କିପରି ରୋକାଯାଇ ପାରିବ ଦୁର୍ଘଟଣା: ସବୁଠୁ ଅଧିକ ଶିକାର ହେଉଛନ୍ତି…

ପୁରୁଷୋତ୍ତମପୁର,୨୧।୧(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପରିବହନ ବିଭାଗ ପକ୍ଷରୁ ପୁରୁଷୋତ୍ତମପୁର ତାରାତାରିଣୀ କଲେଜପରିଷରରେ ଶଡ଼କସୁରକ୍ଷା ସଚ୍ଚେତନତା କାର୍ଯ୍ୟକ୍ରମ ଏମ୍‌ଭିଆଇ ରବିନ୍ଦ୍ରନାଥ ଯେନାଙ୍କ ସଂଯୋଜନାରେ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ କଲେଜ ଅଧକ୍ଷ ଡ. ସୁରେନ୍ଦ୍ରନାଥ ପଣ୍ଡା ପୌରହିତ୍ୟ କରିଥିବାବେଳେ ସମ୍ମାନିତଅତିଥି ଭାବେ ଅଧ୍ୟାପକ ଡ.ରମେଶଚନ୍ଦ୍ର ସେନାପତି,ନାଇଡୁ ମୋହନ, ଅଧ୍ୟାପିକା ଡ. ସନ୍ଧ୍ୟାରାଣୀ ପାତ୍ର, ମିନାକ୍ଷୀ ଦାଶ, କନକେଶ୍ବରୀ ବସ୍‌ ମାଲିକସଂଘ ଲିଗାଲ ଆଡଭାଇଜର ସିମାଞ୍ଚଳ ମିଶ୍ର, ସଭାପତି ସନ୍ତୋଷକୁମାର ପତି, ସମ୍ପାଦକ ଶରତଚନ୍ଦ୍ର ସାହୁ, କୋଷାଧ୍ୟକ୍ଷ ସୁଦର୍ଶନ ପ୍ରଧାନ ଯୋଗଦେଇଥିଲେ। ଏହି ଅବସରରରେ ଏମ୍‌ଭିଆଇ ରବିନ୍ଦ୍ରନାଥ ଯେନା ଶଡକ ଦୁର୍ଘଟଣା କାରଣରୁ ଅକାଳରେ ଧନଜୀବନ ହାନିଘଟୁଛି। ବିଶେସକରି ଏଥିରେ ଯୁବବର୍ଗ ବହୁଳମାତ୍ରାରେ ଶିକାର ହେବାରେ ଲାଗିଛନ୍ତି । ଏଣୁ କିପରି ଏହି ଦୁର୍ଘଟଣାକୁ ରୋକାଯାଇ ଧନଜୀବନକୁ ସୁରକ୍ଷିତ କରାଯାଇପାରିବ ସେଥିନେଇ ସଚ୍ଚେତନତାମାନ କରିବାସହ ମୋଟରଯାନ ଆଇନମାନ ସମ୍ପର୍କରେ ବୁଝାଇ ଛାତ୍ରୀଛାତ୍ରମାନଙ୍କୁ ସଚ୍ଚେତନତା କରିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରମାନେ ଶୋଭାଯାତ୍ରାରେ ସହରପରିକ୍ରମାକରି ପଥପ୍ରାନ୍ତ ନାଟକ ମଧ୍ୟରେ ଜନସଚ୍ଚେତନତା କରିଥିଲେ। ଏହାକୁ ପୁରୁଷୋତ୍ତମପୁର ବସ୍‌ମାଲିକ ସଂଘ ଓ ଅଟୋଚାଳକ ସଂଘର ସଭ୍ୟମାନେ ପରିଚାଳନା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗର ବିଧାୟକଙ୍କ ପିତୃ ବିୟୋଗ, ଅଞ୍ଚଳରେ ଖବର ପ୍ରଚାରିତ ପରେ…

ଭଞ୍ଜନଗର,୧ା୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ପିତା ଶ୍ୟାମଘନ ନାୟକ ( ୯୬) ରବିବାର ଅପରାହ୍ନରେ ବିଧାୟକଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ…

ପଞ୍ଚମ ଶ୍ରେଣୀ ଛାତ୍ରଙ୍କୁ ସହପାଠୀଙ୍କ ଆକ୍ରମଣ, ମୁହଁକୁ ମାଡ଼ ମାରି ଆଖି ଫୁଟାଇଦେଲେ

ଲକ୍ଷ୍ନୌ,୧।୨: ଉତ୍ତର ପ୍ରଦେଶର ଲକ୍ଷ୍ନୌରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି । ଜଣେ ପଞ୍ଚମ ଶ୍ରେଣୀ ଛାତ୍ରକୁ ତାଙ୍କ ଶ୍ରେଣୀର ଅନ୍ୟ ଏକ ଛାତ୍ର ଏବଂ…

Budget 2026: ଓଡ଼ିଶାରେ ଜାତୀୟ ଜଳମାର୍ଗ-୫ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିଛନ୍ତି। ଆର୍ଥିକ ବର୍ଷର ବଜେଟ୍ ଉପସ୍ଥାପନ କରି ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି।…

ଶସ୍ତା ହୋଇଗଲା ସୁନା-ରୂପା, ବଜେଟ ପରେ ଏତେ ଖସିଗଲା ଦର ଖୁସିରେ ନାଚି ଉଠିବେ ଆପଣ!

ନୂଆଦିଲ୍ଲୀ,୧।୨: ବଜେଟ ଦିନ ଦେଶର ଧ୍ୟାନ ସଂସଦ ଉପରେ କେନ୍ଦ୍ରିତ ଥିବା ବେଳେ, ସାମଗ୍ରୀ ବଜାର ଅସ୍ଥିରତା ମଧ୍ୟରେ ଥିଲା। ଲଗାତାର ଦ୍ୱିତୀୟ ଦିନ ପାଇଁ ସୁନା…

Budget 2026: ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରଙ୍କ ପାଇଁ ବଡ଼ ଉପହାର, ଟ୍ୟାକ୍ସ ହ୍ରାସ…

ନୂଆଦିଲ୍ଲୀ,୧।୨: ବଜେଟ୍ ଉପସ୍ଥାପନ କରିବା ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଏକ ବଡ଼ ଘୋଷଣା କରିଛନ୍ତି । ସେ ବିଦେଶୀ ଶିକ୍ଷା ଉପରେ ଟିକସରେ ଗୁରୁତ୍ୱପୂର୍ଣ୍ଣ ରିହାତି…

ଦୁର୍ଘଟଣା ହୋଇଛି ପାଣି ଦିଅ କହି ଘରେ ପଶିଲେ, ବନ୍ଧୁକ ଭୁଜାଲି ବେକରେ ଲଗାଇ ଲୁଟିନେଲେ ସର୍ବସ୍ବ

ପାଟଣା,୧ା୨(ବୀର କିଶୋର ଦାଶ): ଦୁର୍ଘଟଣା ହୋଇଛି ପାଣି ଦିଅ କହି ପ୍ରଥମେ ଘରର ରୋଷେୟାକୁ ମାଡ଼ ମାରିବା ସହ ବାନ୍ଧି ପକାଇବା ପରେ ଉପର ମହଲାକୁ ଯାଇ…

Budget 2026: ଲଗାତାର ୯ମ ଥର ବଜେଟ୍ ଆଗତ କରି ରେକର୍ଡ କଲେ ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୧।୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରି ଏକ ନୂତନ ଇତିହାସ ରଚିଛନ୍ତି। ସେ ଭାରତର ପ୍ରଥମ ଅର୍ଥମନ୍ତ୍ରୀ…

ଏକାଗ୍ର ମନ, ତୀକ୍ଷ୍ଣ ଦୃଷ୍ଟି: ବଜେଟ ଭାଷଣ ସମୟରେ ଏମିତି ଟେବୁଲ ବାଡେଇଲେ ମୋଦି, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧।୨: ସଂସଦୀୟ କାର୍ଯ୍ୟକାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପସ୍ଥିତି ସର୍ବଦା ପ୍ରଭାବଶାଳୀ, କିନ୍ତୁ ବଜେଟ ଦିବସରେ ତାଙ୍କର ଗମ୍ଭୀରତା ଏକ ଭିନ୍ନ ସ୍ତରକୁ ପହଞ୍ଚେ। ଅର୍ଥମନ୍ତ୍ରୀ ନିର୍ମଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri