Posted inଜାତୀୟ

President’s Rule: କଂଗ୍ରେସ ଶାସନକାଳରେ ୮୮ ଥର ଲାଗିଥିଲା ରାଷ୍ଟ୍ରପତି ଶାସନ, ଏକାକି ଇନ୍ଦିରା ଲଗାଇଥିଲେ ୫୧ ଥର; ପଢ଼ନ୍ତୁ ତାଲିକା…

ଇମ୍ଫାଲ,୧୬।୨: ଜାତିଗତ ହିଂସା ଦେଇ ଗତି କରୁଥିବା ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ନେଇ ଘୋଷଣା କରାଯାଇଛି। କିଛି ଦିନ ପୂର୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବିରେନ୍‌ ସିଂ ଇସ୍ତଫା ଦେଇଥିଲେ। ମଣିପୁରରେ ମେଟେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଚାଲୁଥିବା ସଂଘର୍ଷରେ ୨୦୦ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ବିରୋଧୀ ଦଳ ଲଗାତାର ଭାବେ ରାଷ୍ଟ୍ରପତି ଶାସନ ଲଗାଯାଉ ବୋଲି ଦାବି କରିଆସୁଥିଲେ।

ତେବେ ପ୍ରଥମ ଥର ଲାଗି କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗି ନାହିଁ। ଅତୀତରେ ଏଭଳି ଅନେକ ଥର ହୋଇଛି। କୌଣସି ରାଜ୍ୟ ନଚେତ କେନ୍ଦ୍ର ଶାସିତ ଅଞ୍ଚଳରେ ସମ୍ବିଧାନର ୩୫୬ ଅନୁଚ୍ଛେଦ ଅନୁଯାୟୀ ରାଷ୍ଟ୍ରପତି ଶାସନ ଲଗାଯାଇଥାଏ। ଜରୁରୀକାଳିନ ପରିସ୍ଥିତିରେ ଏହାକୁ ଲଗାଯିବାର ନଜିର ରହିଛି।

୧୯୫୦ରେ ଅନୁଚ୍ଛେଦ ୩୫୬ ସାମିଲ ହେବା ପରଠାରୁ ମଣିପୁର ଏବଂ ଉତ୍ତରପ୍ରଦେଶରେ ଅଧିକ ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଲୋକ ସଭା ସଚିବାଳୟ ପକ୍ଷରୁ ଜାରି ସୂଚନାନୁଯାୟୀ, ମଣିପୁର ଏବଂ ଉତ୍ତରପ୍ରଦେଶରେ ୧୦-୧୦ ଥର ଏହା ଲଗାଯାଇଥିବା ବେଳେ ପଞ୍ଜାବ ଏବଂ ଜମ୍ମୁ କଶ୍ମୀରରେ ୯-୯ ଥର ଲଗାଯାଇଛି। ମୋଟ ଦେଖିଲେ ୧୯୫୦ରୁ ଏଯାବତ ୨୯ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୩୪ ଥର ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି।

୧୯୭୭ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନେତୃତ୍ୱାଧୀନ ସରକାର ସମୟରେ ଜରୁରୀକାଳିନ ପରିସ୍ଥିତିର ଅବଧି ସମୟରେ ୧୪ ଥର ରାଷ୍ଟ୍ରପତି ଶାସନ ଲଗାଯାଇଥିଲା। ଲୋକ ସଭା ନିର୍ବାଚନରେ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ୯ ରାଜ୍ୟରେ ସରକାର ଭଙ୍ଗ କରିଥିଲା। ଏହାପରେ ୧୯୮୦ରେ ଯେତେବେଳେ ଇନ୍ଦିରା ପୁଣି ଥରେ କ୍ଷମତାକୁ ଫେରିଲେ ସେ ମଧ୍ୟ ଉକ୍ତ ୯ ରାଜ୍ୟ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ। ୧୯୯୨ରେ ବାବ୍ରି ମସଜିଦ ଭଙ୍ଗାରୁଜା ପରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଘଟଣା ଯୋଗୁ ୬ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।

ମୋଟାମୋଟି ଦେଖିଲେ ଜମ୍ମୁ-କଶ୍ମୀର ଏବଂ ପଞ୍ଜାବରେ ଦୀର୍ଘ ସମୟ ଧରି ରାଷ୍ଟ୍ରପତି ଶାସନ ଲାଗୁ ରହିଛି। ଜମ୍ମୁରେ ୪୬୬୮ ଦିନ(୧୨ ବର୍ଷ ୯ ମାସ) ଏବଂ ପଞ୍ଜାବରେ ୩୮୭୮ ଦିନ(୧୦ ବର୍ଷ ୭ ମାସ) ଯାଏ ଏହା ରହିଥିଲା। ଉଭୟ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ରାଷ୍ଟ୍ରପତି ଶାସନ ଲଗାଯାଇଥିଲା।

ତେବେ ୧୯୫୦ରୁ ଏଯାବତ କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ ୮୮ ଥର ରାଷ୍ଟ୍ରପତି ଶାସନ ଲଗାଯାଇଛି। ଏହାର ମୋଟ ଅବଧି ୨୨,୦୩୭ ଦିନ ଥିଲା। ସେହିଭଳି ଭାଜପା ନେତୃତ୍ୱାଧୀନ ସରକାର ୧୬ ବର୍ଷର ଶାସନକାଳରେ ୧୬ ଥର ରାଷ୍ଟ୍ରପତି ଶାସନ ଲଗାଇଥିଲା।

ଇନ୍ଦିରାଙ୍କ ସମୟରେ ୫୧ ଥର ରାଷ୍ଟ୍ରପତି ଶାସନ ଲଗାଯାଇଥିଲା। ଜବାହାରଲାଲ ନେହେରୁଙ୍କ ସମୟରେ ୭ ଥର, ଜନତା ପାର୍ଟି ସରକାର ସମୟରେ ପାଞ୍ଚ ପାଞ୍ଚ ଥର,ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ମଧ୍ୟ ୫ ଥର ରାଷ୍ଟ୍ରପତି ଶାସନ ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଇଁତୋଳା ପରିଚାଳନା କମିଟି ପକ୍ଷରୁ ଗଣେଶ ପୂଜା ପ୍ରସ୍ତୁତି: ଯୋଗଦେବେ ଛତ୍ରପୁର ବିଧାୟକ, ଟପ୍ପର ବିଦ୍ୟାର୍ଥୀଙ୍କୁ …

୫।୯ (ବିଦ୍ୟାଧର ସାହୁ): ଆସନ୍ତା ୧୪ ତାରିଖରେ ଅଗ୍ରପୂଜ୍ୟ ଗଜାନନଙ୍କ ଶ୍ରୀଗଣେଶ ଚତୁର୍ଥୀ। ଏଥିପାଇଁ ଗାଁଠୁ ସହର ସବୁଠି ଉତ୍ସବର ମାହୋଲ ଦେଖାଦେଇଛି। ଆକର୍ଷଣୀୟ ମେଢ଼ ସାଙ୍ଗକୁ…

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri