Posted inଜାତୀୟ

ହତ୍ୟା କରିବାର ଗୋଟିଏ ଦିନ ପୂର୍ବରୁ ମହିଳା ଡାକ୍ତରଙ୍କ ଉପରେ କେମିତି ନଜର ରଖୁଥିଲେ ଅଭିଯୁକ୍ତ ସଞ୍ଜୟ, ସିସିଟିଭି ଫୁଟେଜ ଖୋଲିଲା ବଡ଼ ରହସ୍ୟ

କୋଲକାତା,୨୩।୮: ଆରଜି ମେଡିକାଲ କଲେଜ ଏବଂ ହସ୍ପିଟାଲରେ ବଳାତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ସଞ୍ଜୟ ରୟଙ୍କ ଉପରେ ସିବିଆଇ କଡ଼ା ନର ରଖିଛି। ଏହାରି ଭିତରେ ସିସିଟିଭି ଫୁଟେଜ, ତାଙ୍କ ସ୍ବୀକାରୋକ୍ତି ଏବଂ ଫରେନସିକ ପ୍ରମାଣରୁ ଜଣାପଡିଛି ଯେ ଅପରାଧର ଗୋଟିଏ ଦିନ ପୂର୍ବରୁ ସେ ଲେଡି ଡାକ୍ତରଙ୍କ ଉପରେ ନଜର ରଖିଥିଲେ। କୋଲକାତା ପୋଲିସର ପଚରାଉଚରାବେଳେ ଅଭିଯୁକ୍ତ ସଞ୍ଜୟ ରୟ ସ୍ବୀକାର କରିଛନ୍ତି ଯେ ଅପରାଧର ଗୋଟିଏ ଦିନ ପୂର୍ବରୁ ସେ ଅଗଷ୍ଟ ୮ରେ ଚେଷ୍ଟ ମେଡିସିନ ୱାର୍ଡରେ ପୀଡିତାଙ୍କୁ ଦେଖୁଥିଲେ। ୱାର୍ଡର ସିସିଟିଭି ଫୁଟେଜରେ ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ରୟଙ୍କୁ ହସ୍ପିଟାଲରେ ସହଜରେ ଏଣ୍ଟ୍ରି ମିଳି ଯାଇଥିଲା।

ୱାର୍ଡରେ ପୀଡିତା ଏବଂ ଅନ୍ୟ ଚାରିଜଣ ଜୁନିୟର ଡାକ୍ତର ଉପସ୍ଥିତ ଥିବା ସମୟରେ ସଞ୍ଜୟ ରୟ ପ୍ରାୟ ୧୧ଟା ସମୟରେ ୱାର୍ଡରେ ଥିଲେ। ରୟ ସିସିଟିଭି ଫୁଟେଜରେ ଡାକ୍ତରଙ୍କ ଆଡକୁ ଚାହିଁ ରହିଥିେଲେ। ପୀଡିତା ଅଗଷ୍ଟ ୯ରେ ରାତି ପ୍ରାୟ ୧ ଟା ସମୟରେ ସେମିନାର ହଲରେ ପ୍ରବେଶ କରିଥିଲେ। ସୂଚନାନୁସାରେ, ସେ ଶେଷ ଥର ପାଇଁ ୨.୩୦ ସମୟରେ ଜଣେ ଜୁନିୟର ଡାକ୍ତରଙ୍କ ସହ ସେମିନାର ହଲରେ କଥା ହୋଇଥିବାର ସିସିଟିଭି ଫୁଟେଜ ମିଳିଛି। କଥାବର୍ତ୍ତା ପରେ ସେ ଶୋଇବାକୁ ଯାଇଥିଲେ।

ଏହା ପରେ ଅଭିଯୁକ୍ତ ସଞ୍ଜୟ ରୟ ଭୋର ୪ଟାରେ ଡାକ୍ତରଖାନାରେ ଏଣ୍ଟ୍ରି କରୁଥିବା ସିସିଟିଭିରେ କଏଦ କରାଯାଇଛି। ସିବିଆଇ ସନ୍ଦେହ କରୁଛି ଯେ, ଏହି ସମୟରେ ଘଟଣା ଘଟି ଥାଇପାରେ। ଏଜେନ୍ସିର ରିପୋର୍ଟନୁସାରେ ରୟ ଜଣେ ଯୌନ ପିପାସୁ। ଯିଏ ପଚରାଉଚରା ସମୟରେ କୌଣସି ଅନୁତାପ ପ୍ରଦର୍ଶନ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକାଶ ପାଇଲା ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬: ବରଗଡ଼ ଜିଲାରେ ୧୧.୧୧ ଲକ୍ଷ ଭୋଟର

ବରଗଡ,୨୧।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସଭାଗୃହଠାରେ ସୋମବାର ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସଆଇଆର) ପ୍ରକ୍ରିୟା ଅନ୍ତର୍ଗତ ଚୂଡ଼ାନ୍ତ ଭୋଟର ତାଲିକା-୨୦୨୬ ଆନୁଷ୍ଠାନିକ ଭାବେ…

ଫୁଟ୍‌ବଲ ମ୍ୟାଚ୍‌ ଦେଖି ଫେରୁଥିଲେ ୨ ଯୁବକ, ଧକ୍କା ଦେଲା ଅଜଣା ଗାଡ଼ି: ଘଟଣାସ୍ଥଳରେ…

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶୁଳିଆପଦା ବ୍ଲକ କାଳିଆଶୋଳ ନିକଟରେ ସୋମବାର ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି ଏକ ଅଜଣା ଗାଡ଼ି ଧକ୍କା…

ପୋଖରୀକୁ ଗାଧୋଇବାକୁ ଯାଇଥିଲେ ନିହାରିକା, ଖସିଗଲା ଗୋଡ଼: ଆଉ ତା’ପରେ…

ଲାଞ୍ଜିଗଡ,୨୧।୯(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜି ପଞ୍ଚାୟତ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ସିନ୍ଧିପଦର ଗ୍ରାମର ଜଣେ ନାବାଳିକାର ପାଣିରେ ବୁଡି ମୃତ୍ୟୁ ଘଟିଛି…

ବହୁମୁଖୀ ଭବନ ଲୋକାର୍ପଣ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର: ବାଣ୍ଟିଲେ ଭତ୍ତା

ଦିଗପହଣ୍ଡି, ୨୧।୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ଅଞ୍ଚଳରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ ଅନୁଷ୍ଠିତ ହୋଇଛି। ସୋମବାର ଦିଗପହଣ୍ଡି…

ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ ହେଲେ ଆଦିତ୍ୟ: ଖେଳିଗଲା ଖୁସିର ଲହରୀ

ଗୁଡାରି, ୨୧/୯ (ପ୍ରମୋଦ କୁମାର ପତି): ସ୍ଥାନୀୟ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସପ୍ତମ ଶ୍ରେଣୀ ଛାତ୍ର ଆଦିତ୍ୟ ନାରାୟଣ ଗୌଡ଼ ରାଜ୍ୟସ୍ତରୀୟ ବକ୍ତୃତା ପ୍ରତିଯୋଗିତା ପାଇଁ ମନୋନୀତ…

ମଙ୍ଗଳବାର ସୁଦ୍ଧା ଗଭୀର ଅବପାତ: ଘଣ୍ଟା ପ୍ରତି ଏତିକି କି.ମି. ବେଗରେ ପବନ, ୨୪ ଘଣ୍ଟାରେ… 

ଭୁବନେଶ୍ୱର, ୨୧।୯(ବନ୍ଦନା ସେଠୀ): ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଥିବା ଲଘୁଚାପ ଆହୁରି ଘନୀଭୂତ ହୋଇ ସୋମବାର ସକାଳ ୮ଟା ୩୦ରେ ପଶ୍ଚିମ-କେନ୍ଦ୍ରୀୟ ଓ ସଂଲଗ୍ନ ପୂର୍ବ-କେନ୍ଦ୍ରୀୟ…

ବାପାଙ୍କୁ ପିଟିପିଟି ମାରିଲେ ପୁଅ: ଘରୋଇ ଝଗଡା ହେଲା କାଳ

ବାରିପଦା,୨୧।୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ବାଙ୍ଗିରିପୋଷି ଥାନା ଅଧିନ ବ୍ରାହ୍ମଣଗାଁ ଗ୍ରାମପଞ୍ଚାୟତ ତାଳବନ୍ଦ ବୁରୁଡି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଘରୋଇ କଳିକୁ ନେଇ…

ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?