କେମିତି କୋଟିପତି ହେଲେ ପୁରୀ ଝିଅ ପ୍ରିୟଙ୍କା ସେନାପତି, ଫିଟିଲା ବଡ଼ ଗୁମର…

ଭୁବନେଶ୍ୱର,୨୦।୫: ପୁରୀର ଝିଅ ପ୍ରିୟଙ୍କା ସେନାପତି ଏବେ ଚର୍ଚ୍ଚାରେ। ସେ ପାକିସ୍ତାନୀ ସ୍ପାଏ ଜ୍ୟୋତି ମାଲହୋତ୍ରାଙ୍କ ଲିଙ୍କରେ ଥିବାରୁ ତାଙ୍କୁ ନେଇ ତଦନ୍ତ ଜାରି ରହିଛି। ଜାତୀୟ ତଦନ୍ତକାରୀ ସଂସ୍ଥା ପ୍ରିୟଙ୍କାଙ୍କ ଉପରେ କଡ଼ା ନଜର ରଖିଛି । ତେବେ ପ୍ରିୟଙ୍କା କିପରି କୋଟିପତି ହୋଇଛନ୍ତି ତାହାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା ତଦନ୍ତ କରୁଛି । ତାହା ସହ ତାଙ୍କ ଆକାଉଣ୍ଟ ଓ ତାଙ୍କ ବାପାଙ୍କ ଆକାଉଣ୍ଟ ମଧ୍ୟ ଯାଞ୍ଚ ଚାଲିଛି।

ଏନେଇ ପୁରୀ ଏସପି କହିଛନ୍ତି ଯେ ପ୍ରିୟାଙ୍କାଙ୍କ ଓ ତାଙ୍କ ପରିବାରର ଆର୍ଥିକ କାରବାରକୁ ନେଇ ଯାଞ୍ଚ ଚାଲିଛି । କେଉଁଠୁ ଟଙ୍କା ନେଇ ମଧ୍ୟ ତଦନ୍ତ ଚାଲିଥିବା ସେ କହିଛନ୍ତି । କେମିତି ସେ ୪ ଟି ବିଳାସପୂର୍ଣ୍ଣ ହୋଟେଲର ମାଲିକାଣୀ ହୋଇଛନ୍ତି ତାହା ମଧ୍ୟ ତଦନ୍ତ ପରିସର ରହିଛି । କହିରଖୁଛୁ କି, ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଉଭୟ ପ୍ରିୟଙ୍କା ଓ ଜ୍ୟୋତି ଏକାସାଙ୍ଗେ ଅନେକ ସ୍ଥାନ ବୁଲିଛନ୍ତି । ଲାଇଭ ଟାଟରେ ସେମାନେ ପାକିସ୍ତାନୀଙ୍କ ସହ ମଧ୍ୟ କଥାବାର୍ତ୍ତା କରିଛନ୍ତି ।

ପୋଲିସ ପ୍ରିୟଙ୍କାଙ୍କ ଜ୍ୟୋତି ମଲହୋତ୍ରାଙ୍କ ସହ ସମ୍ପର୍କ ଓ ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇବା ଘଟଣା ମଧ୍ୟ ବିବାଦରେ ରହିଛି। ତଦନ୍ତ ଶେଷ ହେବା ପରେ ପୂରା ସତ୍ୟ ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।

ପୁରୀ ବୁଲିବାକୁ ଆସିଥିବା ସମୟରେ ଏକ ହୋଟେଲ୍‌ରେ ରହୁଥିଲେ ପକ୍‌-ସ୍ପାଏ ଜ୍ୟୋତି ମାଲହୋତ୍ରା। ଏବେ ସାମ୍ନାକୁ ଆସିଲା ଭିଡିଓ। ହୋଟେଲରେ କଣ କରୁଥିଲେ ଜ୍ୟୋତି ତାହା ମଧ୍ୟ ଦେଖିବାକୁ ମିଳିଛି। ଜ୍ୟୋତି ଓ ପ୍ରୟଙ୍କା ଏକ ହୋଟେଲ୍‌ରେ ରହିଥିଲେ। ହୋଟେଲ୍‌ରେ ଶୋଇ କଥାବାର୍ତ୍ତା ହେଉଥିବା ଏକ ଭିଡିଓ ସାମ୍ନାକୁ ଆସିଛି।

ଅନ୍ୟପକ୍ଷେ, ପାକ୍‌ ସ୍ପାଏ ଗିରଫ ଜ୍ୟୋତି ମାଲହୋତ୍ରାଙ୍କ ସହ ପୁରୀର ପ୍ରିୟଙ୍କା ସେନାପତିଙ୍କ ଲିଙ୍କ ପ୍ରସଙ୍ଗକୁ ନେଇ ବଡ଼ ଖବର ଦେଇଛନ୍ତି ପୁରୀ ଏସ୍‌ପି। ପୁରୀ ଏସ୍‌ପି କହିଛନ୍ତି, ତଦନ୍ତରେ ପ୍ରିୟଙ୍କା ପୂରା ସହଯୋଗ କରୁଛନ୍ତି।ଆମେ ଏଯାବତ କୌଣସି ସିଦ୍ଧାନ୍ତରେ ପହଞ୍ଚି ସାରିନୁ, ତଦନ୍ତ ଚାଲିଛି। ସବୁ ତଦନ୍ତ ଏଜେନ୍ସି ସହ ସମ୍ପର୍କରେ ରହିଛୁ, କୋପରେଶନ ଅଛି। ଜ୍ୟୋତି କେତେ ଥର ପୁରୀ ଆସିଥିଲେ, ତାହାର ମଧ୍ୟ ତଦନ୍ତ ଚାଲିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ଗଞ୍ଜେଇ ଜବତ, ଜଣେ ଗିରଫ

ମୋହନା, ୫ା୧୨(ମନ୍ମଥ ମିଶ୍ର): ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କୁ ମୋହନା ଅବକାରୀ ବିଭାଗ କର୍ମଚାରୀ ଗିରଫ କରି କୋର୍ଟଚାଲାଣ କରିଛନ୍ତି। ସେ...

ରୁଷିକୁଲ୍ୟା ମୁହାଁଣରୁ ୨ ଆନ୍ଧ୍ର ଟ୍ରଲର ଜବତ

ଗଞ୍ଜାମ,୫ା୧୨(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରୁଷିକୁଲ୍ୟା ମୁହାଁଣ ନୋ ଫିସିଙ୍ଗ ଜୋନ୍‌ରୁ ଆନ୍ଧ୍ର ପ୍ରଦେଶର ଦୁଇଟି ଟ୍ରଲରକୁ ଶୁକ୍ରବାର ବନ ବିଭାଗ ଜବତ କରି ମତ୍ସ୍ୟ...

ସୁରକ୍ଷାକର୍ମୀ-ମାଓବାଦୀ ଗୁଳି ବିନିମୟ, ବନ୍ଧୁକ ଜବତ

ବାଲିଗୁଡ଼ା,୫ା୧୨ (ସଞ୍ଜୟ କୁମାର ପାଣିଗ୍ରାହୀ): କିଛି ଦିନର ନୀରବତା ପରେ ପୁଣି କନ୍ଧମାଳ ଜିଲା ବେଲଘର-କୋଟଗଡ଼ ଥାନା ସୀମାନ୍ତରେ ମାଓ ଗତିବିଧି ଦେଖାଦେଇଛି। ଏସଓଜି ଏବଂ...

ପ୍ଲାଷ୍ଟିକର ବହୁଳ ବ୍ୟବହାର ଜୀବଜଗତ ପ୍ରତି ବିପଦ

ଦିଗପହଣ୍ଡି,୫ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ‘ଇକୋ’ କ୍ଲବ୍‌ ପକ୍ଷରୁ ଏକ...

୭ କୋଟି ଟଙ୍କାର ଗଞ୍ଜେଇ ଗଛ ନଷ୍ଟ କଲା ତୁମୁଡିବନ୍ଧ ପୋଲିସ

ତୁମୁଡିବନ୍ଧ,୫ା୧୨(ଦୀପକ କୁମାର ପରାସେଠ): କନ୍ଧମାଳ ଜିଲାରେ ନୀଳ ଜହର ଅପରେଶନ ଜୋରଦାର ଜାରି ରହିଥିବାବେଳେ ବେଆଇନ ଭାବେ କରାଯାଇଥିବା ୮ ଏକର ପରିମିତ ଜାଗାର ପ୍ରାୟ...

ଲାଗିଗଲା କାହା ନଜର: ଏକାବେଳକେ ଆଖି ବୁଜିଦେଲେ ସ୍ତ୍ରୀ- ସ୍ବାମୀ, ପେଟରୁ ମରିଗଲା…

ଦିଗପହଣ୍ଡି,୫।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ସାରେ ଏକ...

‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? ବିଧାନସଭାରେ କହିଦେଲେ ମନ୍ତ୍ରୀ

ଭୁବନେଶ୍ୱର,୫।୧୨: ‘ଓଡ଼ିଆ ଅସ୍ମିତା’ର ଅର୍ଥ କ’ଣ ? କଂଗ୍ରେସ ବିଧାୟକ ଦଳ ନେତାଙ୍କର ଏପରି ପ୍ରଶ୍ନର ଉତ୍ତର ରଖିଲେ ସଂସ୍କୃତି ମନ୍ତ୍ରୀ। ବିଧାନସଭାରେ ଓଡ଼ିଆ ଭାଷା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri