Posted inଜାତୀୟ

ନିର୍ବାଚନ ଫଳାଫଳ ପରେ କେତେଦିନ ଭିତରେ ମୁଖ୍ୟମନ୍ତ୍ରୀ ଘୋଷଣା ହେବା ଜରୁରୀ? ନହେଲେ ରାଜ୍ୟପାଳ ନେଇପାରନ୍ତି ଏହି ବଡ଼ ଆକ୍ସନ…

ନୂଆଦିଲ୍ଲୀ,୩୦।୧୧: ନିକଟରେ ଦୁଇ ରାଜ୍ୟରେ ନିର୍ବାଚନ ଶେଷ ହୋଇଛି। ମହାରାଷ୍ଟ୍ରରେ ଭାଜପା ବିସ୍ମୟକର ବିଜୟ ହାସଲ କରିଥିବାବେଳେ ଝାଡଖଣ୍ଡରେ ଜେଏମଏମ ଝଡ ସୃଷ୍ଟି କରି ପୁର୍ନବାର କ୍ଷମତାକୁ ଫେରିଛି। ତେବେ ଝାଡଖଣ୍ଡରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଶପଥ ନେଇ ସାରିଥିବାବେଳେ ମହାରାଷ୍ଟ୍ରରେ ଏବେ ବି ମୁଖ୍ୟମନ୍ତ୍ରୀକୁ ନେଇ ସସପେନ୍ସ ଲାଗି ରହିଛି। କୁହାଯାଉଛି ଯେ, ମହାରାଷ୍ଟ୍ରରେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ଡିସେମ୍ବର ପ୍ରଥମ ସପ୍ତାହରେ ହେବ, କିନ୍ତୁ ରାଜ୍ୟର ମୁଖ୍ୟମନ୍ତ୍ରୀ କିଏ ହେବେ ତା’ ନେଇ ବିଭିନ୍ନ ପ୍ରକାର କଳ୍ପନାଜଳ୍ପନା କରାଯାଉଛି। କିନ୍ତୁ ତାଙ୍କ ନାମ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ। ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ମହାୟୁତି ମେଣ୍ଟର ବିଜୟ ପରେ କ୍ରମାଗତ ଭାବରେ ବିବୃତ୍ତି ଆସୁଛି ଯେଉଁଥିରେ କୁହାଯାଇଛି ଯେ, ଭାଜପା ସଂଗଠନ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରିବ। ଶୀର୍ଷ ନେତୃତ୍ୱ ଯାହା ନିଷ୍ପତ୍ତି ନିଅନ୍ତି ତାହା ଗ୍ରହଣ କରାଯିବ।

ସିଏମଙ୍କ ନାମରେ ଏବେବି ସସପେନ୍ସ ରହିଛି, ତେଣୁ ପ୍ରଶ୍ନ ଉଠୁଛି ଯେ ନିର୍ବାଚନ ଫଳାଫଳ ଘୋଷଣା ହେବା ପରେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ କରିବା କେତେ ଦିନ ବାଧ୍ୟତାମୂଳକ? ଯଦି ଏହା ନହୁଏ ତେବେ କଣ ହେବ? ଆସନ୍ତୁ ଜାଣିବା…

ସୁପ୍ରିମକୋର୍ଟର ଆଇନଜୀବୀ ଆଶିଷ ପାଣ୍ଡେ କହିଛନ୍ତି ଯେ ର୍ନିବାଚନ ଫଳାଫଳ ଘୋଷଣା ହେବା ପରେ ସିଏମ ଭାବରେ ଶପଥ ଗ୍ରହଣ କରିବା କେତେ ଦିନ ବାଧ୍ୟତାମୂଳକ ତାହା ଉପରେ ଭାରତର ସମ୍ବିଧାନରେ କୌଣସି ସ୍ପଷ୍ଟ ନିୟମ ନାହିଁ, କିନ୍ତୁ ବିଧାନସଭାର କାର୍ଯ୍ୟକାଳ ନିଶ୍ଚିତ ଭାବରେ ୫ ବର୍ଷ। ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ନଭେମ୍ବରର ଶେଷ ସପ୍ତାହରେ ଶେଷ ହୋଇଛି।

ସାଧାରଣତଃ, ଯେକୌଣସି ରାଜ୍ୟରେ ବିଧାନସଭା ନିର୍ବାଚନର ଫଳାଫଳ ପରେ ୧ରୁ ୭ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ଘୋଷଣା କରାଯାଏ କିମ୍ବା ଶପଥ ଗ୍ରହଣ ପ୍ରକ୍ରିୟା ମଧ୍ୟ ଶେଷ ହୋଇଥାଏ। ଯଦି କୌଣସି ଦଳ ସରକାର ଗଠନ କରିବାକୁ ଦାବି କରନ୍ତି ନାହିଁ, ତେବେ ଏପରି ପରିସ୍ଥିତିରେ ରାଜ୍ୟପାଳ ସର୍ବାଧିକ ଭୋଟ ଜିତଥିବା ଦଳକୁ ସରକାର ଗଠନ କରିବାକୁ କୁହନ୍ତି। ଯଦି ସର୍ବାଧିକ ଭୋଟ ଜିତିଥିବା ରାଜନୈତିକ ଦଳ ରାଜ୍ୟରେ ସରକାର ଗଠନ କରିବାରେ ଅସମର୍ଥ ତେବେ ରାଜ୍ୟପାଳ ଦ୍ୱିତୀୟ ବୃହତ୍ତମ ଦଳକୁ ସରକାର ଗଠନ ପାଇଁ ଆମନ୍ତ୍ରଣ କରିପାରିବେ।

ଯଦି ରାଜ୍ୟରେ ସରକାର ଗଠନ କରିବାରେ ବହୁ ବିଳମ୍ବ ହେଉଛି, ତେବେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିଶ କରିବାକୁ ରାଜ୍ୟପାଳଙ୍କର ଅଧିକାର ରହିଛିି। ଏଭଳି ପରିସ୍ଥିତିକୁ ‘ରାଜ୍ୟ ଜରୁରୀକାଳୀନ ପରିସ୍ଥିତି’ ବା ‘ସାମ୍ବିଧାନିକ ଜରୁରୀକାଳୀନ ପରିସ୍ଥିତି’ ମଧ୍ୟ କୁହାଯାଏ।

ଭାରତୀୟ ସମ୍ବିଧାନର ଧାରା ୩୫୬ ରେ କୁହାଯାଇଛି ଯେ, ଯେତେବେଳେ ରାଷ୍ଟ୍ରପତି, ରାଜ୍ୟପାଳଙ୍କ ଠାରୁ ଏକ ରିପୋର୍ଟ ମିଳିଥାଏ କିମ୍ବା ସମ୍ବିଧାନର ବ୍ୟବସ୍ଥା ଅନୁଯାୟୀ ରାଜ୍ୟ ସରକାର କାର୍ଯ୍ୟକାରୀ ହୋଇପାରିବେ ନାହିଁ ଏହି ସମୟରେ ରାଷ୍ଟ୍ରପତି ଶାସନ ଲାଗୁ ହୁଏ । ପ୍ରାରମ୍ଭିକ ପର୍ଯ୍ୟାୟରେ, ରାଷ୍ଟ୍ରପତି ଶାସନ ୬ମାସ ପାଇଁ ବୈଧ। କିନ୍ତୁ ଯଦି ଆବଶ୍ୟକ ହୁଏ ତେବେ ଏହାକୁ ୬ ମାସରୁ ସର୍ବାଧିକ ୩ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ।

ତେବେ ମହାରାଷ୍ଟ୍ର କ୍ଷେତ୍ରରେ ଏଭଳି ପରିସ୍ଥିତି ଦୃଶ୍ୟମାନ ହେଉନାହିଁ, କିନ୍ତୁ ଆଗାମୀ ଦୁଇ ଦିନ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ନାମ ପ୍ରକାଶ ପାଇବ ବୋଲି ଦାବି କରାଯାଉଛି। ଏଭଳି ପରିସ୍ଥିତିରେ ଏକନାଥ ଶିନ୍ଦେ କିମ୍ବା ଦେବେନ୍ଦ୍ର ଫଡନାଭିସ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ହେଉଛନ୍ତି ନା କିଛି ନୂଆ ଚେହେରା ସାମ୍ନାକୁ ଆସିବ ତାହା ଦେଖିବା ବାକି ରହିଲା।

ତେବେ ମହାରାଷ୍ଟ୍ରର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ଭେଟେରାନ ଭାଜପା ନେତା ଦେବେନ୍ଦ୍ର ଫଡନାଭିସ ହୋଇପାରନ୍ତି ବୋଲି ଆଲୋଚନା ହେଉଛି। ଯେଉଁଥିରେ ଶିବସେନା ମୁଖ୍ୟ ଏକନାଥ ଶିନ୍ଦେଙ୍କୁ ଡେପୁଟି ସିଏମ କରାଯାଇପାରେ।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

ପାକିସ୍ତାନ ପରେ ଏହି ଦେଶରେ ତେଲ ସଙ୍କଟ, ପେଟ୍ରୋଲ-ଡିଜେଲ ମୂଲ୍ୟ ୨୫% ବଢ଼ାଇଲେ ସରକାର

ନୂଆଦିଲ୍ଲୀ,୨୨।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଯୁଦ୍ଧ ଯୋଗୁଁ ବିଶ୍ୱବ୍ୟାପୀ ଶକ୍ତି ଯୋଗାଣ ବିପର୍ଯ୍ୟସ୍ତ ହୋଇପଡ଼ିଛି । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଉଥିବାବେଳେ, ଗ୍ୟାସ୍…

ଯାତ୍ରୀଙ୍କୁ ମୃତ୍ୟୁମୁଖରୁ ବଞ୍ଚାଇଲେ ଆରପିଏଫ୍ କନେଷ୍ଟବଳ, ଟ୍ରେନରେ….

ରାୟଗଡ଼ା,୨୨।୩(ଆଶିଷ ରଞ୍ଜନ ପଣ୍ଡା): ଆରପିଏଫ କନଷ୍ଟେବଳଙ୍କ ସତର୍କତା କାରଣରୁ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତିଗଲେ ଯାତ୍ରୀ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ରେଳ ଷ୍ଟେସନରେ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri