ଓଡ଼ିଶାରେ ଜଣେ ବ୍ୟାଚଲର କେତେ ଜମି କିିଣିପାରିବେ? ଆସିଲା ବଡ଼ ଅପଡେଟ୍‌!

ଭୁବନେଶ୍ୱର,୭।୧୦: ଭାରତୀୟ ଲୋକଙ୍କର ସର୍ବଦା ସଞ୍ଚୟ କରିବାର ଅଭ୍ୟାସ ରହିଆସିଛି। ପ୍ରତ୍ୟେକ ବ୍ୟକ୍ତି, ତାଙ୍କ ଜୀବନରେ ଭବିଷ୍ୟତ ପିଢ଼ି ବିଷୟରେ ଚିନ୍ତା କରନ୍ତି । ପୁଞ୍ଜି ବିନିଯୋଗ ବିଷୟରେ କହିବାକୁ ଗଲେ, ସବୁବେଳେ ସୁନାରେ ନିବେଶ କରିବା ନେଇ ଲୋକମାନେ ଚିନ୍ତା କରିଆସିଛନ୍ତି । ସୁନା ବ୍ୟତୀତ, ସମ୍ପତ୍ତି କିଣିବାରେ ମଧ୍ୟ ଲୋକମାନେ ଉତ୍ସାହିତ ଦେଖାନ୍ତି ।

ଆପଣ କେରଳରେ ୭.୫ ଏକର କୃଷି ଜମି କିଣି ପାରିବେ । ମଡିଆ ରିପୋର୍ଟ ଅନୁଯାୟୀ, କେରଳରେ ଜମି ସଂଶୋଧନ ଅଧିନିୟମ ୧୯୮୩ ଅନୁଯାୟୀ ଜଣେ ଅବିବାହିତ ବ୍ୟକ୍ତି କେବଳ ୭.୫ ଏକର ଜମି କିଣି ପାରିବେ। ଏଥି ସହିତ, ୫ ସଦସ୍ୟ ବିଶିଷ୍ଟ ପରିବାର ୧୫ ଏକର ପର୍ଯ୍ୟନ୍ତ ଜମି କିଣି ପାରିବେ । ମହାରାଷ୍ଟ୍ରରେ ଯେଉଁମାନେ ଚାଷ କରନ୍ତି ସେମାନେ କୃଷକ । କେବଳ ସେମାନେ କୃଷି ଜମି କିଣି ପାରିବେ । ହିମାଚଳ ପ୍ରଦେଶରେ ଆପଣ ୩୨ ଏକର ଜମି କିଣି ପାରିବେ । ଉତ୍ତରପ୍ରଦେଶରେ ଜଣେ ବ୍ୟକ୍ତି ସର୍ବାଧିକ ୧୨.୫ ଏକର ଚାଷ ଜମି କିଣି ପାରିବେ । ବିହାରରେ କୃଷି କିମ୍ବା ଅଣ-ଚାଷ ଜମି କେବଳ ୧୫ ଏକର ପର୍ଯ୍ୟନ୍ତ କ୍ରୟ କରାଯାଇପାରିବ ।

ଓଡିଶାରେ ମଧ୍ୟ ଜଣେ ଅବିବାହିତ ବ୍ୟକ୍ତି ନିଜ ହିସାବରେ ଜମି କିଣିପାରିବ ନାହିଁ । ଏଥିପାଇଁ ତାଙ୍କୁ ନିୟମ ମାନିବାକୁ ପଡ଼ିବ । ନିୟମ ଅନୁସାରେ ଜଣେ ରାଜ୍ୟରେ ଜଣେ ଅବିବାହିତ ବ୍ୟକ୍ତି ୭.୫ ଏକରଠୁ ଅଧିକ ଜମି କିଣିପାରିବ ନାହିଁ । ସେହିଭଳି ଯେଉଁ ପରିବାରରେ ୫ ଜଣ ସଦସ୍ୟ ଅଛନ୍ତି ସେମାନେ ୧୦ ଏକରରୁ ଅଧିକ ଜଣି କିଣିପାରିବେ ନାହିଁ । ପରିବାରର ପାଞ୍ଚରୁ ଅଧିକ ସଦସ୍ୟ ଥିବା କ୍ଷେତ୍ରରେ, ପ୍ରତ୍ୟେକ ଅତିରିକ୍ତ ସଦସ୍ୟଙ୍କ ପାଇଁ ୨ ଏକର ଓ ପାଞ୍ଚ ଏକରରୁ ଅଧିକ ଓ ସର୍ବାଧିକ ୧୮ ଏକର ସୀମା ଅନୁଯାୟୀ ।

 

 

Dharitri – Odisha’s No.1 Trusted Odia Daily

 

Share