Ayushman Card: ଆୟୁଷ୍ମାନ କାର୍ଡ ପାଇଁ ଅନଲାଇନରେ କେମିତି କରିବେ ଆବେଦନ, କେଉଁମାନଙ୍କୁ ମିଳିବ ଲାଭ

ଭୁବନେଶ୍ୱର,୧୧।୪: ଆୟୁଷ୍ମାନ ଭାରତ ଯୋଜନା ଅନ୍ତର୍ଗତ ଆୟୁଷ୍ମାନ କାର୍ଡ ଗରିବ ଓ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ପରିବାରମାନଙ୍କୁ ମାଗଣା ଚିକିତ୍ସା ସୁବିଧା ପ୍ରଦାନ କରୁଛି। ଏହି କାର୍ଡ ମାଧ୍ୟମରେ ଆପଣ ବର୍ଷକୁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ଚିକିତ୍ସା ପାଇପାରିବେ, ଯେଉଁଥିରେ କ୍ୟାନସର ଭଳି ଗୁରୁତର ରୋଗର ଚିକିତ୍ସା ମଧ୍ୟ ଅନ୍ତର୍ଭୁକ୍ତ। ଓଡ଼ିଶାରେ ଏହି ଯୋଜନା ଆଜିଠାରୁ ଆରମ୍ଭ ହୋଇଛି। ଏହା ସହିତ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାରେ ମଧ୍ୟ ଏହା ସଂଯୋଜିତ ହୋଇଛି। ତେବେ ଏହି କାର୍ଡକୁ କିପରି ଅବେଦନ କରିବେ ଆସନ୍ତୁ ଜାଣିବା…

How To Apply For Ayushman Card ଆୟୁଷ୍ମାନ କାର୍ଡ ପାଇଁ ଆବେଦନ ପ୍ରକ୍ରିୟା:
ଆୟୁଷ୍ମାନ ଭାରତ ଯୋଜନାରେ ସାମାଜିକ-ଆର୍ଥିକ ଜନଗଣନା (SECC 2011) ଆଧାରରେ ପରିବାରମାନଙ୍କୁ ଚିହ୍ନଟ କରାଯାଇଛି। ଆପଣଙ୍କ ପରିବାର ଏହି ତାଲିକାରେ ଅଛି କି ନାହିଁ, ତାହା ଯାଞ୍ଚ କରିବା ପାଇଁ ଆପଣ ଆୟୁଷ୍ମାନ ଭାରତର ଅଫିସିଆଲ ଓ୍ବେବସାଇଟ www.pmjay.gov.in କିମ୍ବା ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC) ଭିଜିଟ କରିପାରିବେ। ୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କମାନେ ମଧ୍ୟ ଏହି ଯୋଜନାରେ ସାମିଲ ହୋଇପାରିବେ।

How To Apply For Ayushman Card ଏଥିରେ ଆବଶ୍ୟକ ହେଉଥିବା ଡକ୍ୟୁମେଣ୍ଟଗୁଡିକ ହେଲା ଆଧାର କାର୍ଡ, ରାଶନ କାର୍ଡ, ଆୟ ପ୍ରମାଣପତ୍ର (ଯଦି ଆବଶ୍ୟକ ହୁଏ), ମୋବାଇଲ ନମ୍ବର, ପରିବାରର ସଦସ୍ୟଙ୍କ ବିବରଣୀ।

କେମିତି କରିବେ ଅନଲାଇନ ଆବେଦନ:
How To Apply For Ayushman Card ଆୟୁଷ୍ମାନ ଆପ ଡାଉନଲୋଡ କରନ୍ତୁ କିମ୍ବା www.pmjay.gov.in ଓ୍ବେବସାଇଟ ଭିଜିଟ କରନ୍ତୁ। ମୋବାଇଲ ନମ୍ବର ବ୍ୟବହାର କରି ରେଜିଷ୍ଟର କରନ୍ତୁ ଏବଂ ଆଧାର ନମ୍ବର ଯୋଗ କରନ୍ତୁ। ଆବେଦନ ଫର୍ମରେ ପରିବାରର ବିବରଣୀ ପୂରଣ କରନ୍ତୁ ଏବଂ ଆବଶ୍ୟକ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ। ଆବେଦନ ଯାଞ୍ଚ ହେବା ପରେ, ଆପଣଙ୍କୁ ଇ-କାର୍ଡ ଡାଉନଲୋଡ କରିବାର ସୁବିଧା ମିଳିବ।

ଅଫଲାଇନ ଆବେଦନ:
How To Apply For Ayushman Card ନିକଟସ୍ଥ ସାଧାରଣ ସେବା କେନ୍ଦ୍ର (CSC), ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର, କିମ୍ବା ସରକାରୀ ହସ୍ପିଟାଲରେ ଯାଇ ଆବେଦନ କରିପାରିବେ। ସେଠାରେ ଥିବା କର୍ମଚାରୀ ଆପଣଙ୍କ ଡକ୍ୟୁମେଣ୍ଟ ଯାଞ୍ଚ କରି ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ କରିବେ। ଯାଞ୍ଚ ପରେ ଆପଣଙ୍କୁ ଆୟୁଷ୍ମାନ କାର୍ଡ ମିଳିପାରିବ। ଆବେଦନ ଯାଞ୍ଚ ପରେ, ଯୋଗ୍ୟ ଆବେଦନକାରୀଙ୍କୁ ଆୟୁଷ୍ମାନ କାର୍ଡ ପ୍ରଦାନ କରାଯିବ। ଏହି କାର୍ଡ ସହିତ ଆପଣ ଯୋଜନା ଅଧୀନରେ ଥିବା ସରକାରୀ ଓ ଘରୋଇ ହସ୍ପିଟାଲରେ ମାଗଣା ଚିକିତ୍ସା ପାଇପାରିବେ।

How To Apply For Ayushman Card ଓଡ଼ିଶାରେ ଆୟୁଷ୍ମାନ ଭାରତ ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତ ଭାବେ ୧.୦୩ କୋଟି ପରିବାରର ୩.୪୬ କୋଟି ଲୋକଙ୍କୁ ଉପକୃତ କରିବ। ଆଗାମୀ ୩ ମାସ ମଧ୍ୟରେ ସମସ୍ତ ଯୋଗ୍ୟ ପରିବାରଙ୍କୁ କାର୍ଡ ବଣ୍ଟନ କରିବାର ଲକ୍ଷ୍ୟ ରହିଛି। ପୁରୁଣା କାର୍ଡ କିମ୍ବା ଆଧାର କାର୍ଡ ବ୍ୟବହାର କରି ନୂଆ କାର୍ଡ ମିଳିବା ପର୍ଯ୍ୟନ୍ତ ସୁବିଧା ଉଠାଇ ପାରିବେ।

ଆୟୁଷ୍ମାନ କାର୍ଡ ମାଧ୍ୟମରେ ଆପଣ କ୍ୟାସଲେସ ଚିକିତ୍ସା ସୁବିଧା ପାଇପାରିବେ। ଏହା ଔଷଧ, ଡାଇଗ୍ନୋଷ୍ଟିକ, ଅସ୍ତ୍ରୋପଚାର ଏବଂ ହସ୍ପିଟାଲ ଖର୍ଚ୍ଚ ଆଦି ସମେତ ଅନେକ ସେବା ପ୍ରଦାନ କରୁଛି। ଓଡ଼ିଶାରେ ଏହି ଯୋଜନା ସ୍ବାସ୍ଥ୍ୟ ସେବାକୁ ଅଧିକ ସୁଲଭ କରିବାରେ ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ହେବ। ଯଦି ଆପଣ ଏହି ଯୋଜନାରେ ସାମିଲ ହେବାକୁ ଚାହୁଁଛନ୍ତି, ତେବେ ତୁରନ୍ତ ଯୋଗ୍ୟତା ଯାଞ୍ଚ କରି ଆବେଦନ କରନ୍ତୁ। ଅଧିକ ସୂଚନା ପାଇଁ ଆୟୁଷ୍ମାନ ଭାରତର ହେଲ୍ପଲାଇନ ନମ୍ବର ୧୪୫୫୫ କିମ୍ବା ୧୮୦୦-୧୮୦-୦୪୪୪ରେ ଯୋଗାଯୋଗ କରିପାରିବେ।

Share