ଭୁବନେଶ୍ୱରରେ ୧୦ଲକ୍ଷରେ ମିଳିବ ଘର: ଜାଣନ୍ତୁ କେମିତି….

ଭୁବନେଶ୍ୱର, ୨୮ା୫ (ରବିନାରାୟଣ ଜେନା):ରାଜଧାନୀ ଭୁବନେଶ୍ୱରରେ ଏବେ ଜମି ଅମୂଲ ମୂଲ। ଏଠାରେ ଜମି କିଣି ଘର ତିିଆରି କରିବା ପାଇଁ ବିପୁଳ ଅର୍ଥ ଆବଶ୍ୟକ, ଯାହା ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଏବଂ ଗରିବଙ୍କ ପାଇଁ ସ୍ବପ୍ନ ହୋଇଯାଇଛି। ସେହିପରି ଆପାର୍ଟମେଣ୍ଟର ଗୋଟିଏ ଫ୍ଲାଟ୍‌ ମୂଲ୍ୟ କୋଟିଏ ଛୁଇଁଲାଣି। ଏହାକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଲୋକଙ୍କୁ କମ୍‌ ମୂଲ୍ୟରେ ଘର ଯୋଗାଇବା ପାଇଁ ନଗର ଉନ୍ନୟନ ବିଭାଗ ଗୁରୁତ୍ୱ ଦେଉଛି। ତଦନୁଯାୟୀ ସର୍ବନିମ୍ନ ୧୦ ଲକ୍ଷ ଟଙ୍କାରେ ଲୋକଙ୍କୁ ଘର ଖଣ୍ଡିଏ ଯୋଗାଇଦେବାକୁ ପ୍ରକ୍ରିୟା ଆରମ୍ଭ ହୋଇଛି। ୧ କୋଟି ଟଙ୍କା ପର୍ଯ୍ୟନ୍ତ ବିଭିନ୍ନ ବର୍ଗର ଘର ଉପଲବ୍ଧ ରହିବ, ଯାହାକୁ ଲୋକେ ସାମର୍ଥ୍ୟ ଅନୁଯାୟୀ କିଣିପାରିବେ। ଏନେଇ ନିକଟରେ ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢ଼ୀଙ୍କ ଅଧ୍ୟକ୍ଷତାରେ ପ୍ରାଥମିକ ପର୍ଯ୍ୟାୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି।
ବୈଠକର ସୂଚନା ଅନୁଯାୟୀ, ରାଜ୍ୟର ବହୁ ଲୋକଙ୍କ ଇଚ୍ଛା ରାଜଧାନୀରେ ଘର ଖଣ୍ଡିଏ ପାଇବା। କମ୍‌ ମୂଲ୍ୟରେ କିଭଳି ଘର ପାଇବେ ସେଥିପାଇଁ ସରକାରଙ୍କ ପକ୍ଷରୁ ଉତ୍କଳ ହସ୍ପିଟାଲ ନିକଟସ୍ଥ ଅଞ୍ଚଳରେ ନିଜସ୍ବ ପ୍ରକଳ୍ପ କରାଯିବ। ଏହାସହିତ କେତେକ ଆବାସ ନିର୍ମାଣକାରୀ ସଂସ୍ଥା ସହିତ ମିଶି ସରକାରଙ୍କ ପକ୍ଷରୁ ପ୍ରକଳ୍ପ ନିର୍ମାଣ କରାଯିବାକୁ ଯୋଜନା ରହିଛି, ଯେଉଁଥିରେ ସରକାରୀ ଘରୋଇ ସହଭାଗିତା (ପିପିପି) ମୋଡ୍‌ରେ ୬୦:୪୦ ପ୍ରତିଶତରେ ପ୍ରକଳ୍ପ ନିର୍ମାଣ କରାଯିବ। ଏହାଦ୍ୱାରା ପର୍ଯ୍ୟାୟକ୍ରମେ ରାଜଧାନୀରେ ରହିବାକୁ ଚାହୁଁଥିବା ନିମ୍ନ ଆୟକାରୀ ଲୋକଙ୍କ ଆଶା ପୂରଣ ହୋଇପାରିବ।
ଏହି ପରିପ୍ରେକ୍ଷୀରେ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଭାଗୀୟ ଅତିରିକ୍ତ ସଚିବ ଦେବାଶିଷ ସିଂହ ଏବଂ ଅର୍ଥପରାମର୍ଶଦାତା ଶିଖା ବିଶାଳ ଫିଲିପାଇନ୍ସର ମାନିଲା ଗସ୍ତ କରିଛନ୍ତି । ସେଠାରେ ‘ଆଫୋଡେବୁଲ ହାଉସ’ ପ୍ରକଳ୍ପ ଉପରେ ବିସ୍ତୃତ ଆଲୋଚନା କରାଯିବାକୁ ରହିଛି। ମାନିଲାରେ ମେ ୨୭ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେଉଥିବା ସେମିନାରରେ କିଭଳି ସହରାଞ୍ଚଳବାସୀଙ୍କୁ ‘ଆଫୋଡେବୁଲ ହାଉସ’ ଯୋଗାଇବାରେ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଛିି ତା’ ଉପରେ ତଥ୍ୟ ଉପସ୍ଥାପନ କରାଯିବ। ଏହାସହିତ ସେଠାରେ ଯଦି କୌଣସି ଭଲ ପ୍ରକଳ୍ପ ଉପରେ ଆଲୋଚନା ହେବ ତା’ ଉପରେ ପରବର୍ତ୍ତୀ ପର୍ଯ୍ୟାୟରେ ରାଜ୍ୟ ସରକାର ଗୁରୁତ୍ୱ ଦେବେ ବୋଲି ଦେବାଶିଷ ସିଂହ କହିଛନ୍ତି।
ଏହି ପରିପ୍ରେକ୍ଷୀରେ ନଗର ଉନ୍ନୟନ ବିଭାଗ ସ୍ବତନ୍ତ୍ର ସଚିବ ଗଙ୍ଗାଧର ନାୟକ କହିଛନ୍ତି ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ଏବଂ ଏହାର ଆଖପାଖ ଅଞ୍ଚଳରେ ବିଭିନ୍ନ ସ୍ଥାନରେ କମ୍‌ ମୂଲ୍ୟର ଆବାସ ପ୍ରକଳ୍ପ କରିବା ପାଇଁ ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଉତ୍କଳ ହସ୍ପିଟାଲ ପାଖରେ ସରକାରଙ୍କ ପକ୍ଷରୁ ଏବଂ ଉତ୍କଳ ହାଇଟ୍ସ ନିକଟରେ ଏକ ଘରୋଇ ପ୍ରକଳ୍ପ ସହାୟତାରେ ୧୦ଲକ୍ଷରୁ ୧୧ଲକ୍ଷ ଟଙ୍କା ମଧ୍ୟରେ ଗରିବ ଶ୍ରେଣୀର ଲୋକଙ୍କୁ ଘର ଯୋଗାଇବାକୁ ଯୋଜନା ରହିଛି। ଏହାପରେ ଆଉ ୨ଟି ଆବାସ ପ୍ରକଳ୍ପ ନିର୍ମାଣ କରାଯିବ। ମାତ୍ର ଏହା ଉପରେ ବିଶେଷ ତଥ୍ୟ ଦେଲେ ସ୍ଥାନୀୟ ଅଞ୍ଚଳରେ ଜମିର ଦର ବୃଦ୍ଧିହେବା ସମ୍ଭାବନା ଥିବାରୁ ଏହାର ତଥ୍ୟ ସରକାରଙ୍କ ପକ୍ଷରୁ ପରେ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?