ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କକୁ ନେଇ ମୁହଁ ଖୋଲିଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨୮।୫: ଲୋକ ସଭା ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ପାଇଁ ଜୋରଦାର ପ୍ରଚାର ଚାଲିଛି। ଆସନ୍ତ ଜୁନ୍‌ ୧ ଭୋଟ ଅନୁଷ୍ଠିତ ହେବ। ଏହା ପୂର୍ବରୁ ଏକ ଗଣମାଧ୍ୟମକୁ ମୋଦି ସାକ୍ଷାତକାର ଦେଇ ଓଡ଼ିଶା ରାଜନୀତି ବିଷୟରେ ଅନେକ କିଛି ଖୁଲାସା କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭଲ ସମ୍ପର୍କ ନେଇ ପ୍ରଶ୍ନରେ ପ୍ରଧାନମନ୍ତ୍ରୀ ପ୍ରତିକ୍ରିୟା ପ୍ରକାଶ କରି କହିଛନ୍ତି, ସମ୍ପର୍କ ନୁହେଁ ଓଡ଼ିଶାର ଭବିଷ୍ୟତ ଆଗ। ସବୁ ରାଜନୈତିକ ନେତାଙ୍କ ସହ ମୋ ସମ୍ପର୍କ ରହିଛି। ମୋ ପାଇଁ ପ୍ରଶ୍ନ ଥିଲା ସମ୍ପର୍କକୁ ଭଲ ରଖିବି, ନାଁ ଓଡ଼ିଶାର ଭାଗ୍ୟ କଥା ଚିନ୍ତା କରିବି। ଉଜ୍ବଳ ଭବିଷ୍ୟତ ପାଇଁ ନିଜକୁ ଉତ୍ସର୍ଗ କରିବାକୁ ରାସ୍ତା ବାଛିଲି।
ଏଥି ପାଇଁ ଯଦି ମୋ ସମ୍ପର୍କକୁ ବଳି ଚଢ଼ାଇବାକୁ ପଡ଼େ, ମୁଁ ପ୍ରସ୍ତୁତ। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ୨୫ ବର୍ଷରେ ଓଡ଼ିଶାରେ କୌଣସି ପ୍ରଗତି ହୋଇନି। ସବୁଠୁ ଚିନ୍ତାର ବିଷୟ, ଓଡ଼ିଶାର ପୂରା ବ୍ୟବସ୍ଥାକୁ ବନ୍ଧକ ରଖାଯାଇଛି। ଓଡ଼ିଶା ସେହି ବନ୍ଧନରୁ ବାହାରିଲେ ସମୃଦ୍ଧ ହେବ ମୋଦି କହିଛନ୍ତି।
ମୋଦି ଆହୁରି ମଧ୍ୟ କହିଛନ୍ତି, ଓଡ଼ିଶା ପ୍ରାକୃତିକ ସଂପଦରେ ଭରପୂର, କିନ୍ତୁ ଲୋକେ ଗରିବ। ଏଥିପାଇଁ ରାଜ୍ୟ ସରକାର ଦାୟୀ, ଲୋକଙ୍କୁ ନ୍ୟାୟ ମିଳୁନି। ଓଡ଼ିଶାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛି। ଓଡ଼ିଶାର ଭାଗ୍ୟ ବଦଳିବ, ସେଠାରେ ସରକାର ପରିବର୍ତ୍ତନ ହେବାକୁ ଯାଉଛ। ଜୁନ ୪ ବର୍ତ୍ତମାନର ଓଡ଼ିଶା ସରକାରଙ୍କ ଏକ୍ସପାଏରୀ ତାରିଖ। ଜୁନ ୧୦ରେ ଓଡ଼ିଶାରେ ଭାଜପା ମୁଖ୍ୟମନ୍ତ୍ରୀ ଶପଥ ନେବେ।


Enter your email to get our daily news in your inbox.

All Right Reserved By Dharitri.Com

ଏପ୍ରିଲ ୧ରୁ ମହଙ୍ଗା ହେବ ବିମାନ ଯାତ୍ରା! ସଙ୍କେତ ଦେଲେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ

ନୂଆଦିଲ୍ଲୀ,୨୨।୩: ଯଦି ଆପଣ ଆଗାମୀ ଦିନରେ ବିମାନ ଯାତ୍ରା କରିବାକୁ ଯୋଜନା କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ। କେନ୍ଦ୍ର ବେସାମରିକ ବିମାନ…

ସକାଳୁଆ ସ୍କୁଲକୁ ନେଇ ଆସିଲା ବଡ଼ ଖବର, ଏହିଦିନ ଠୁ…

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ଖୁବ୍‌ଶୀଘ୍ର ସକାଳୁଆ ହେବ ସ୍କୁଲ। ରାଜ୍ୟରେ ତାପମାତ୍ରା ସହ ଖରା ପ୍ରକୋପ ଅଧିକ ରହୁଛି। ମାର୍ଚ୍ଚରେ ବିଭିନ୍ନ ସ୍ଥାନରେ ଅସହ୍ୟ ଗରମ ଅନୁଭବ ହେଉଛି।…

ଆଗକୁ ଶିକ୍ଷକଙ୍କୁ ନିୟମିତ ନିଯୁକ୍ତି ଦିଆଯିବ,ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ରାଜ୍ୟରେ ଶିକ୍ଷାକ୍ଷେତ୍ରରେ ପରିବର୍ତ୍ତନ ଆଣିବା ପାଇଁ ରାଜ୍ୟ ସରକାର ପ୍ରୟାସ କରୁଛନ୍ତି। ଶିକ୍ଷକମାନେ ଯେପରି ରାଜରାସ୍ତାରେ ନ ବସିବେ, ପିଲାଙ୍କ ପାଠପଢ଼ାକୁ ଯେପରି ଗୁରୁତ୍ୱ…

ବିି.ଏଡ୍‌. ପ୍ରବେଶିକା ପରୀକ୍ଷା ପାଇଁ ୨୩ରୁ ଆବେଦନ

ଭୁବନେଶ୍ୱର,୨୨ା୩(ସୁଚିସ୍ମିତା ସାହୁ): ୨ବର୍ଷିଆ ବି.ଏଡ୍‌, ବିଏଚ୍‌.ଏଡ୍‌. ଓ ଏମ୍‌.ଏଡ୍‌. ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷା ଲାଗି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।…

ଏଆଇ ପ୍ରସ୍ତୁତ ମୋଦିଙ୍କ ଆପତ୍ତିଜନକ ଫଟୋ ଶେୟାର କରିଥିବା ଯୁବକ ଗିରଫ

ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍‌ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍‌ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ…

ସ୍ତ୍ରୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ଆତ୍ମହତ୍ୟାର ରୂପ ଦେଇଥିଲେ ସ୍ବାମୀ, ଅଦାଲତ ଶୁଣାଇଲେ ଏମିତି ରାୟ

ଥୁଆମୂଳ ରାମପୁର,୨୧ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଓ ଦୌରା ଜଜ୍‌ ଅଦାଲତ ଏକ ସମ୍ବେଦନଶୀଳ ହତ୍ୟା ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି।…

ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ୍‌ କରି ଜଙ୍ଗଲରେ ବିସ୍ଫୋରକ ଖଞ୍ଜିଥିଲେ ମାଓବାଦୀ, ବଡ଼ ଅଘଟଣ ଘଟିବା ପୂର୍ବରୁ…

ବାଲିଗୁଡ଼ା,୨୧ା୩(ସଞ୍ଜୟ କୁମାର ପାଣିଗ୍ରାହୀ): ସମଗ୍ର କନ୍ଧମାଳ ଜିଲାରେ କୋମ୍ବିଂ ଅପରେଶନକୁ ଜୋରଦାର କରାଯାଉଥିବା ବେଳେ ଏକ ବଡ଼ଧରଣର ଅଘଟଣରୁ ବର୍ତ୍ତିଯାଇଛନ୍ତି ସୁରକ୍ଷାକର୍ମୀ। ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଜଙ୍ଗଲରେ…

ସାକ୍ଷୀଗୋପାଳଙ୍କୁ ଦର୍ଶନ କରି ଟଳି ପଡ଼ିଲେ ବୃଦ୍ଧା

ସାକ୍ଷୀଗୋପାଳ,୨୧ା୩(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ଶନିବାର ସନ୍ଧ୍ୟାରେ ଶ୍ରୀ ସାକ୍ଷୀଗୋପାଳଙ୍କୁ ଦର୍ଶନ କରିବା ପରେ ଜଣେ ବୃଦ୍ଧା ତୀର୍ଥଯାତ୍ରୀ ହଠାତ୍‌ ଟଳି ପଡ଼ିଥିଲେ। ତାଙ୍କ ସହିତ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri