କେମିତି କୋଟିପତି ହେଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି, ଫିଟିଲା ବଡ଼ ଗୁମର…

ଭୁବନେଶ୍ୱର,୨୦।୫: ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି । ତେବେ ପ୍ରିୟଙ୍କା କିପରି କୋଟିପତି ହୋଇଛନ୍ତି ତାହାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛି । ତାହା ସହ ତାଙ୍କ ଆକାଉଣ୍ଟ ଓ ତାଙ୍କ ବାପାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ଚାଲିଛି।

ଏନେଇ ପୁରୀ ଏସପି କହିଛନ୍ତି ଯେ ପ୍ରିୟାଙ୍କାଙ୍କ ଓ ତାଙ୍କ ପରିବାରର ଆର୍ଥିକ କାରବାରକୁ ନେଇ ଯାଞ୍ଚ ଚାଲିଛି । କେଉଁଠୁ ଟଙ୍କା ନେଇ ମଧ୍ୟ ତଦନ୍ତ ଚାଲିଥିବା ସେ କହିଛନ୍ତି । କେମିତି ସେ ୪ ଟି ବିଳାସପୂର୍ଣ୍ଣ ହୋଟେଲର ମାଲିକାଣୀ ହୋଇଛନ୍ତି ତାହା ମଧ୍ୟ ତଦନ୍ତ ପରିସର ରହିଛି । କହିରଖୁଛୁ କି, ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଉଭୟ ପ୍ରିୟଙ୍କା ଓ ଜ୍ୟୋତି ଏକାସାଙ୍ଗେ ଅନେକ ସ୍ଥାନ ବୁଲିଛନ୍ତି । ଲାଇଭ ଟାଟରେ ସେମାନେ ପାକିସ୍ତାନୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି ।

ପୋଲିସ ପ୍ରିୟଙ୍କାଙ୍କ ଜ୍ୟୋତି ମଲହୋତ୍ରାଙ୍କ ସହ ସମ୍ପର୍କ ଓ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ଘଟଣା ମଧ୍ୟ ବିବାଦରେ ରହିଛି। ତଦନ୍ତ ଶେଷ ହେବା ପରେ ପୂରା ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ପୁରୀ ବୁଲିବାକୁ ଆସିଥିବା ସମୟରେ ଏକ ହୋଟେଲ୍‌ରେ ରହୁଥିଲେ ପକ୍‌-ସ୍ପାଏ ଜ୍ୟୋତି ମାଲହୋତ୍ରା। ଏବେ ସାମ୍ନାକୁ ଆସିଲା ଭିଡିଓ। ହୋଟେଲରେ କଣ କରୁଥିଲେ ଜ୍ୟୋତି ତାହା ମଧ୍ୟ ଦେଖିବାକୁ ମିଳିଛି। ଜ୍ୟୋତି ଓ ପ୍ରୟଙ୍କା ଏକ ହୋଟେଲ୍‌ରେ ରହିଥିଲେ। ହୋଟେଲ୍‌ରେ ଶୋଇ କଥାବାର୍ତ୍ତା ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି।

ଅନ୍ୟପକ୍ଷେ, ପାକ୍‌ ସ୍ପାଏ ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ସହ ପୁରୀର ପ୍ରିୟଙ୍କା ସେନାପତିଙ୍କ ଲିଙ୍କ ପ୍ରସଙ୍ଗକୁ ନେଇ ବଡ଼ ଖବର ଦେଇଛନ୍ତି ପୁରୀ ଏସ୍‌ପି। ପୁରୀ ଏସ୍‌ପି କହିଛନ୍ତି, ତଦନ୍ତରେ ପ୍ରିୟଙ୍କା ପୂରା ସହଯୋଗ କରୁଛନ୍ତି।ଆମେ ଏଯାବତ କୌଣସି ସିଦ୍ଧାନ୍ତରେ ପହଞ୍ଚି ସାରିନୁ, ତଦନ୍ତ ଚାଲିଛି। ସବୁ ତଦନ୍ତ ଏଜେନ୍ସି ସହ ସମ୍ପର୍କରେ ରହିଛୁ, କୋପରେଶନ ଅଛି। ଜ୍ୟୋତି କେତେ ଥର ପୁରୀ ଆସିଥିଲେ, ତାହାର ମଧ୍ୟ ତଦନ୍ତ ଚାଲିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri