Posted inଜାତୀୟ

ପିଲାଙ୍କ ପାଇଁ ହେବ ‘ଅପାର କାର୍ଡ’, ଜାଣନ୍ତୁ କେଉଁ କାମରେ ଲାଗିବ…

ନୂଆଦିଲ୍ଲୀ,୬।୧୨: ଆଧାରକାର୍ଡ ଏବେ ଆମ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ହୋଇଯାଇଛି। ରାଶନ ଦୋକାନରୁ ଆରମ୍ଭ କରି ସିମ କାର୍ଡ କିଣିବା ପର୍ଯ୍ୟନ୍ତ ସବୁଠି ଆଧାର ଦରକାର ପଡୁଛି। ଏବେ ସରକାର ଏହିପରି ଆଉ ଏକ କାର୍ଡ ଆପଣଙ୍କ ପିଲାମାନଙ୍କ ପାଇଁ କରିବାକୁ ଯାଉଛନ୍ତି। ଯାହା ଭବିଷ୍ୟତରେ ସେମାନଙ୍କ ସ୍କୁଲ ପାଠପଢା ସହ କଲେଜ ଆଡମିଶନ ଓ ଚାକିରି ଖୋଜିବାରେ ସହାୟତା କରିବ।

ଏହାର ନାଁ ରହିଛି ‘ଅପାର ଆଇଡି କାଡର୍ର୍’। ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରାଳୟ ଦ୍ୱାରା ଆରମ୍ଭ ହେବାକୁ ଥିବା ‘ଅପାର ଆଇଡି କାର୍ଡ’ଦେଶର ସବୁ ସ୍କୁଲ ଛାତ୍ରୀଛାତ୍ରଙ୍କ ଆଇଡେଣ୍ଟିଟି କାର୍ଡ ହେବ। ଏହାକୁ ଗୋଟିଏ ରାଷ୍ଟ୍ର, ଗୋଟିଏ ବିଦ୍ୟାର୍ଥୀ କାର୍ଡ ମଧ୍ୟ କୁହାଯାଉଛି। ସରକାର ଯେଉଁ ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ଆଣିଛନ୍ତି ସେହି ହିସାବରେ ଅପାର କାର୍ଡ ତିଆରି କରାଯାଉଛି।

ଅପାର କାର୍ଡର ପୁରା ନଁ ହେଉଛି ‘ଅଟୋମେଟେଡ ପର୍ମାନେଣ୍ଟ ଆକାଡେମିକ ଆକାଉଣ୍ଟ
ରେଜିଷ୍ଟ୍ରି’। ଏହାର ଅର୍ଥ ସରକାର ଛାତ୍ରଙ୍କୁ ଏପରି ୧୨ ଅଙ୍କର ଏକ ଆଇଡି କାର୍ଡ କରିବେ ଯାହା ସେମାନଙ୍କ ପିଲାଦିନର ପାଠ ପଢାରୁ ଆରମ୍ଭ କରି ପାଠପଢା ଶେଷ ପର୍ଯ୍ୟନ୍ତ ରହିବ।
ଛାତ୍ରୀଛାତ୍ର ସ୍କୁଲ ପରିବର୍ତ୍ତନ କଲେ ମଧ୍ୟ ଅପାର ଆଇଡି କାର୍ଡରେ କୌଣସି ପରିବର୍ତ୍ତନ ହେବନି। ଏହା ଆଧାରକାର୍ଡ ଠାରୁ ଅଲଗା ହେବ ଓ ପରସ୍ପର ସହ ଲିଙ୍କ ରହିବ। ଏଥିରେ ଛାତ୍ରଙ୍କ ସମସ୍ତ ସୂଚନା ପ୍ରତିଥର ଅପଡେଟ ରହିବ । ଏଥିପାଇଁ ସରକାର ‘ଆକାଡେମିକ ବ୍ୟାଙ୍କ ଅଫ କ୍ରେଡିଟସ’ସ ଲଞ୍ଚ କରିଛନ୍ତି। ଏହା ଶୈକ୍ଷିକ ରେଜିଷ୍ଟ୍ରି ରୂପେ କାମ କରିବ। ଏହାକୁ ଡିଜିଲକର ଭଳି ଏଡୁଲକର ମଧ୍ୟ କହିହେବ।

‘ଅପାର କାର୍ଡ’ ଦ୍ୱାରା ଜଣେ ଛାତ୍ରୀଛାତ୍ରୀଙ୍କ ସବୁ ପ୍ରକାର ସୂଚସୂ ଡିଜିଟାଲି ଷ୍ଟୋର ରହିବ।
ଉଦାହରଣ ସ୍ବରପ ପିଲା କେଉଁଥିରେ ପଢୁଛି, କେଉଁ ଶ୍ରେଣୀ ପର୍ଯ୍ୟନ୍ତ ପଢିଛି, ତାଙ୍କୁ କେଉଁ ସବୁ ପୁରସ୍କାର ମିଳିଛି, ତାଙ୍କ ପାଖରେ କେଉଁ କେଉଁ ଡିଗ୍ରି ଅଛି, ତାଙ୍କୁ ସ୍କଲାରଶିପ ମିଳିଛି କି ନାହିଁ, ଯଦି ମିଳିଛି ତେବେ କେତେ ଓ କେବେଠାରୁ କେଉଁ ପର୍ଯ୍ୟନ୍ତ ସ୍କଲାରଶିପ ପାଇଛନ୍ତି, ତାଙ୍କୁ କେଉଁ ଶ୍ରେଣୀରେ କେତେ ମାର୍କ ମିଳିଥିଲା ଆଦି ସୂଚନା ଡିଜିଟାଲ ଭାବରେ ଏହି କାର୍ଡରେ ରହିବ।
ଅପାର କାର୍ଡ କରିବା ପାଇଁ ଛାତ୍ରୀଛାତ୍ରଙ୍କର ଏକ ବୈଧ ଆଧାର
କାର୍ଡ ଆବଶ୍ୟକ। ସେହିପରି ଡିଜି ଲକରରେ ତାଙ୍କର ଆକାଉଣ୍ଟ ଥିବା ଜରୁରି। ଏଥିରେ
ଛାତ୍ରୀଛାତ୍ରଙ୍କ ଇ-କେୱାସି କରାଯିବ। ଛାତ୍ରୀଛାତ୍ରଙ୍କୁ ଅପାର କାର୍ଡ ତାଙ୍କ ସ୍କୁଲ କିମ୍ବା କଲେଜ ପ୍ରଦାନ କରିବେ। ଏଥିଲାଗି ତାଙ୍କ ମାତାପିତାଙ୍କ ସହମତିରେ ରେଜିଷ୍ଟ୍ରେସନ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

ପଟ୍ଟାମୁଣ୍ଡାଇରେ ଚାଞ୍ଚଲ୍ୟ: କଳିଙ୍ଗାଘାଟ ନଦୀପଠାରୁ ଅଖାରେ ଭର୍ତ୍ତି ମଣିଷ କଙ୍କାଳ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ…

ପଟ୍ଟାମୁଣ୍ଡାଇ,୨୬।୩(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ଗୁଣୁପୁର କଳିଙ୍ଗାଘାଟ ନଦୀପଠାରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ନଦୀପଠାରୁ ମଣିଷ ଖପୁରୀ ଓ…

ରୋହିତ ଶର୍ମା-ବିରାଟ କୋହଲି ଆଗାମୀ ଗୋଟିଏ ବର୍ଷ ମଧ୍ୟରେ କେତେ ମ୍ୟାଚ ଖେଳିବେ, ସିଡ୍ୟୁଲ ଜାରିକଲା BCCI

ନୂଆଦିଲ୍ଲୀ,୨୬।୩: ଆଗାମୀ ବର୍ଷ ପାଇଁ ଟିମ ଇଣ୍ଡିଆର ଘରୋଇ ସିରିଜ ସୂଚୀ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ, ୱେଷ୍ଟଇଣ୍ଡିଜ, ଶ୍ରୀଲଙ୍କା ଏବଂ ଜିମ୍ବାୱେ ଆଗାମୀ ୧୨ ମାସ ବା…

IPL 2026: ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କଲା BCCI, ୧୨ ସହରରେ ମୁକାବିଲା, ମାର୍ଚ୍ଚ ୨୮ରୁ ଆରମ୍ଭ ହେବ…

ନୂଆଦିଲ୍ଲୀ,୨୬।୩: କ୍ରିକେଟ ପ୍ରେମୀଙ୍କ ଅପେକ୍ଷାର ଅନ୍ତ। ବିସିସିଆଇ (BCCI) ପକ୍ଷରୁ ଆଇପିଏଲ ୨୦୨୬ (IPL 19th Season)ର ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଆସନ୍ତାମାର୍ଚ୍ଚ ୨୮ ତାରିଖରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri