GST ହ୍ରାସ ପରେ କେତେ ଶସ୍ତା ହୋଇଯିବ ୧୦ ଲକ୍ଷର କାର୍‌? ଜାଣନ୍ତୁ…

ନୂଆଦିଲ୍ଲୀ,୪।୯: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଟ୍ୟାକ୍ସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ନେଇ ଘୋଷଣା କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନର ୪-ସ୍ଲାବ ବିଶିଷ୍ଟ GST ଢାଞ୍ଚାକୁ ସରଳ କରାଯାଇ ମାତ୍ର ୨ଟି ସ୍ଲାବରେ ପରିଣତ କରାଯିବ। ଏହି ନିଷ୍ପତ୍ତି ପ୍ରାୟ ୧୭୫ଟି ଉତ୍ପାଦ ଉପରେ ପ୍ରଭାବ ପକାଇବ, ଯେଉଁଥିରେ ଅଟୋମୋବାଇଲ କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
୩ ଓ ୪ ସେପ୍ଟେମ୍ବରରେ ଅନୁଷ୍ଠିତ GST କାଉନସିଲ ବୈଠକରେ ଏହି ନୂଆ ଢାଞ୍ଚାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଏଥିରେ ନିଷ୍ପତ୍ତି ହୋଇଛି ଯେ କେଉଁ କେଉଁ ଜିନିଷ ଉପରେ ନୂଆ ଟ୍ୟାକ୍ସ ହାର ଲାଗୁ ହେବ। ସରକାର ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ୨୮% GSTକୁ ହ୍ରାସ କରି ୧୮% କରାଯାଉଛି। ଏହାଦ୍ୱାରା ଛୋଟ କର୍‌ ମୂଲ୍ୟରେ ପ୍ରାୟ ୭-୮% ହ୍ରାସ ହୋଇପାରେ।
ଛୋଟ କାରକୁ ସବୁଠୁ ଅଧିକ ଲାଭ:
ବର୍ତ୍ତମାନ ୪ ମିଟରରୁ ଛୋଟ ଏବଂ ୧.୨ ଲିଟର ଇଞ୍ଜିନ ବିଶିଷ୍ଟ ଗାଡ଼ି ଉପରେ ୨୮% GST ସହିତ ୧-୩% ସେସ ଲାଗୁ ହେଉଛି। ଅର୍ଥାତ ମୋଟ ଟ୍ୟାକ୍ସ ୨୯-୩୧% ହୋଇଯାଏ। କିନ୍ତୁ ପ୍ରସ୍ତାବିତ ପରିବର୍ତ୍ତନ ପରେ ଏହି ଗାଡ଼ି ୧୮% ସ୍ଲାବକୁ ଆସିବ। ଏହାଦ୍ୱାରା ମୂଲ୍ୟରେ ପ୍ରାୟ ୮% ହ୍ରାସ ହୋଇପାରେ।
ଉଦାହରଣ ସ୍ବରୂପ, Maruti Alto K୧୦, ଯାହାର ବର୍ତ୍ତମାନ ମୂଲ୍ୟ ୪.୨୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି, ନୂଆ ଟ୍ୟାକ୍ସ ଢାଞ୍ଚା ପରେ ପ୍ରାୟ ୩.୮୯ ଲକ୍ଷ ଟଙ୍କାରେ ମିଳିପାରେ। ସେହିପରି Renault Kwidର ମୂଲ୍ୟରେ ପ୍ରାୟ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ।
୧୦ ଲକ୍ଷର କାର୍‌ କେତେ ଶସ୍ତା ହେବ?
ଯଦି ଗୋଟିଏ ଗାଡ଼ିର ବେସ ମୂଲ୍ୟ ୧୦ ଲକ୍ଷ ଟଙ୍କା ଏବଂ ଏହା ଉପରେ ବର୍ତ୍ତମାନ ୨୮% GST ଓ ୩% ସେସ ଲାଗୁ ହେଉଛି, ତେବେ ଅନ୍‌-ରୋଡ ମୂଲ୍ୟ ପ୍ରାୟ ୧୩.୧୦ ଲକ୍ଷ ଟଙ୍କା ହେଉଛି। ନୂଆ ପ୍ରସ୍ତାବିତ ଢାଞ୍ଚାରେ ଯଦି ଟ୍ୟାକ୍ସ ୧୮% (ସେସ ବିନା) ହୁଏ, ତେବେ ସେହି ଗାଡ଼ି ପ୍ରାୟ ୧୧.୮୦ ଲକ୍ଷ ଟଙ୍କାରେ ମିଳିବ। ଅର୍ଥାତ ୧୦ ଲକ୍ଷ ଟଙ୍କାର ଗାଡ଼ି ପ୍ରାୟ ୧.୩ ଲକ୍ଷ ଟଙ୍କା ଶସ୍ତା ହେବ, ଯାହା ପ୍ରାୟ ୧୦% ସଞ୍ଚୟ।
ବଡ଼ ଗାଡ଼ି ଉପରେ ମଧ୍ୟ ରିହାତି:
ବଡ଼ ଏବଂ ମଧ୍ୟମ ଆକାରର ଗା ଉପରେ ବର୍ତ୍ତମାନ ୨୮% GST ସହିତ ୧୫-୨୨% ସେସ ଲାଗୁ ହେଉଛି। ଏହାଦ୍ୱାରା ମୋଟ ଟ୍ୟାକ୍ସ ୪୩%ରୁ ୫୦% ପର୍ଯ୍ୟନ୍ତ ପହଞ୍ଚୁଛି। ନୂଆ ଢାଞ୍ଚାରେ ସରକାର ଏଗୁଡ଼ିକୁ ୪୦%ର ଏକକ ସ୍ଲାବରେ ରଖିବାକୁ ପ୍ରସ୍ତୁତ ହେଉଛନ୍ତି। ସେସ୍‌ରେ ମଧ୍ୟ ହ୍ରାସ କରାଯିବ ଯାହା ଦ୍ୱାରା ଟ୍ୟାକ୍ସର ବୋଝ ଅଧିକ ନ ବଢ଼େ।
ଏହି ପରିବର୍ତ୍ତନରୁ SUV ସେଗମେଣ୍ଟର ଗା ଯେପରିକି Mahindra Scorpio ଓ Tharର ମୂଲ୍ୟରେ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ସେହିପରି Hyundai Creta, ଯାହାର ମୂଲ୍ୟ ବର୍ତ୍ତମାନ ୧୧.୧୧ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି, ତାହାର ଦାମରେ ମଧ୍ୟ ନୋଟିସବଲ ହ୍ରାସ ଦେଖାଯାଇପାରେ।
କ’ଣ ହେବ ପ୍ରଭାବ?
ଯଦି GST ୨.୦ ଲାଗୁ ହୁଏ, ତେବେ ଏଣ୍ଟ୍ରି ଲେଭେଲ ଓ ମଧ୍ୟମ ଆକାରର ଗାଡ଼ି ମୂଲ୍ୟ ବହୁତ କମିପାରେ। ଏହା କେବଳ ଅଟୋମୋବାଇଲ କ୍ଷେତ୍ରକୁ ନୂଆ ଗତି ପ୍ରଦାନ କରିବ ନାହିଁ, ବରଂ ସାଧାରଣ ଲୋକଙ୍କ ଗାଡ଼ି କିଣିବାର ସ୍ବପ୍ନକୁ ମଧ୍ୟ ସହଜ କରିବ।

Enter your email to get our daily news in your inbox.

All Right Reserved By Dharitri.Com

ଆଦାନୀ ଗ୍ରୁପ କଲା ବଡ଼ ଡିଲ୍‌, ଭାରତରେ ପାଇଲଟ ଟ୍ରେନିଂ ଓ ପ୍ରତିରକ୍ଷା ସିମୁଲେସନରେ ହେବ ପରିବର୍ତ୍ତନ!

ନୂଆଦିଲ୍ଲୀ,୯।୧୨: ଆଡାନୀ ଗ୍ରୁପର ପ୍ରତିରକ୍ଷା ଓ ଏରୋସ୍ପେସ ଆର୍ମ ADSTL (ଆଡାନୀ ଡିଫେନ୍ସ ସିଷ୍ଟମ୍ସ ଏଣ୍ଡ ଟେକ୍ନୋଲୋଜିଜ ଲିମିଟେଡ) ଏବଂ ପ୍ରାଇମ ଏରୋ ସର୍ଭିସେସ LLP...

ପାଦରେ ସୁନା ପିନ୍ଧିବା କାହିଁକି ଅଶୁଭ? ପିନ୍ଧିଲେ ମାଡ଼ି ଆସିବ…

ବର୍ତ୍ତମାନ, ସୁନା ବିଶ୍ୱର ସବୁଠାରୁ ମହଙ୍ଗା ଧାତୁ ମଧ୍ୟରୁ ଗୋଟିଏ। ସୁନା ସମସ୍ତଙ୍କୁ ଆକର୍ଷିତ କରେ। ମହିଳାମାନେ ସୁନା ଅଳଙ୍କାରକୁ ଭଲ ପାଆନ୍ତି। ଅଳଙ୍କାର ପିନ୍ଧିବା...

