ୍ତାନ ଜନ୍ମ ହେଲେ ମିଳିବ ୨୫,୦୦୦ ଟଙ୍କା

ହାଇଦ୍ରାବାଦ୍‌,୭।୩: ଆନ୍ଧ୍ର ପ୍ରଦେଶ ସରକାର ଏକ ନୂତନ ପଦକ୍ଷେପ ଘୋଷଣା କରିଛନ୍ତି। ରାଜ୍ୟ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ବିଧାନସଭାରେ କହିଛନ୍ତି,ରାଜ୍ୟର ଜନ୍ମହାର ନିରନ୍ତର ହ୍ରାସ ପାଉଛି…

ସ୍ତ୍ରୀଙ୍କୁ ପିଟିପିଟି ମାରିଦେଲେ ସ୍ବାମୀ, ପୋଲିସ ପଚାରିବାରୁ କହିଲେ କାଲି ରାତିର ଘଟଣା…

ଦେବଗଡ଼,୭ା୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ବ୍ଲକ ବମ୍ପରଡ଼ା ଆଇଆରବି ବାଟାଲିୟନ ପଛପାଖରୁ ଜଣେ ମହିଳାଙ୍କ ମୃତଦେହ ଜବତ ହେଇଥିବା ଜଣାପଡ଼ିଛି। ତେବେ ଘରୋଇ କଳିରୁ…

୭ ବର୍ଷର ଶିଶୁକୁ ଅପହରଣ କରି ଗଳାକାଟି ହତ୍ୟା: ଟଙ୍କାମାଗିଲେ, ପରେ  ମୃତଦେହ ବସ୍ତାରେ ବାନ୍ଧି…

ବିଷମକଟକ,୭।୩(ପ୍ରସନ୍ନ କୁମାର ପଣ୍ଡା): ରାୟଗଡ଼ା ଜିଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ଅଞ୍ଚଳରେ ଜଣେ ୭ ବର୍ଷର ଶିଶୁକୁ ଅପହରଣ ପରେ ଗଳାକାଟି ହତ୍ୟା କରାଯିବା ଘଟଣା…

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri