କେମିତି ରନ ଓ୍ବେରୁ ଖସିଗଲା ବିମାନ, ଜଣାପଡିଲା ଅସଲ କାରଣ

ସିଓଲ,୨୯।୧୨: ରବିବାର ଦକ୍ଷିଣ କୋରିଆରେ ଏକ ବଡ଼ ବିମାନ ଦୁର୍ଘଟଣା ଘଟିଛି। ଦକ୍ଷିଣ କୋରିଆର ମୁଆନ ଆନ୍ତର୍ଜାତୀୟ ବିମାନବନ୍ଦରରେ ଏକ ବିମାନ ରନୱେରୁ ଖସିଯାଇଥିଲା। ଏହି ଦୁର୍ଘଟଣାରେ ୧୨୦ ଜଣଙ୍କର ମୃତ୍ୟୁ ନିଶ୍ଚିତ ହୋଇଥିବାବେଳେ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି କହାଯାଉଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟ ଚାଲିଛି ଏବଂ ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
କୁହାଯାଉଛି ଯେ ଏହି ବିମାନ ଥାଇଲ୍ୟାଣ୍ଡରୁ ଫେରୁଥିଲା। ବିମାନଟି ଦକ୍ଷିଣ କୋରିଆର ମୁଆନ ବିମାନବନ୍ଦରରେ ଅବତରଣ କରିଥିଲା। ଏହି ସମୟରେ ସେ ରନୱେରେ ଖସିଯାଇ ଏକ କାନ୍ଥକୁ ଧକ୍କା ଦେଇଥିଲା। ଏହି କାରଣରୁ ବିମାନଟିରେ ତତକ୍ଷଣାତ୍‌ ନିଆଁ ଲାଗିଯାଇଥିଲା।

କୋରିଆ ଟାଇମ୍ସ ଅନୁଯାୟୀ, ୧୭୩ କୋରିଆ, ଦୁଇ ଜଣ ଥାଇ ଯାତ୍ରୀ ଏବଂ ୬ ଜଣ କ୍ରୁ ସଦସ୍ୟ ଥାଇଲ୍ୟାଣ୍ଡରୁ ଭୋର ୧ଟା ୩୦ରେ ବିମାନ ବନ୍ଦରରେ ଅବତରଣ କରିବାର ଯୋଜନା ଥିଲା।
ସୂଚନାନୁସାରେ, ବିମାନଟି ପ୍ରଥମେ ଅବତରଣ କରିବାକୁ ଚେଷ୍ଟା କରିଥିଲା, କିନ୍ତୁ ଅବତରଣ କରିପାରି ନଥିଲା। ଏହା ପରେ ବିମାନବନ୍ଦରକୁ ଘେରି ପୁଣି ଅବତରଣ କରିବାକୁ ଚେଷ୍ଟା କଲା, କିନ୍ତୁ ରନୱେରେ ସ୍କିଡ କଲା। ଏହା ପରେ ବିମାନଟି ରନୱେ ଶେଷରେ କାନ୍ଥକୁ ଧକ୍କା ଦେଇ ନିଆଁ ଲାଗି ଯାଇଥିଲା। ଦୁର୍ଘଟଣାର ୪୩ ମିନିଟ ପରେ ନିଆଁ ଲିଭାଯାଇଥିଲା।
‘କେବିଏସ ୱାଲର୍‌ଡ’ ଅନୁଯାୟୀ, କୋରିଆ ଏୟାରପୋର୍ଟ କର୍ପୋରେଶନ ଏବଂ ଦକ୍ଷିଣ ଜୋଲା ଷ୍ଟେଟ ଫାୟାର ବ୍ରିଗେଡ ଅଧିକାରୀ କହିଛନ୍ତି ଯେ ଥାଇଲ୍ୟାଣ୍ଡରୁ ୧୭୫ଜଣ ଯାତ୍ରୀ ଏବଂ ୬ଜଣ ବିମାନ କର୍ମଚାରୀଙ୍କ ସହ ଆସୁଥିବା ଜାଜୁ ଏୟାର ବିମାନ ରବିବାର ସକାଳ ୯ଟା ସମୟରେ ବିମାନବନ୍ଦରରେ ଅବତରଣ କରିଥିଲା। ତା’ପରେ ଏହି ଦୁର୍ଘଟଣା ଘଟିଲା।
ୟୋନହାପ ନ୍ୟୁଜ ଏଜେନ୍ସି ଅନୁଯାୟୀ, ଜାଜୁ ଏୟାରଲାଇନ୍ସର ୨୨୧୬ ବିମାନ ଥାଇଲ୍ୟାଣ୍ଡରୁ ଫେରୁଥିଲା। ସ୍ଥାନୀୟ ଅଧିକାରୀଙ୍କ କହିବାନୁସାରେ, ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇଛି। ଯାତ୍ରୀମାନଙ୍କୁ ବିମାନର ପଛ ପଟରୁ ବାହାରକୁ ନିଆଯାଉଛି। ବିମାନରେ ସମୁଦାୟ ୧୮୧ଜଣ ଥିଲେ। ସେଥିମଧ୍ୟରୁ ୧୭୫ ଜଣ ଯାତ୍ରୀ ଏବଂ ୬ ଜଣ ବିମାନର କ୍ରୁ ସଦସ୍ୟ ଥିଲେ।
ଦୁର୍ଘଟଣାସ୍ଥଳରୁ କଳା ଧୂଆଁ ବାହାରୁଥିବା ଦେଖାଯାଉଛି। ଏହା ମଧ୍ୟ ବିଶ୍ୱାସ କରାଯାଏ ଯେ ଏହି ଦୁର୍ଘଟଣା ବୋଧହୁଏ ପକ୍ଷୀ ଧକ୍କା ହେତୁ ଘଟିଥଲା, ଅବତରଣ ସମୟରେ ଗିଅରରେ ଯାନ୍ତ୍ରିକ ତ୍ରୁଟି ରହିଥିଲା। ଜାତୀୟ ଅଗ୍ନିଶମ ଏଜେନ୍ସି କହିଛି ଯେ ଦୁର୍ଘଟଣା ପରେ ଘଟିଥିବା ନିଆଁ ପ୍ରାୟ ଲିଭିଯାଇଛି। ଖବର ଲେଖିବା ପର୍ଯ୍ୟନ୍ତ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ବିମାନରୁ ଜୀବନ୍ତ ସ୍ଥାନାନ୍ତର ହୋଇଥିବା ଦୁଇ ଜଣ ହେଉଛନ୍ତି ଜଣେ ଯାତ୍ରୀ ଏବଂ ଜଣେ କ୍ରୁ ସଦସ୍ୟ।


Enter your email to get our daily news in your inbox.

All Right Reserved By Dharitri.Com

IRCTC ଆକାଉଣ୍ଟର ପାସୱାର୍ଡ ଭୁଲି ଯାଇଛନ୍ତି କି? ଏହି ସହଜ ଷ୍ଟେପ୍ସ ଆପଣାଇ କେଇ ମିନିଟ୍‌ରେ କରନ୍ତୁ ରିସେଟ୍‌

ନୂଆଦିଲ୍ଲୀ,୨୧।୬:ଭାରତରେ ପ୍ରତିଦିନ ହଜାର ହଜାର ଟ୍ରେନ ଚାଲୁଛି। କୋଟି କୋଟି ଲୋକ ଏଥିରେ ଯାତ୍ରା କରୁଛନ୍ତି। ପୂର୍ବରୁ ଲୋକେ ଟିକେଟ କାଉଣ୍ଟରକୁ ଯାଇ ଲମ୍ବା ଲାଇନରେ ଛିଡ଼ା…

ଦିଲ୍ଲୀ ଏୟାରପୋର୍ଟରେ ୪୫ ମିନିଟ୍‌ ଅଟକି ରହିଲେ ମୋଦି, କାରଣ ଜାଣିଲେ…

ନୂଆଦିଲ୍ଲୀ,୨୧ା୬: ରବିବାର ଅପରାହ୍ନରେ ଦିଲ୍ଲୀ ଏୟାରପୋର୍ଟରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତୁରନ୍ତ ତାଙ୍କ ବାସଭବନକୁ ଯିବା ପରିବର୍ତ୍ତେ ବିମାନବନ୍ଦରରେ ଅପେକ୍ଷା କରିବାକୁ ନିଷ୍ପତ୍ତି ନେଇଥିଲେ।…

କେନ୍ଦୁଝରରେ ଉପମୁଖ୍ୟମନ୍ତ୍ରୀ: କୃଷି କାର୍ଯ୍ୟର ସମୀକ୍ଷା କରି କହିଲେ ଅସ୍ବାଭାବିକ ମୌମୁମୀ ପରିସ୍ଥିତିର ସମ୍ଭାବନାକୁ…

କେନ୍ଦୁଝର,୨୧ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ଉପମୁଖ୍ୟମନ୍ତ୍ରୀ ତଥା କୃଷି ଓ କୃଷକ ସଶକ୍ତିକରଣ, ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ରବିବାର କେନ୍ଦୁଝର ଜିଲା ଗସ୍ତ କରି ବିଭିନ୍ନ କୃଷି…

ନିଶାଖୋର ପୁଅ ପାଇଁ ଆତ୍ମହତ୍ୟା କରିଦେଲେ ମା’-ବାପା! ଘର ଭିତରୁ ପୋଲିସ…

ପୁରୀ,୨୧ା୬(ଅଜିତ କୁମାର ମହାନ୍ତି): ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସେନାପତି ବଗିଚା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ରବିବାର ଦେଖିବାକୁ ମିଳିଛି। ଘର ଭିତରୁ ପୋଲିସ ଦମ୍ପତିଙ୍କ…

ନୂଆପଡ଼ାରେ ସକାଳୁ ସ୍କୁଲ ଆସିବେ ପିଲା

ନୂଆପଡ଼ା,୨୧ା୬(ମକାରୁ ବେମାଲ): ନୂଆପଡ଼ା ଜିଲାରେ ସକାଳୁଆ ସ୍କୁଲ ଅବଧି ବଢ଼ିଛି। ୨୨ରୁ ୨୫ ତାରିଖ ପର୍ଯ୍ୟନ୍ତ ସକାଳୁଆ ସ୍କୁଲ ହେବାକୁ ଜିଲାପାଳ ନିଷ୍ପତ୍ତି ନେଇଛନ୍ତି। ହିଟ ଓ୍ବେଭ୍‌…

ଇପିଏଫ୍‌ଓ ୩.୦ରେ ବଡ଼ ପରିବର୍ତ୍ତନ! ଆଉ ୭୫% ନୁହେଁ, ଏଣିକି ବିନା କାରଣରେ ବି ଉଠାଇ ପାରିବେ ପୁରା PF ଟଙ୍କା

ନୂଆଦିଲ୍ଲୀ,୨୧।୬: କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (EPFO) ନିଜର ସଦସ୍ୟମାନଙ୍କ ପାଇଁ ‘EPFO 3.0’ ଅଧୀନରେ ଅନେକ ସହଜ ଓ ସୁବିଧାଜନକ ନିୟମ ଆଣିବାକୁ ଯାଉଛି। ଏହି…

ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ ଦିନିକିଆ ଦଳ ଘୋଷଣା: ବିରାଟଙ୍କ ପ୍ରତ୍ୟାବର୍ତ୍ତନ, ଯଶସ୍ୱୀ ବାଦ୍

ନୂଆଦିଲ୍ଲୀ,୨୧।୬: ଇଂଲଣ୍ଡ ଗସ୍ତ ପାଇଁ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ରବିବାର, ୨୧ ଜୁନ୍‌ରେ ୧୫ ଜଣିଆ ଭାରତୀୟ ଦିନିକିଆ (ODI) ଦଳ ଘୋଷଣା କରିଛି।…

ପୁଣି ବନ୍ଦ ହେଲା ହର୍ମୁଜ ପ୍ରଣାଳୀ, IRGC ଘୋଷଣା ପୂର୍ବରୁ କେତେ ଭାରତୀୟ ଜାହାଜ ବାହାରିଛି? ଚମକାଇ ଦେବ ସଂଖ୍ୟା

ତେହରାନ,୨୧।୬: ମଧ୍ୟପ୍ରାଚ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଶନିବାର (ଜୁନ ୨୦, ୨୦୨୬) ତିନୋଟି ଭାରତୀୟ ଅଶୋଧିତ ତୈଳ ସୁପରଟ୍ୟାଙ୍କର୍‌ ସୁରକ୍ଷିତ ଭାବରେ ହର୍ମୁଜ ପ୍ରଣାଳୀ ପାର କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri