ଆଉ କେତେଦିନ ଭାରତରେ ରହିବେ ଶେଖ ହାସିନା? ବ୍ୟସ୍ତ ହୋଇପଡିଲାଣି ବାଂଲାଦେଶ, ଜାଣନ୍ତୁ କ’ଣ କହୁଛି

ଢାକା,୧୯।୯: ବାଂଲାଦେଶରେ ହୋଇଥିବା ହିଂସା ମଧ୍ୟରେ ଭାରତରେ ଆଶ୍ରୟ ନେବା ପରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ପ୍ରତ୍ୟାବର୍ତ୍ତନ ବିଷୟରେ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି। ସେଠାରେ ହିଂସା ପରେ ଶେଖ ହାସିନା ଦେଶ ଛାଡି ଭାରତ ଚାଲି ଆସିଥିଲେ। ସେବେଠାରୁ ସେ ଭାରତରେ ଅଛନ୍ତି। ପୂର୍ବରୁ କୁହାଯାଉଥିଲା ଯେ ସେ ଅନ୍ୟ କିଛି ଦେଶରେ ଆଶ୍ରୟ ନେବେ, କିନ୍ତୁ ଏବେ ସେ ଅନ୍ୟ କୌଣସି ସ୍ଥାନକୁ ଯିବାକୁ ପ୍ରସ୍ତୁତ ହେଉଥିବା ପରି ମନେ ହେଉନାହିଁ। ଏହି ସମୟରେ ବାଂଲାଦେଶର ମଧ୍ୟବର୍ତ୍ତୀକାଳୀନ ସରକାରଙ୍କ ବୈଦେଶିକ ମନ୍ତ୍ରୀ ମହମ୍ମଦ ତାହିଦ ହୁସେନ ନିଜର ପ୍ରତିକ୍ରିୟା ଦେଇଛନ୍ତି।
ହିନ୍ଦୁସ୍ତାନ ରିପୋର୍ଟ ଅନୁଯାୟୀ, ବାଂଲାଦେଶ ବୈଦେଶିକ ବ୍ୟାପାର ପରାମର୍ଶଦାତା ମହମଦ ତାହିଦ ହୁସେନ ଶେଖ ହସିନାଙ୍କ ଭାରତରେ ରହିବା ଉପରେ ନିଜର ପ୍ରତିକ୍ରିୟା ରଖିଛନ୍ତି। ଯେତେବେଳେ ତାଙ୍କୁ ପଚରାଯାଇଥିଲା ଯେ ପଡୋଶୀ ଦେଶ ତାଙ୍କୁ ଆଶ୍ରୟ ଦେଇଛନ୍ତି କି ନାହିଁ, ସେତେବେଳେ ତାଙ୍କର ଉତ୍ତର ଥିଲା ଯେ ଆମକୁ ଏହି ଘଟଣାକୁ ଏପରି ଦୃଷ୍ଟିରେ ଦେଖିବାକୁ ପଡିବ କି ସବୁକିଛି ଆଇନ ଅନୁଯାୟୀ ହେଉ ନାହିଁ।
ଶେଖ ହାସିନାଙ୍କ ବିଷୟରେ ବର୍ତ୍ତମାନ କୁହାଯାଉଛି ଯେ ସେ ଭାରତର ହିଂଡନ ଏୟାରବେସର ସୁରକ୍ଷିତ ଘରେ ଅଛନ୍ତି। ଏଥି ସହିତ, ଏହାପୂର୍ବରୁ ପରାମାଁଦାତା ମହମ୍ମଦ ତାହିଦ ହୁସେନ କହିଛନ୍ତି ଯେ ଏ ବାବଦରେ ଭାରତ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ଉତ୍ତର ଦିଆଯାଇ ନାହିଁ। ତେବେ ଏହା ପୂର୍ବରୁ ଶେଖ ହାସିନାଙ୍କ ରାଜନିତିକ ପାସପୋର୍ଟ ମଧ୍ୟ ବାତିଲ କରାଯାଇଥିଲା। ଏଭଳି ପରିସ୍ଥିତିରେ ବ୍ରିଟେନ, ଆମେରିକା ଏବଂ ୟୁଏଇରେ ଆଶ୍ରୟ ନେବାକୁ ଶେଖ ହାସିନାଙ୍କ ଉଦ୍ୟମ ଏପର୍ଯ୍ୟନ୍ତ ସଫଳ ହୋଇ ନାହିଁ ବୋଲି ଅନେକ ରିପୋର୍ଟ ଦାବି କରୁଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ଦେଶ ଆମେରିକାକୁ ଦେଲା ଝଟକା, ହକ୍ ବଦଳରେ ଭାରତରୁ ଆକାଶ କ୍ଷେପଣାସ୍ତ୍ର କିଣିବ

ନୂଆଦିଲ୍ଲୀ,୭ା୧୨: ଫିଲିପାଇନ୍ସ ଭାରତ ସହିତ ମଧ୍ୟମ ଦୂରଗାମୀ ସର୍ଫେସ ଟୁ ଏୟାର ମିସାଇଲ (SAM) ସିଷ୍ଟମ୍ କିଣିବାକୁ ଆନୁଷ୍ଠାନିକ ଆଲୋଚନା ଆରମ୍ଭ କରିଛି। ଏହି କ୍ଷେପଣାସ୍ତ୍ର...

ନୂଆପଡ଼ା ସହରରେ ବୁଲୁଛନ୍ତି ଭାଲୁ

ନୂଆପଡ଼ା,୭।୧୨(ମକାରୁ ବେମାଲ): ନୂଆପଡ଼ା ସହରକୁ ୨ଟି ଭାଲୁ ପଶି ଆସିଥିଲେ। ସହରର ବିଭିନ୍ନ ସ୍ଥାନରେ ବୁଲାବୁଲି କରି ଅଇଠାପତ୍ର, ଫଳ ଦୋକାନରେ ଫିଙ୍ଗି ଦିଆଯାଉଥିବା ଫଳ...

ରାଜ୍ୟସ୍ତରୀୟ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡିର ସାଇକ୍ରିଷ୍ଣା

ଦିଗପହଣ୍ଡି,୭।୧୨(ଅଶେଷ ନାଥ ମିଶ୍ର) ଜଗତସିଂହପୁରରେ ଆୟୋଜିତ ୬୯ତମ ଆନ୍ତଃ ରାଜ୍ୟସ୍ତରୀୟ ବିଦ୍ୟାଳୟ ସମୂହ କ୍ରୀଡ଼ା ପ୍ରତିଯୋଗିତାରେ ଦିଗପହଣ୍ଡି ବ୍ଳକ ଅଧୀନ ବମକୋଇ ଗ୍ରାମ ଶିବାନନ୍ଦ ନୋଡାଲ...

ଡକାୟତି, ହତ୍ୟା ଉଦ୍ୟମ: ୨ବର୍ଷ ପରେ ଧରାପଡ଼ିିଲେ ଫେରାର ଅଭିଯୁକ୍ତ

ଦିଗପହଣ୍ଡି,୭ା୧୨(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ଅଧୀନ ତେଣ୍ଟୁଆପଡା ଗ୍ରାମରେ ୨୦୨୩ରେ ଘଟିଥିବା ଏକ ଡକାୟତି ଓ ହତ୍ୟା ଉଦ୍ୟମ ମାମଲାର ଅଭିଯୁକ୍ତଙ୍କୁ...

ମହମ୍ମଦ ସାହେବ ପୁଣି କଳାହାଣ୍ଡି କଂଗ୍ରେସ ଯୁବ ସଭାପତି

ଭବାନୀପାଟଣା,୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା କଂଗ୍ରେସ ଯୁବ ସଭାପତି ଭାବେ ରବିବାର ପୁଣି ଥରେ ମହମ୍ମଦ ଅବଦୁଲ ମୋହସିନ(ମହମ୍ମଦ ସାହେବ) ନିଯୁକ୍ତ ହୋଇଛନ୍ତି। ଏ...

ଯେଉଁ ହାତରେ ଗଢିଥିଲି, ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି: ପ୍ରେମାନନ୍ଦ

ବଲାଙ୍ଗୀର,୭।୧୨(ସୁନିଲ କୁମାର ମହାନ୍ତି): ଯେଉଁ ହାତରେ ଗଢିଥିଲି ଆଜି ସେହି ହାତରେ ଶ୍ରଦ୍ଧାଞ୍ଜଳୀ ଦେଲି। ହ୍ୟୁମାନ ସବୁ ସମୟରେ ମୋତେ ଟିଟିଲାଗଡ଼ ଆସିବାକୁ କହୁଥିଲା। ହ୍ୟୁମାନ...

ଚାଷୀ ସଂଗଠନର ରଣହୁଙ୍କାର: ମଣ୍ଡିରୁ ଧାନ ଉଠା ନ ଗଲେ ଆନ୍ଦୋଳନ

ବରଗଡ଼,୭।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତମାସ ୨୮ ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ଧାନ ବିକ୍ରିରେ ଅଚଳାବସ୍ଥା ଜାରି ରହିଛି।...

ତୃତୀୟ ଥର ପାଇଁ ସଭାପତି ହେଲେ ସୁନେଶ

କେନ୍ଦୁଝର,୧୨।୭(ନରେଶ ଚନ୍ଦ୍ର ପଟ୍ଟନାୟକ): ପୂର୍ବତନ ଜିଲା ଛାତ୍ର କଂଗ୍ରେସ କମିଟି ସଭାପତି ତଥା ଜିଲା ଯୁବ କଂଗ୍ରେସ ସଭାପତି ସୁନେଶ ଧୀର ପୁଣି କେନ୍ଦୁଝର ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri