Posted inଜାତୀୟ

ରାଜନୀତିରେ କେତେ ପକ୍କା ଖେଳାଳି ଚମ୍ପାଇ? ଶିବୁଙ୍କ ଦୁଲାରା, ହେମନ୍ତଙ୍କ ଖାସ୍‌

ରାଞ୍ଚି,୨୭।୮: ଝାଡ଼ଖଣ୍ଡ ଆନ୍ଦୋଳନରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବର୍ତ୍ତମାନ ଜେଏମଏମ ସହିତ ତାଙ୍କର ଦୀର୍ଘ ଦିନର ସମ୍ପର୍କକୁ ଭାଙ୍ଗି ଦେଇଛନ୍ତି। ପ୍ରାୟ ପାଞ୍ଚ ଦଶନ୍ଧି ଧରି ଜେଏମଏମ ସୁପ୍ରିମୋ ଶିବୁ ସୋରେନ ଏବଂ ହେମନ୍ତ ସୋରେନଙ୍କ ନିକଟତର ଥିବା ଚମ୍ପାଇ ସୋରେନ ବର୍ତ୍ତମାନ ଭାଜପାକୁ ଆଗେଇ ନେବା ପାଇଁ କାର୍ଯ୍ୟ କରିବେ। ଚମ୍ପାଇ ସୋରେନ ୩୦ଅଗଷ୍ଟରେ ଭାଜପାରେ ଯୋଗଦେବେ ବୋଲି ଜଣାପଡିଛି। ଜେଏମଏମର ପ୍ରତିଷ୍ଠା ସଦସ୍ୟମାନଙ୍କ ମଧ୍ୟରୁ ଜଣେ ଚମ୍ପାଇ ସୋରେନ ଦଶମ ଶ୍ରେଣୀରେ ପାଠ ପଢିବା ସମୟରୁ ଶିବୁ ସୋରେନଙ୍କଠାରୁ ଅଲଗା ହୋଇ ଝାଡ଼ଖଣ୍ଡ ରାଜ୍ୟ ଆନ୍ଦୋଳନରେ ଯୋଡି ହୋଇ ଯାଇଥିଲେ, ସେବେଠାରୁ ତାଙ୍କର ଶିବୁ ସୋରେନ ଓ ଜେଏମଏମ ସହ ଗଭିର ସମ୍ପର୍କ ରହିଛି। ଚମ୍ପାଇ ସୋରେନ ଅନେକ ଥର ଖୋଲା ମଞ୍ଚରେ ଶିବୁ ସୋରେନଙ୍କ ପ୍ରତି ନିଜର ସମ୍ମାନ ଜାହିର କରିଛନ୍ତି। ସୂଚନାଯୋଗ୍ୟ, ଶିବୁ ସୋରେନ ବି ଚମ୍ପାଇ ସୋରେନଙ୍କୁ ସମ୍ମାନ କରନ୍ତି। ହେଲେ ରାଜନୀତି ଏମିତି ଜିନିଷ ଯେଉଁଠାରେ ରାଜନୈତିକ ଲାଭ ଏବଂ କ୍ଷତିକୁ ବିଚାରକୁ ନେଇ ସମୀକରଣ ପ୍ରାୟତଃ ବଦଳିଥାଏ।

ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ଚମ୍ପାଇ ସୋରେନ ବିହାରରୁ ଏକ ଅଲଗା ଝଡ଼ଖଣ୍ଡ ରାଜ୍ୟ ପାଇଁ ଏହି ଆନ୍ଦୋଳନ ସହିତ ଜଡିତ ଜଣେ ନେତା। ୯୦ଦଶକରେ ଝାଡ଼ଖଣ୍ଡ ରାଜ୍ୟ ଆନ୍ଦୋଳନରେ ଚମ୍ପାଇ ସୋରେନ କୋଲହାନ ଟାଇଗର ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲେ। ସେହି ସମୟରେ ସେ କୋଲହାନ ଅଞ୍ଚଳରେ ନିର୍ମଲ ମହତୋ, ଶୈଲେନ୍ଦ୍ର ମହତୋ ଏବଂ ବାଗୁନ ସୁମ୍ବରୁଇଙ୍କ ପରି ସକ୍ରିୟ ଆନ୍ଦୋଳନକାରୀ ନେତାଙ୍କ ମଧ୍ୟରେ ନିଜର ପରିଚୟ ସ୍ଥାପନ କରିଥିଲେ। ଚମ୍ପାଇ ପ୍ରାୟ ପାଞ୍ଚ ଦଶନ୍ଧି ଧରି ଜେଏମଏମ ସୁପ୍ରିମୋ ଶିବୁ ସୋରେନ ଏବଂ ହେମନ୍ତ ସୋରେନଙ୍କ ନିକଟତର ହୋଇଥିଲେ। ଚମ୍ପାଇ ସୋରେନ ଜେଏମଏମ ର ପ୍ରତିଷ୍ଠାତା ସଦସ୍ୟମାନଙ୍କ ମଧ୍ୟରୁ ଅନ୍ୟତମ। ୧୯୯୧ରେ ପ୍ରଥମ ଥର ପାଇଁ ବିହାର ବିଧାନସଭା ଉପ-ନିର୍ବାଚନରେ ସଢେଇକଳାରୁ ଜଣେ ସ୍ବାଧୀନ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

ଚମ୍ପାଇ ସୋରେନ ୧୯୯୧ରୁ କ୍ରମାଗତ ଭାବରେ ୭ଥର ସଢେଇକଳା ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ୨୦୦୦ର ବିଧାନସଭା ନିର୍ବାଚନ ବ୍ୟତୀତ ସେ ସମସ୍ତ ନିର୍ବାଚନରେ ଜିତିଥିଲେ । ୨୦୦୦ନିର୍ବାଚନରେ ସେ ଭାଜପାର ଅନନ୍ତ ରାମ ଟୁଡୁଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ୨୦୧୦ରେ ଭାଜପା-ଜେଏମଏମ ମିଳିତ ମଞ୍ଚର ଅର୍ଜୁନ ମୁଣ୍ଡା ସରକାରରେ ଚମ୍ପାଇ ସୋରେନ କ୍ୟାବିନେଟ ମନ୍ତ୍ରୀ ହୋଇଥିଲେ। ଚମ୍ପାଇ ସୋରେନଙ୍କୁ ୨୦୧୩ରେ ଜେଏମଏମ-କଂଗ୍ରେସ ମିଳିତ ମଞ୍ଚର ହେମନ୍ତ ସୋରେନ ସରକାରରେ ଶିଳ୍ପ, ପରିବହନ ଏବଂ ଆଦିବାସୀ କଲ୍ୟାଣ ମନ୍ତ୍ରୀ କରାଯାଇଥିଲା। ଯେତେବେଳେ କି ୨୦୧୯ରେ, ଚମ୍ପାଇ ସୋରେନଙ୍କୁ ୨୮ଜାନୁୟାରୀ ୨୦୨୦ରେ ଜେଏମଏମ-କଂଗ୍ରେସ-ଆରଜେଡି ମିଳିତ ମଞ୍ଚର ହେମନ୍ତ ସୋରେନ ସରକାରରେ ମନ୍ତ୍ରୀ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରଣଜୀ ଟିମ୍‌ରେ କଳାହାଣ୍ଡିର ଦିନେଶ ମାଝୀ, ଛୁଟୁଛି ଶୁଭେଚ୍ଛାର ସୁଅ

ଭବାନୀପାଟଣା,୭।୧୦(ଉତ୍ତମ କୁମାର ଦାଶ): ଓଡ଼ିଶା କ୍ରିକେଟ ଆସୋସିଏସନ୍ ପକ୍ଷରୁ ୨୦୨୬-୨୭ ସିଜନ ଡୋମେଷ୍ଟିକ୍ ବିସିସିଆଇ ଟୁର୍ନାମେଣ୍ଟର ପ୍ରଥମ ଦୁଇଟି ମ୍ୟାଚ୍ ପାଇଁ ଓଡ଼ିଶା ରଣଜୀ ଦଳର ୧୭…

ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀଙ୍କ ଆନ୍ଦୋଳନ ଜାରି, ରାହୁଲଙ୍କୁ ଉଠାଇ ନେଲା ପୋଲିସ

ନୂଆଦିଲ୍ଲୀ,୭।୧୦: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ବିରୋଧୀ ଦଳଗୁଡ଼ିକର ଆନ୍ଦୋଳନ ଥମିବାର ନାଁ ନେଉନାହିଁ । ମଙ୍ଗଳବାର ଦିନତମାମ ଧାରଣା ପରେ ଆଜି ‘ଇଣ୍ଡିଆ’…

ପାଟପୁରରେ ଦକ୍ଷିଣ ଓଡ଼ିଶା ବାଳିକା କବାଡ଼ି ପ୍ରତିଯୋଗିତା; ଗଜପତି ଜିଲାର ରାମଗିରି ଚାମ୍ପିୟନ, ମାଲକାନଗିରି ଉପ ବିଜେତା

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗ୍ରାମ ସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ କବାଡ଼ି ପ୍ରତିଯୋଗିତା ଜାରି ରହିଥିଲା…

ଛାତ୍ର ସଂସଦ ନିର୍ବାଚନକୁ ନେଇ ବଲାଙ୍ଗୀର କଲେଜରେ ଉତ୍ତେଜନା

ବଲାଙ୍ଗୀର,୭ା୧୦(ସୁନିଲ କୁମାର ମହାନ୍ତି): କଲେଜ ନିର୍ବାଚନକୁ ନେଇ ଏବେଠୁ ବଲାଙ୍ଗିର ଜିଲାରେ ଉତ୍ତେଜନା ଦେଖାଦେଲାଣି। ବଲାଙ୍ଗୀର ପୁଇଁନ୍ତଳା ନିକଟରେ ଥିବା ସରକାରୀ ବଲାଙ୍ଗୀର କଲେଜରେ ଉତ୍ତେଜନା ଦେଖାଦେବା…

୫୮ ବର୍ଷ ପରେ ନବରାତ୍ରୀରେ ଦୁର୍ଲଭ ମହାସଂଯୋଗ: ଫିଟିବ ଏହି ୩ ରାଶିର ଭାଗ୍ୟ, ଧନ ବର୍ଷା ସହ ମିଳିବ ବଡ଼ ଚାକିରିର ଅଫର୍‌

୧୧ ଅକ୍ଟୋବର ୨୦୨୬ରୁ ଶାରଦୀୟ ନବରାତ୍ରୀ ଆରମ୍ଭ ହେବାକୁ ଯାଉଛି, ଯାହାକୁ ଏଥର ବେଶ ଖାସ ବୋଲି ଧରାଯାଉଛି। ପ୍ରକୃତରେ, ବହୁ ବର୍ଷ ପରେ ନବରାତ୍ରୀ ସମୟରେ…

କେତେ ସମ୍ପତ୍ତିର ମାଲିକ ରାହୁଲ ଗାନ୍ଧୀ? କେବଳ ଅଫିସର ଦାମ ୯ କୋଟି! ଜାଣନ୍ତୁ ନେଟଓ଼୍ବର୍ଥ

ନୂଆଦିଲ୍ଲୀ,୭।୧୦: ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପ୍ରାୟତଃ ନିଜର ରାଜନୈତିକ ନିଷ୍ପତ୍ତି ଏବଂ ସରକାରଙ୍କ ବିରୋଧରେ ଦେଉଥିବା ବୟାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।…

ବିକଶିତ ଓଡ଼ିଶା ଗଠନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ, ଡବଲ୍‌ ଇଞ୍ଜିନ ସରକାରରେ…

ଖୋର୍ଦ୍ଧା,୭।୧୦(ପ୍ରଭାତ ପାଣିଗ୍ରାହୀ): ‘ବିକଶିତ ଭାରତ’ ସହ ‘ବିକଶିତ ଓଡ଼ିଶା’ ଗଠନ ପ୍ରକ୍ରିୟାରେ ସମସ୍ତ ନାଗରିକ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆହ୍ୱାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀ…

ବିରାଟଙ୍କୁ ବଡ଼ ଝଟକା, ଶୂନ୍ୟ ରନରେ ଆଉଟ ହେବା ପରେ ତଳକୁ ଖସି ଆସିଛନ୍ତି କୋହଲି, ଜାଣନ୍ତୁ କେମିତି

ନୂଆଦିଲ୍ଲୀ,୭।୧୦: ଭାରତର ଷ୍ଟାର୍‌ ବ୍ୟାଟର ବିରାଟ କୋହଲିଙ୍କୁ ନିକଟରେ ୱେଷ୍ଟଇଣ୍ଡିଜ ବିପକ୍ଷ ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜରେ ଖେଳୁଥିବାର ଦେଖିବାକୁ ମିଳିଥିଲା। କୋହଲି ପ୍ରଥମ ମ୍ୟାଚରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?