ସାନିଆଙ୍କ ପ୍ରେମରେ ଏମିତି ପଡ଼ିଥିଲେ ଶୋଏବ

ମୁମ୍ବାଇ,୨୦ା୧: ଭାରତୀୟ ଟେନିସ୍‌ ତାରକା ସାନିଆ ମିର୍ଜା ଏବଂ ପାକିସ୍ତାନର ପୂର୍ବତନ ଅଧିନାୟକ ଶୋଏବ ମଲିକଙ୍କ ବିବାହରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ବିଗତ କିଛି ମାସ ଧରି ସେମାନଙ୍କ ସମ୍ପର୍କରେ ଫାଟ ଥିବା ନେଇ ନାନା ଖବର ସାମ୍ନାକୁ ଆସୁଥିଲା କିନ୍ତୁ ବର୍ତ୍ତମାନ ଏହା ସମ୍ପୂର୍ଣ୍ଣ ଶେଷ ହୋଇଛି। ଶୋଏବ ତାଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଶେୟାର କରି ସମସ୍ତଙ୍କ ସାମ୍ନାରେ ସାନିଆଙ୍କ ସହ ସମ୍ପର୍କ ଶେଷ ହେବାର ଖବରକୁ ସ୍ପଷ୍ଟ କରିଛନ୍ତି। ଦୁଇଦିନ ତଳେ ସାନିଆ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଛାଡ଼ପତ୍ର ସମ୍ପର୍କରେ ଏକ ପୋଷ୍ଟ କରିଥିଲେ। ଯେଉଁଥିରେ ଲେଖାଥିଲା  ଉଭୟ ଛାଡ଼ପତ୍ର ଏବଂ ବିବାହ କଷ୍ଟସାଧ୍ୟ ନିଷ୍ପତ୍ତି ଅଟେ। ମାତ୍ର ଆଜି ଶୋଏବ ଏକଥାକୁ ସ୍ପଷ୍ଟ କରିଦେଇଛନ୍ତି।

What About Sania Mirza?": Fans Left Stunned As Shoaib Malik Announces Marriage With Actress Sana Javed

ଜାନୁଆରୀ ୨୦ ଅର୍ଥାତ୍‌ ଶନିବାର ତାଙ୍କର ଦ୍ୱିତୀୟ ବିବାହର ଫଟୋ ଶେୟାର କରି ସେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ଶୋଏବ ପାକିସ୍ତାନୀ ଅଭିନେତ୍ରୀ ସାନା ଜାଭେଦଙ୍କୁ ବିବାହ କରିଛନ୍ତି। ସାନିଆଙ୍କଠାରୁ ଅଲଗା ହେବାର ଖବର ଖୋଲାଖୋଲି ଭାବେ ବାହାରକୁ ଆସି ନ ଥିଲା। କିନ୍ତୁ ଶୋଏବ ଏହି ଫଟୋଗୁଡ଼ିକୁ ଶେୟାର କରି ସମସ୍ତଙ୍କ ମନରୁ ଦ୍ୱନ୍ଦ୍ୱ ଦୂର କରିଛନ୍ତି। ସେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋଗୁଡ଼ିକୁ ଶେୟାର କରିଛନ୍ତି।

Shoaib Malik marries Pak actress Sana Javed, his second wife after Sania Mirza - Get Latest News Update in Kolkata, India

କହିରଖୁଛୁ, ବିବାହର ୧୪ ବର୍ଷ ପରେ ଦୁହେଁ ଅଲଗା ହୋଇଛନ୍ତି। ବିବାହ ପୂର୍ବରୁ ଏହି ବିଷୟରେ ଅନେକ ବିବାଦ ଦେଖାଦେଇଥିଲା। ସାନିଆ ଭାରତୀୟକୁ ଶୋଏବ ପାକିସ୍ତାନୀ। ସାନିଆ ଏବଂ ଶୋଏବ ୨୦୦୪-୦୫ରେ ସାକ୍ଷାତ ହୋଇଥିଲେ। ଏହି ସମୟ ମଧ୍ୟରେ ଅଧିକ କଥାବାର୍ତ୍ତା ହୋଇ ନ ଥିଲା। ଏହା ପରେ ଦୁହେଁ ୨୦୦୯-୧୦ରେ ଅଷ୍ଟ୍ରେଲିଆର ହୋବାର୍ଟରେ ଭେଟିଥିଲେ। ସାନିଆ ଟେନିସ୍‌ ଖେଳିବାକୁ ଆସିଥିଲେ। ପାକିସ୍ତାନ କ୍ରିକେଟ ଦଳ ମଧ୍ୟ ଅଷ୍ଟ୍ରେଲିଆ ଗସ୍ତରେ ଥିଲେ। ଏଠାରେ ଦୁହେଁ ବନ୍ଧୁ ହେଲେ ଏବଂ ପରେ ସାକ୍ଷାତ ହୋଇଥିଲା।

शोएब मलिक नहीं, सानिया मिर्ज़ा ने ही तोड़ा रिश्ता... 'खुला' अधिकार के तहत खत्म की थी शादी; इमरान मिर्ज़ा का खुलासा

ସାନିଆ ଏବଂ ଶୋଏବ ପ୍ରାୟ ୫ ମାସ ପରସ୍ପରକୁ ଡେଟ୍‌ କରିଥିଲେ। ଏହା ପରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ୨୦୧୦ରେ ସାନିଆ ଏବଂ ଶୋଏବ ବିବାହ କରିଥିଲେ। ସମସ୍ତ ବିବାହ ରୀତିନୀତି ହାଇଦ୍ରାବାଦରେ ହୋଇଥିଲା। ଏହା ପରେ ଲାହୋରରେ ଏକ ରିସେପ୍ସନ ଅନୁଷ୍ଠିତ ହୋଇଥିଲା। ବିବାହର ପ୍ରାୟ ୮ ବର୍ଷ ପରେ ପୁଅ ଇଜାନ ଜନ୍ମ ହୋଇଥିଲେ।

Love across borders: The untold saga of Sania Mirza-Shoaib Malik love story

ସୂଚନା ଥାଉକି, ଶୋଏବ ସାନିଆଙ୍କ ନାମକୁ ତାଙ୍କ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ ବାୟୋରୁ ହଟାଇ ଦେଇଛନ୍ତି। ନିକଟରେ ସାନିଆ ଇନ୍‌ଷ୍ଟାଗ୍ରାମରେ ଏକ ଷ୍ଟୋରି ଶେୟାର କରିଥିଲେ। ଏଥିରେ ଲେଖାଥିଲା, ‘ବିବାହ କଷ୍ଟସାଧ୍ୟ, ଛାଡ଼ପତ୍ର କଷ୍ଟସାଧ୍ୟ, ନିଜର ଅସୁବିଧା ନିଜେ ଚୟନ କର।’


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?