‘କେଉଁ ବ୍ୟାଙ୍କରେ କେତେ ଟଙ୍କା ରଖିଛ ଜଣାଅ’

ଭୁବନେଶ୍ୱର,୩ା୧୧(ରବିନାରାୟଣ ଜେନା): କେଉଁ ବ୍ୟାଙ୍କରେ କେତେ ଟଙ୍କା ରହିଛି ତା’ର ଟିକିନିଖି ହିସାବ ଲୋଡ଼ିଛନ୍ତି ରାଜ୍ୟ ସରକାର। ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ଏବଂ ବିଧାନସଭା ପ୍ରଶ୍ନକୁ ନେଇ ରାଜ୍ୟ ଅର୍ଥ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଏହାକୁ ନେଇ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୀବ କୁମାର ମିଶ୍ର ସମସ୍ତ ବିଭାଗର ସଚିବଙ୍କୁ ଅକ୍ଟୋବର ୨୨ରେ ପତ୍ର ଲେଖି ଅବଗତ କରାଇଛନ୍ତି।
ଅର୍ଥ ବିଭାଗ ପ୍ରମୁଖ ସଚିବ ପତ୍ରରେ ଦର୍ଶାଇଛନ୍ତି, କେଉଁ ବ୍ୟାଙ୍କରେ କେଉଁସବୁ ଆକାଉଣ୍ଟରେ କେତେ ଟଙ୍କା ରହିଛି ତାହା ପବ୍ଲିକ ଆକାଉଣ୍ଟ କମିଟି(ପିଏସି) ଜାଣିବାକୁ ଚାହିଁଛି। ଏହାସହିତ ବିଧାନସଭାର ପ୍ରଶ୍ନ ଏବଂ ଆର୍ଥିକ ସୁପରିଚାଳନାକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେଣୁ ସେପ୍ଟେମ୍ବର ୩୦ ସୁଦ୍ଧା ବିଭାଗ ଅଧୀନରେ ଥିବା ସମସ୍ତ ବ୍ୟାଙ୍କ ଖାତାରେ କେତେ ଟଙ୍କା କିପରି ରହିଛି ତା’ର ତଥ୍ୟ ନିର୍ଦ୍ଦିଷ୍ଟ ଫର୍ମାଟରେ ଦେବାକୁ ପଡ଼ିବ। ସେ ଦର୍ଶାଇଛନ୍ତି, ସରକାରଙ୍କ ପକ୍ଷରୁ ଅନ୍‌ଲାଇନ ବଜେଟ ପ୍ରକ୍ରିୟାରେ କେତେ ଟଙ୍କା ରାଜକୋଷରେ ଅଛି ଏବଂ ବାହାରେ ରହିଛି ତାହା ଜାଣିବାର ଆବଶ୍ୟକତା ରହିଛି, ଯଦ୍ଦ୍ବାରା କି ୨୦୨୬-୨୭ ଆର୍ଥିକବର୍ଷ ଲାଗି ବଜେଟ ପ୍ରସ୍ତୁତ ହୋଇପାରିବ। ତେଣୁ ବଜେଟରେ ପ୍ରସ୍ତୁତ ହୋଇଥିବା ସମସ୍ତ ଅର୍ଥର ହିସାବ ସରକାରଙ୍କୁ ଦେବାକୁ ହେବ।
ସେ କହିଛନ୍ତି, ସରକାରଙ୍କ ଅର୍ଥ କେଉଁ ବିଭାଗ, କେଉଁ ପିଏସ୍‌ୟୁ, ସୋସାଇଟି, ବିଶ୍ୱବିଦ୍ୟାଳୟ, ପୌରାଞ୍ଚଳ, ପିଆର୍‌ଆଇ, ନିର୍ଦ୍ଦେଶାଳୟ କିମ୍ବା କମିଶନର ତଥା ସଚିବସ୍ତରରେ ରହିଛି ତାହାର ଟିକିନିଖି ହିସାବ ଦେବାକୁ ପଡ଼ିବ। ଯେପରି କି କେଉଁ ବିଭାଗର ଯୋଜନା ଅର୍ଥ କେଉଁ ଜିଲାରେ ପଡ଼ିଛି, ଏହାର ବ୍ୟାଙ୍କ ଖାତା ନମ୍ବର ସହିତ ଏହା ସଞ୍ଚୟ ଖାତାରେ ଅଛି ନା ଚଳନ୍ତି ଖାତାରେ ଅଛି କିମ୍ବା ସ୍ଥାୟୀ ଜମା ଆକାରରେ ରହିଛି ତାହା ଜଣାଇବାକୁ ହେବ। ସେପ୍ଟେମ୍ବର ୩୦ ସୁଦ୍ଧା କେଉଁ ଯୋଜନାରେ କେତେ ଟଙ୍କା ଖର୍ଚ୍ଚ ହୋଇଛି ଏବଂ ବଳକା ରହିଛି ତା’ର ଆଇଏଫ୍‌ସି କୋଡ୍‌ ସହିତ ତୁରନ୍ତ ଦେବାକୁ ଅର୍ଥ ବିଭାଗ ପ୍ରମୁଖ ସଚିବ ସମସ୍ତ ବିଭାଗୀୟ ମୁଖ୍ୟଙ୍କୁ ଅବଗତ କରାଇଛନ୍ତି। ଏହାକୁ ନେଇ ଏବେ କେତେକ ବ୍ୟାଙ୍କ କର୍ତ୍ତୃପକ୍ଷ ଏବଂ ଅସାଧୁ ଅଧିକାରୀଙ୍କ ମଧ୍ୟରେ ଛନକା ପଶିଛି। ଭାରତ ସରକାରଙ୍କ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ନଭେମ୍ବର ପହିଲାରୁ ‘ଜଷ୍ଟ ଇନ୍‌ ଟାଇମ୍‌’ ନୀତି ପ୍ରଚଳନ ହୋଇଥିବାବେଳେ ସରକାର ଏହି ତଥ୍ୟ ଲୋଡ଼ିଛନ୍ତି। ଫଳରେ ଦୀର୍ଘଦିନ ଧରି ଯେଉଁ ଅସାଧୁ ଅଧିକାରୀ ସରକାରୀ ଅର୍ଥକୁ ନେଇ ଖେଳ ଖେଳୁଥିଲେ ତାହା ଏବେ ସର୍ବସମ୍ମୁଖକୁ ଆସିବାକୁ ଯାଉଛି।
ଅର୍ଥ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁଯାୟୀ, ସ୍ବାସ୍ଥ୍ୟ, ନଗର ଉନ୍ନୟନ, ପଞ୍ଚାୟତିରାଜ, ବାଣିଜ୍ୟ ଓ ପରିବହନ, ପୂର୍ତ୍ତ, ଜଳସମ୍ପଦ ଭଳି କେତେକ ବିଭାଗରେ ହଜାର ହଜାର କୋଟି ଟଙ୍କା ବିଭିନ୍ନ ବ୍ୟାଙ୍କରେ ଠୁଳ ରହିଛି। ଏଥିଯୋଗୁ ସରକାରଙ୍କୁ ମଧ୍ୟ ସୁଧ ଗଣିବାକୁ ପଡୁଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପାଇବେ ମୀନାକ୍ଷୀରାଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଲୋଇସିଂହା,୫।୯(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ହରେକୃଷ୍ଣ ମହତାବ ହାଇସ୍କୁଲର କଳା ଶିକ୍ଷୟିତ୍ରୀ ତଥା ଗାଳ୍ପିକା ମୀନାକ୍ଷୀରାଣୀ ମିଶ୍ର ଜିଲାର ଏକମାତ୍ର ଶିକ୍ଷୟିତ୍ରୀ ଭାବେ ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା…

କେରଳରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ୍‌କୁ ପିଟିଲା କାର୍‌; ୮ ଛାତ୍ରଙ୍କ ମୃତ୍ୟୁ

ତ୍ରିଶୂର ,୫।୯: କେରଳର ତ୍ରିଶୂର ଜିଲାରେ ଶୁକ୍ରବାର ବିଳମ୍ବିତ ରାତିରେ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା। ଏକ ଟ୍ରକ୍‌କୁ କାର୍‌ ଧକ୍କା ଦେବା ଫଳରେ କାର୍‌ରେ ଥିବା…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

ମୋଦିଙ୍କ ପାଇଁ ଚକୋଲେଟ୍‌ର ‘ଇଣ୍ଡିଆ ଗେଟ୍‌’ ଆଣିଥିଲେ ବେଲଜିୟମ ପ୍ରଧାନମନ୍ତ୍ରୀ, ଭାରତରେ ପହଞ୍ଚିବା ପରେ ଘଟିଲା ଏମିତି କିଛି!

ନୂଆଦିଲ୍ଲୀ,୫।୯: ଭାରତ ଗସ୍ତରେ ଆସିଥିବା ବେଲଜିୟମ ପ୍ରଧାନମନ୍ତ୍ରୀ ବାର୍ଟ ଡି ୱେଭର୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଇଁ ଆଣିଥିଲେ ଏକ ଅତ୍ୟନ୍ତ ନିଆରା ଉପହାର। ଭାରତର ପ୍ରସିଦ୍ଧ…

ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ…

ବୈଦେଶିକ ମୁଦ୍ରାଭଣ୍ଡାରରେ ୧୧ ବିଲିୟନ ଡଲାର ବୃଦ୍ଧି

ନୂଆଦିଲ୍ଲୀ,୫ା୯: ଅଗଷ୍ଟ ୨୮ ସୁଦ୍ଧା ଶେଷ ହୋଇଥିବା ସପ୍ତାହରେ ଭାରତର ବୈଦେଶିକ ମୁଦ୍ରାଭଣ୍ଡାର ପରିମାଣରେ ୧୧.୪୭୫ ବିଲିୟନ ଡଲାର ବୃଦ୍ଧି ଘଟିବା ସହ ମୋଟ ଭଣ୍ଡାର ପରିମାଣ…

୧.୮୫ କୋଟି ଗ୍ରାହକଙ୍କ ସହ ଜିଓ ଓଡ଼ିଶାରେ ଅଗ୍ରଣୀ

ଭୁବନେଶ୍ୱର, ୫ା୯: ସାରା ଦେଶ ସହ ଓଡ଼ିଶାରେ ମଧ୍ୟ ରିଲାଏନ୍ସ ଜିଓ ୫ ସେପ୍ଟେମ୍ବର ୨୦୧୬ରେ ବ୍ୟବସାୟିକ ଟେଲିସେବା ଆରମ୍ଭ କରିଥିଲା। ୧୦ ବର୍ଷ ମଧ୍ୟରେ ଜିଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri