ବଡ଼ବିଲ,୧୦।୧୧: କେନ୍ଦୁଝର ଜିଲା ବଡ଼ବିଲରେ ବୁଲିଲା ବୁଲ୍ଡୋଜର। ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଥିବା ୪ ଅଭିଯୁକ୍ତଙ୍କ ଘରକୁ ବୁଲ୍ଡୋଜର ଲଗାଇ ଭାଙ୍ଗି ମାଟିରେ ମିଶାଇ ଦିଆଯାଇଛି।
ଶାନ୍ତି ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଘଟଣାସ୍ଥଳରେ ୩ ପ୍ଲାଟୁନ ପୋଲିସ ଫୋର୍ସ ମୃତୟନ କରାଯାଇଥିଲା। ଏପରିକି ପ୍ରଶାସନିକ ଅଧିକାରୀଙ୍କ ଉପସ୍ଥିତିରେ ଘର ଭାଙ୍ଗି ଯାଇଛି। ସୂଚନା ଯୋଗ୍ୟ, ୪ ଅଭିଯୁକ୍ତ ବିଭିନ୍ନ ଅପରାଧରେ ସାମିଲ ଥିବାରୁ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।