Posted inଜାତୀୟ

President’s Rule: କଂଗ୍ରେସ ଶାସନକାଳରେ ୮୮ ଥର ଲାଗିଥିଲା ରାଷ୍ଟ୍ରପତି ଶାସନ, ଏକାକି ଇନ୍ଦିରା ଲଗାଇଥିଲେ ୫୧ ଥର; ପଢ଼ନ୍ତୁ ତାଲିକା…

ଇମ୍ଫାଲ,୧୬।୨: ଜାତିଗତ ହିଂସା ଦେଇ ଗତି କରୁଥିବା ମଣିପୁରରେ ରାଷ୍ଟ୍ରପତି ଶାସନ ଲାଗୁ କରାଯିବା ନେଇ ଘୋଷଣା କରାଯାଇଛି। କିଛି ଦିନ ପୂର୍ବେ ରାଜ୍ୟର ମୁଖ୍ୟମନ୍ତ୍ରୀ ପଦରୁ ଏନ୍‌. ବିରେନ୍‌ ସିଂ ଇସ୍ତଫା ଦେଇଥିଲେ। ମଣିପୁରରେ ମେଟେଇ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଚାଲୁଥିବା ସଂଘର୍ଷରେ ୨୦୦ରୁ ଅଧିକ ଲୋକେ ପ୍ରାଣ ହରାଇଛନ୍ତି। ଯାହାକୁ ନେଇ ବିରୋଧୀ ଦଳ ଲଗାତାର ଭାବେ ରାଷ୍ଟ୍ରପତି ଶାସନ ଲଗାଯାଉ ବୋଲି ଦାବି କରିଆସୁଥିଲେ।

ତେବେ ପ୍ରଥମ ଥର ଲାଗି କୌଣସି ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗି ନାହିଁ। ଅତୀତରେ ଏଭଳି ଅନେକ ଥର ହୋଇଛି। କୌଣସି ରାଜ୍ୟ ନଚେତ କେନ୍ଦ୍ର ଶାସିତ ଅଞ୍ଚଳରେ ସମ୍ବିଧାନର ୩୫୬ ଅନୁଚ୍ଛେଦ ଅନୁଯାୟୀ ରାଷ୍ଟ୍ରପତି ଶାସନ ଲଗାଯାଇଥାଏ। ଜରୁରୀକାଳିନ ପରିସ୍ଥିତିରେ ଏହାକୁ ଲଗାଯିବାର ନଜିର ରହିଛି।

୧୯୫୦ରେ ଅନୁଚ୍ଛେଦ ୩୫୬ ସାମିଲ ହେବା ପରଠାରୁ ମଣିପୁର ଏବଂ ଉତ୍ତରପ୍ରଦେଶରେ ଅଧିକ ଥର ରାଷ୍ଟ୍ରପତି ଶାସନ ଲାଗୁ ହୋଇଛି। ଲୋକ ସଭା ସଚିବାଳୟ ପକ୍ଷରୁ ଜାରି ସୂଚନାନୁଯାୟୀ, ମଣିପୁର ଏବଂ ଉତ୍ତରପ୍ରଦେଶରେ ୧୦-୧୦ ଥର ଏହା ଲଗାଯାଇଥିବା ବେଳେ ପଞ୍ଜାବ ଏବଂ ଜମ୍ମୁ କଶ୍ମୀରରେ ୯-୯ ଥର ଲଗାଯାଇଛି। ମୋଟ ଦେଖିଲେ ୧୯୫୦ରୁ ଏଯାବତ ୨୯ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ୧୩୪ ଥର ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଛି।

୧୯୭୭ରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନେତୃତ୍ୱାଧୀନ ସରକାର ସମୟରେ ଜରୁରୀକାଳିନ ପରିସ୍ଥିତିର ଅବଧି ସମୟରେ ୧୪ ଥର ରାଷ୍ଟ୍ରପତି ଶାସନ ଲଗାଯାଇଥିଲା। ଲୋକ ସଭା ନିର୍ବାଚନରେ ଜନତା ପାର୍ଟି କ୍ଷମତାକୁ ଆସିବା ପରେ ୯ ରାଜ୍ୟରେ ସରକାର ଭଙ୍ଗ କରିଥିଲା। ଏହାପରେ ୧୯୮୦ରେ ଯେତେବେଳେ ଇନ୍ଦିରା ପୁଣି ଥରେ କ୍ଷମତାକୁ ଫେରିଲେ ସେ ମଧ୍ୟ ଉକ୍ତ ୯ ରାଜ୍ୟ ସରକାରଙ୍କୁ ବରଖାସ୍ତ କରି ରାଷ୍ଟ୍ରପତି ଶାସନ ଲାଗୁ କରିଥିଲେ। ୧୯୯୨ରେ ବାବ୍ରି ମସଜିଦ ଭଙ୍ଗାରୁଜା ପରେ ହୋଇଥିବା ସାମ୍ପ୍ରଦାୟିକ ହିଂସା ଘଟଣା ଯୋଗୁ ୬ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରାଯାଇଥିଲା।

ମୋଟାମୋଟି ଦେଖିଲେ ଜମ୍ମୁ-କଶ୍ମୀର ଏବଂ ପଞ୍ଜାବରେ ଦୀର୍ଘ ସମୟ ଧରି ରାଷ୍ଟ୍ରପତି ଶାସନ ଲାଗୁ ରହିଛି। ଜମ୍ମୁରେ ୪୬୬୮ ଦିନ(୧୨ ବର୍ଷ ୯ ମାସ) ଏବଂ ପଞ୍ଜାବରେ ୩୮୭୮ ଦିନ(୧୦ ବର୍ଷ ୭ ମାସ) ଯାଏ ଏହା ରହିଥିଲା। ଉଭୟ ରାଜ୍ୟରେ ଆତଙ୍କବାଦୀ କାର୍ଯ୍ୟକଳାପକୁ ନେଇ ରାଷ୍ଟ୍ରପତି ଶାସନ ଲଗାଯାଇଥିଲା।

ତେବେ ୧୯୫୦ରୁ ଏଯାବତ କଂଗ୍ରେସ ନେତୃତ୍ୱାଧୀନ ସରକାର ସମୟରେ ୮୮ ଥର ରାଷ୍ଟ୍ରପତି ଶାସନ ଲଗାଯାଇଛି। ଏହାର ମୋଟ ଅବଧି ୨୨,୦୩୭ ଦିନ ଥିଲା। ସେହିଭଳି ଭାଜପା ନେତୃତ୍ୱାଧୀନ ସରକାର ୧୬ ବର୍ଷର ଶାସନକାଳରେ ୧୬ ଥର ରାଷ୍ଟ୍ରପତି ଶାସନ ଲଗାଇଥିଲା।

ଇନ୍ଦିରାଙ୍କ ସମୟରେ ୫୧ ଥର ରାଷ୍ଟ୍ରପତି ଶାସନ ଲଗାଯାଇଥିଲା। ଜବାହାରଲାଲ ନେହେରୁଙ୍କ ସମୟରେ ୭ ଥର, ଜନତା ପାର୍ଟି ସରକାର ସମୟରେ ପାଞ୍ଚ ପାଞ୍ଚ ଥର,ଅଟଳ ବିହାରୀ ବାଜପେୟୀଙ୍କ ସମୟରେ ମଧ୍ୟ ୫ ଥର ରାଷ୍ଟ୍ରପତି ଶାସନ ଲଗାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?