GST ହ୍ରାସ ପରେ କେତେ ଶସ୍ତା ହୋଇଯିବ ୧୦ ଲକ୍ଷର କାର୍‌? ଜାଣନ୍ତୁ…

ନୂଆଦିଲ୍ଲୀ,୪।୯: ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ଟ୍ୟାକ୍ସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ନେଇ ଘୋଷଣା କରିଥିଲେ। ସେ କହିଥିଲେ ଯେ ବର୍ତ୍ତମାନର ୪-ସ୍ଲାବ ବିଶିଷ୍ଟ GST ଢାଞ୍ଚାକୁ ସରଳ କରାଯାଇ ମାତ୍ର ୨ଟି ସ୍ଲାବରେ ପରିଣତ କରାଯିବ। ଏହି ନିଷ୍ପତ୍ତି ପ୍ରାୟ ୧୭୫ଟି ଉତ୍ପାଦ ଉପରେ ପ୍ରଭାବ ପକାଇବ, ଯେଉଁଥିରେ ଅଟୋମୋବାଇଲ କ୍ଷେତ୍ର ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି।
୩ ଓ ୪ ସେପ୍ଟେମ୍ବରରେ ଅନୁଷ୍ଠିତ GST କାଉନସିଲ ବୈଠକରେ ଏହି ନୂଆ ଢାଞ୍ଚାକୁ ଚୂଡ଼ାନ୍ତ ରୂପ ଦିଆଯାଇଛି। ଏଥିରେ ନିଷ୍ପତ୍ତି ହୋଇଛି ଯେ କେଉଁ କେଉଁ ଜିନିଷ ଉପରେ ନୂଆ ଟ୍ୟାକ୍ସ ହାର ଲାଗୁ ହେବ। ସରକାର ସଙ୍କେତ ଦେଇଛନ୍ତି ଯେ ବର୍ତ୍ତମାନର ୨୮% GSTକୁ ହ୍ରାସ କରି ୧୮% କରାଯାଉଛି। ଏହାଦ୍ୱାରା ଛୋଟ କର୍‌ ମୂଲ୍ୟରେ ପ୍ରାୟ ୭-୮% ହ୍ରାସ ହୋଇପାରେ।
ଛୋଟ କାରକୁ ସବୁଠୁ ଅଧିକ ଲାଭ:
ବର୍ତ୍ତମାନ ୪ ମିଟରରୁ ଛୋଟ ଏବଂ ୧.୨ ଲିଟର ଇଞ୍ଜିନ ବିଶିଷ୍ଟ ଗାଡ଼ି ଉପରେ ୨୮% GST ସହିତ ୧-୩% ସେସ ଲାଗୁ ହେଉଛି। ଅର୍ଥାତ ମୋଟ ଟ୍ୟାକ୍ସ ୨୯-୩୧% ହୋଇଯାଏ। କିନ୍ତୁ ପ୍ରସ୍ତାବିତ ପରିବର୍ତ୍ତନ ପରେ ଏହି ଗାଡ଼ି ୧୮% ସ୍ଲାବକୁ ଆସିବ। ଏହାଦ୍ୱାରା ମୂଲ୍ୟରେ ପ୍ରାୟ ୮% ହ୍ରାସ ହୋଇପାରେ।
ଉଦାହରଣ ସ୍ବରୂପ, Maruti Alto K୧୦, ଯାହାର ବର୍ତ୍ତମାନ ମୂଲ୍ୟ ୪.୨୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି, ନୂଆ ଟ୍ୟାକ୍ସ ଢାଞ୍ଚା ପରେ ପ୍ରାୟ ୩.୮୯ ଲକ୍ଷ ଟଙ୍କାରେ ମିଳିପାରେ। ସେହିପରି Renault Kwidର ମୂଲ୍ୟରେ ପ୍ରାୟ ୪୫,୦୦୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ।
୧୦ ଲକ୍ଷର କାର୍‌ କେତେ ଶସ୍ତା ହେବ?
ଯଦି ଗୋଟିଏ ଗାଡ଼ିର ବେସ ମୂଲ୍ୟ ୧୦ ଲକ୍ଷ ଟଙ୍କା ଏବଂ ଏହା ଉପରେ ବର୍ତ୍ତମାନ ୨୮% GST ଓ ୩% ସେସ ଲାଗୁ ହେଉଛି, ତେବେ ଅନ୍‌-ରୋଡ ମୂଲ୍ୟ ପ୍ରାୟ ୧୩.୧୦ ଲକ୍ଷ ଟଙ୍କା ହେଉଛି। ନୂଆ ପ୍ରସ୍ତାବିତ ଢାଞ୍ଚାରେ ଯଦି ଟ୍ୟାକ୍ସ ୧୮% (ସେସ ବିନା) ହୁଏ, ତେବେ ସେହି ଗାଡ଼ି ପ୍ରାୟ ୧୧.୮୦ ଲକ୍ଷ ଟଙ୍କାରେ ମିଳିବ। ଅର୍ଥାତ ୧୦ ଲକ୍ଷ ଟଙ୍କାର ଗାଡ଼ି ପ୍ରାୟ ୧.୩ ଲକ୍ଷ ଟଙ୍କା ଶସ୍ତା ହେବ, ଯାହା ପ୍ରାୟ ୧୦% ସଞ୍ଚୟ।
ବଡ଼ ଗାଡ଼ି ଉପରେ ମଧ୍ୟ ରିହାତି:
ବଡ଼ ଏବଂ ମଧ୍ୟମ ଆକାରର ଗା ଉପରେ ବର୍ତ୍ତମାନ ୨୮% GST ସହିତ ୧୫-୨୨% ସେସ ଲାଗୁ ହେଉଛି। ଏହାଦ୍ୱାରା ମୋଟ ଟ୍ୟାକ୍ସ ୪୩%ରୁ ୫୦% ପର୍ଯ୍ୟନ୍ତ ପହଞ୍ଚୁଛି। ନୂଆ ଢାଞ୍ଚାରେ ସରକାର ଏଗୁଡ଼ିକୁ ୪୦%ର ଏକକ ସ୍ଲାବରେ ରଖିବାକୁ ପ୍ରସ୍ତୁତ ହେଉଛନ୍ତି। ସେସ୍‌ରେ ମଧ୍ୟ ହ୍ରାସ କରାଯିବ ଯାହା ଦ୍ୱାରା ଟ୍ୟାକ୍ସର ବୋଝ ଅଧିକ ନ ବଢ଼େ।
ଏହି ପରିବର୍ତ୍ତନରୁ SUV ସେଗମେଣ୍ଟର ଗା ଯେପରିକି Mahindra Scorpio ଓ Tharର ମୂଲ୍ୟରେ ୨ରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହ୍ରାସ ହୋଇପାରେ। ସେହିପରି Hyundai Creta, ଯାହାର ମୂଲ୍ୟ ବର୍ତ୍ତମାନ ୧୧.୧୧ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି, ତାହାର ଦାମରେ ମଧ୍ୟ ନୋଟିସବଲ ହ୍ରାସ ଦେଖାଯାଇପାରେ।
କ’ଣ ହେବ ପ୍ରଭାବ?
ଯଦି GST ୨.୦ ଲାଗୁ ହୁଏ, ତେବେ ଏଣ୍ଟ୍ରି ଲେଭେଲ ଓ ମଧ୍ୟମ ଆକାରର ଗାଡ଼ି ମୂଲ୍ୟ ବହୁତ କମିପାରେ। ଏହା କେବଳ ଅଟୋମୋବାଇଲ କ୍ଷେତ୍ରକୁ ନୂଆ ଗତି ପ୍ରଦାନ କରିବ ନାହିଁ, ବରଂ ସାଧାରଣ ଲୋକଙ୍କ ଗାଡ଼ି କିଣିବାର ସ୍ବପ୍ନକୁ ମଧ୍ୟ ସହଜ କରିବ।

Enter your email to get our daily news in your inbox.

All Right Reserved By Dharitri.Com

ସୁନାଖଳା ପାହାଡ଼ରେ ବାଘ ଆତଙ୍କ, ଲୋକେ ଭୟଭୀତ

ପାତ୍ରପୁର୨୧।୩(ଉମାଚରଣ ନେପାକ): ଗଞ୍ଜାମ ଜିଲା ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଲଙ୍କା-ସୁନାଖଳା ପାହାଡ଼ ନିକଟରେ ଶନିବାର ସନ୍ଧ୍ୟାରେ ଏକ କଲରାପତିରିଆ ବାଘ ବସିଥିବା ସ୍ଥାନୀୟ ଲୋକେ ଦେଖିଥିବା ଚର୍ଚ୍ଚା…

ବିଜେଡି ଛାଡ଼ିଲେ ବସ୍ତା ବ୍ଲକ ସଭାପତି ଅନିଲ ମହାନ୍ତି, କହିଲେ ଏହି ବଡ଼ କାରଣ…

ବାଲେଶ୍ୱର, ୨୧।୩(ବାଞ୍ଛାନିଧି ଦେ): ବିଜେଡି ଛାଡ଼ିଲେ ବାଲେଶ୍ୱର ଜିଲା ବସ୍ତା ବ୍ଲକ ସଭାପତି ଅନିଲ କୁମାର ମହାନ୍ତି l ସେ ଶନିବାର ଦଳର ପ୍ରାଥମିକ ସଦସ୍ୟ ପଦରୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

କମେଣ୍ଟ୍ରିରୁ ଅବସର ନେଲେ ଶିବରାମ, ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଏବେ…

ନୂଆଦିଲ୍ଲୀ,୨୧ା୩: ଭାରତର ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଶିବରାମ କ୍ରିଷ୍ଣନ କମେଣ୍ଟ୍ରିରୁ ଅବସର ଘୋଷଣା କରିଛନ୍ତି। ହେଲେ ସେ ଅବସର ଘୋଷଣା ଲାଗି କରିଥିବା ସୋସିଆଲ ମିଡିଆ ପୋଷ୍ଟକୁ…

ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ଛାତରୁ ଡେଇଁ ପଡ଼ିଲେ ସ୍ତ୍ରୀ, ଆଉ ତା’ପରେ…

କଣ୍ଟାବାଞ୍ଜି,୨୧।୩: ବଲାଙ୍ଗୀର ଜିଲା ବଙ୍ଗୋମୁଣ୍ଡା ଥାନା କପିଳାଭଟା ଗାଁରେ ଶନିବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ବାମୀଙ୍କ ମୃତ୍ୟୁ ଖବର ଶୁଣି ସ୍ତ୍ରୀ ଛାତରୁ ଡେଇଁ…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

ଅଷ୍ଟ୍ରେଲିଆକୁ ପରାସ୍ତ କରି ଜାପାନ ଚାମ୍ପିୟନ

ସିଡ୍‌ନୀ,୨୧ା୩: ଚଳିତ ମହିଳା ଏସିଆନ କପ୍‌ ଫୁଟବଲ ଟୁର୍ନାମେଣ୍ଟରେ ଜାପାନ ଚାମ୍ପିୟନ ହୋଇଛି। ଶନିବାର ଷ୍ଟାଡିୟମ ଅଷ୍ଟ୍ରେଲିଆରେ ଅନୁଷ୍ଠିତ ଫାଇନାଲରେ ମାଇକା ହାମାନୋଙ୍କ ଗୋଲ ବଳରେ ଜାପାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri