ନୂଆଦିଲ୍ଲୀ,୧୮।୧୧: ଅନେକ ସମୟରେ ଏଲପିଜି ଗ୍ୟାସ୍ ସିଲିଣ୍ଡରର ଡେଲିଭରି ଚାର୍ଜ, ଅତିରିକ୍ତ ଟଙ୍କା ଆଦାୟ କିମ୍ବା ଖରାପ ବ୍ୟବହାରକୁ ନେଇ ଡିଷ୍ଟ୍ରିବ୍ୟୁଟର ଓ ଡେଲିଭରି ଏଜେନ୍ସିମାନେ ନିଜର ମନମାନି କରନ୍ତି। ଘରକୁ ସିଲିଣ୍ଡର ପହଞ୍ଚାଇବା ନାଁରେ ୨୦ରୁ ୫୦ ଟଙ୍କା ପର୍ଯ୍ୟନ୍ତ ଅତିରିକ୍ତ ଟଙ୍କା ଆଦାୟ କରାଯାଏ କିମ୍ବା କେତେକ ସ୍ଥାନରେ ଡେଲିଭରି କରିବାକୁ ସିଧାସଳଖ ମନା କରିଦିଆଯାଏ। ଯଦି ଆପଣଙ୍କ ସହ ମଧ୍ୟ ଏଭଳି ଘଟୁଛି, ତେବେ ଏହି ସୂଚନା ଆପଣଙ୍କ ପାଇଁ ବହୁତ ଉପଯୋଗୀ ହେବ।କେଉଁଠି କରିବେ ଅଭିଯୋଗ?
- ଯଦି ଆପଣଙ୍କର ଇଣ୍ଡେନ (Indane) ଗ୍ୟାସ୍ କନେକ୍ସନ ଅଛି, ତେବେ ସିଧାସଳଖ ଇଣ୍ଡିଆନ ଅୟିଲର ଅଫିସିଆଲ ଗ୍ରିଭାନ୍ସ ପୋର୍ଟାଲରେ ଅଭିଯୋଗ ଦାୟର କରିପାରିବେ।
- ଲିଙ୍କ୍: https://cx.indianoil.in/EPICIOCL/faces/GrievanceMainPage.jspx
ଏହା ସହିତ ଅନ୍ୟ କମ୍ପାନି (HP ଓ Bharat Gas) ର ଗ୍ରାହକମାନେ ମଧ୍ୟ ସେମାନଙ୍କର ନିଜ ନିଜ କମ୍ପାନିର ଟୋଲ-ଫ୍ରି ନମ୍ବର କିମ୍ବା ଅନଲାଇନ୍ ପୋର୍ଟାଲରେ ଅଭିଯୋଗ କରିପାରିବେ।କିପରି ଦାୟର କରିବେ ଅଭିଯୋଗ?୧. ଉପରୋକ୍ତ ଲିଙ୍କ୍ ଖୋଲନ୍ତୁ।
୨. ଆପଣଙ୍କ ସମସ୍ୟା ଅନୁଯାୟୀ ଉପଯୁକ୍ତ ବର୍ଗ (Category) ବାଛନ୍ତୁ, ଯେପରି:
- ଓଭରଚାର୍ଜିଙ୍ଗ୍ (Overcharging)
- ଖରାପ ବ୍ୟବହାର (Misbehaviour)
- ଡେଲିଭରି ସମସ୍ୟା (Refill Supply / Home Delivery)
- ସର୍ଭିସ ସମସ୍ୟା (Service) ଆଦି।
୩. ଆବଶ୍ୟକ ତଥ୍ୟ ପୂରଣ କରନ୍ତୁ:
- ଆପଣଙ୍କର LPG ID (୧୭ ଅଙ୍କ ବିଶିଷ୍ଟ)
- ରେଜିଷ୍ଟର୍ଡ ମୋବାଇଲ ନମ୍ବର
- କଷ୍ଟମର ID (ଯଦି ଥାଏ)
(ଏହି ତଥ୍ୟ ଠିକ୍ ନ ଥିଲେ ଅଭିଯୋଗ ଗ୍ରହଣ ହେବ ନାହିଁ)
୪. ଅଭିଯୋଗ ଦାୟର ହେବା ପରେ ଆପଣଙ୍କୁ ଏକ ରେଫରେନ୍ସ ନମ୍ବର ମିଳିବ। ସେହି ନମ୍ବର ଦେଇ ଯେ କୌଣସି ସମୟରେ ଆପଣ ଅଭିଯୋଗର ଷ୍ଟାଟସ୍ (Status) ଦେଖିପାରିବେ।ଅନେକ ଗ୍ରାହକ ଏହି ଅନଲାଇନ୍ ପୋର୍ଟାଲ ବ୍ୟବହାର କରି ଅତିରିକ୍ତ ଚାର୍ଜ ଫେରସ୍ତ ପାଇଛନ୍ତି ଏବଂ ଡିଷ୍ଟ୍ରିବ୍ୟୁଟରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ହୋଇଛି। ତେଣୁ ଆଉ ଚୁପ୍ ରହି ଅନ୍ୟାୟ ସହିବାକୁ ହେବ ନାହିଁ। ସଚେତନ ରୁହନ୍ତୁ, ଅଭିଯୋଗ କରନ୍ତୁ ଏବଂ ନିଜର ଅଧିକାର ରକ୍ଷା କରନ୍ତୁ।