ନୂଆବର୍ଷରେ ୩ ରାଶିରେ ଭୟଙ୍କର ଶନି ଦଶା ! ପାଦେ ପାଦେ ବିପଦ, ନୂଆବର୍ଷରେ…

ଶନିଦେବତାଙ୍କୁ ନ୍ୟାୟପ୍ରିୟ ଓ କର୍ମଫଳ ପ୍ରଦାତା ଭାବେ ଗ୍ରହଣ କରାଯାଇଛି । ଶନି ପ୍ରତି ଅଢେଇ ବର୍ଷରେ ଥରେ ରାଶି ପରିବରର୍ତ୍ତନ କରିଥାନ୍ତି । ଶନିଙ୍କର...

ଭାରତ ପାଇଁ ସତ୍ୟ ନାଡେଲାଙ୍କ ବଡ଼ ଘୋଷଣା: AI ପାଇଁ ମାଇକ୍ରୋସଫ୍ଟ ନିବେଶ କରିବ ୧.୫ ଲକ୍ଷ କୋଟି ଟଙ୍କା

ନୂଆଦିଲ୍ଲୀ,୯।୧୨: ଭାରତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ର ବିକାଶ ପାଇଁ ଏକ ବଡ଼ ପଦକ୍ଷେପ ନେଇ ମାଇକ୍ରୋସଫ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (CEO) ସତ୍ୟ ନାଡେଲା...

IND vs SA: ବାରବାଟୀରେ ହାର୍ଦ୍ଦିକଙ୍କ ଛକା ବର୍ଷା, ଦକ୍ଷିଣ ଆଫ୍ରିକାକୁ ଟାର୍ଗେଟ…

କଟକ,୯।୧୨: ପ୍ରଥମ ଟି-୨୦ରେ ପ୍ରଥମେ ବ୍ୟାଟିଂ କରି ଭାରତ ୧୭୫ ରନ କରିଛି। ହାର୍ଦ୍ଦିକ ପାଣ୍ଡ୍ୟା ଦଳକୁ ୫୯ ରନର ଚମତ୍କାର ସ୍କୋରରେ ପହଞ୍ଚାଇଛନ୍ତି। ସଙ୍କଟରେ...

Ayushman Card: ବର୍ଷକୁ କେବଳ ଏତିକି ଥର ମିଳେ ମାଗଣା ଚିକିତ୍ସା, ନିୟମ ନ ଜାଣିଲେ ପକେଟରୁ ବାଜିବ ଟଙ୍କା!

ନୂଆଦିଲ୍ଲୀ,୯।୧୨: ଭାରତରେ ସାଧାରଣ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବା ସୁଲଭ କରିବା ପାଇଁ ସରକାର ଅନେକ ପ୍ରମୁଖ ପଦକ୍ଷେପ ନେଇଛନ୍ତି, ଯାହା ମଧ୍ୟରୁ ସବୁଠାରୁ ପ୍ରମୁଖ ହେଉଛି...

ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ବଡ଼ ପରିବର୍ତ୍ତନ: ବଦଳିଲା ପ୍ରମୁଖ ବିଷୟର ତାରିଖ

ଭୁବନେଶ୍ୱର,୯ା୧୨: ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (CHSE) ମଙ୍ଗଳବାର ୨୦୨୬ ମସିହା ପାଇଁ ହେବାକୁ ଥିବା ଯୁକ୍ତ ଦୁଇ ବାର୍ଷିକ ପରୀକ୍ଷା ସୂଚୀରେ କିଛି...

ଓଡ଼ିଶାକୁ ‘ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାର

ଭୁବନେଶ୍ୱର,୯ା୧୨: ହାଇଦ୍ରାବାଦରେ ଆୟୋଜିତ ତିନି ଦିନିଆ ଇଣ୍ଡିଆ ଇଣ୍ଟରନ୍ୟାସନାଲ ଟ୍ରାଭେଲ ମାର୍ଟ (IITM) ରେ ଓଡ଼ିଶାକୁ ‘ଭାରତରେ ଶ୍ରେଷ୍ଠ ବନ୍ୟଜୀବ ସଂରକ୍ଷଣ ପ୍ରୟାସ’ ପୁରସ୍କାରରେ ସମ୍ମାନିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri