ବିନା ଅଟକଳ ମୂଲ୍ୟରେ ଚାଲିଛି ଗୃହ ନିର୍ମାଣ କାମ : ଏବେ ଅସାମାଜିକ ଲୋକଙ୍କ ପାଲଟିଛି ଆଡାସ୍ଥଳୀ

ଲାଞ୍ଜିଗଡ଼,୨୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ନିର୍ମାଣଧୀନ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ବର୍ଷେ ହେଲା କାମ ବନ୍ଦ ଥିବାବେଳେ ବର୍ତ୍ତମାନ ସେଇ ଜାଗା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି I ଲାଞ୍ଜିଗଡ଼ ପଞ୍ଚାୟତ ୧୯୫୭ରେ ଆରମ୍ଭ ହୋଇଥିବା ବେଳେ ନିଜସ୍ବ ପଞ୍ଚାୟତ ଗୃହ ନ ଥିଲା। ଅସ୍ଥାୟୀ ଭାବେ ଏକ ଭଡାଘର ନେଇ ପଞ୍ଚାୟତ କାର୍ଯ୍ୟାଳୟ ଚାଲି ଆସୁଥିଲା। ଏନେଇ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ୬୮ ବର୍ଷ ପରେ ପଞ୍ଚାୟତର ନିଜସ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ୧ ବର୍ଷ ହେଲା ବନ୍ଦ ପଡିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଅଫିସ କାମ ସମେତ ହିତାଧିକାରୀମାନେ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି।

ସୂଚନା ଅନୁସାରେ, ୧୯୫୬ ମସିହା ଜୁନ ୩୦ ତାରିଖରେ ଏହି ପଞ୍ଚାୟତ କାର୍ଯ୍ୟାଳୟକୁ ଲାଞ୍ଜିଗଡବାସୀ ଲାଞ୍ଜିଗଡ଼ ସମବାୟ ସମିତିର ଏକ ଘର ଭଡାରେ ନେଇ ଅସ୍ଥାୟୀ ରୂପେ ପଞ୍ଚାୟତ କାର୍ଯ୍ୟ କରି ଆସୁଥିଲେ। ଏହି ୬୮ ବର୍ଷ ମଧ୍ୟରେ ୨୫ ଗୋଟି ସରପଞ୍ଚ ନିଜ ନିଜ କାର୍ଯ୍ୟ ତୁଲାଇ ସାରିଲେଣି। କିନ୍ତୁ ଲାଞ୍ଜିଗଡବାସୀ ସ୍ଥାୟୀ ଗୃହ ନିର୍ମାଣ ପାଇଁ ବାରମ୍ବାର ବ୍ଳକ ତଥା ଜିଲା ପ୍ରଶାସନ ସ୍ତରରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା। ରାଜ୍ୟ ସରକାର ଜିଲାର ବିଭିନ୍ନ ସ୍ଥାନରେ ପଞ୍ଚାୟତ ଅଫିସ ପାଇଁ ନୂତନ କୋଠା ନିର୍ମାଣ କରୁଥିଲେ ମଧ୍ୟ ଲାଞ୍ଜିଗ ପ୍ରତି ଅଣଦେଖା କରୁଛନ୍ତି ବୋଲି ଲୋକେ ନାପସନ୍ଦ କରିଥିଲେ। ନିଜସ୍ବ କାର୍ଯ୍ୟାଳୟ ନଥିବା ଯୋଗୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା। ଏଣୁ ରାଜାରାଜୁଡା ଅମଳରୁ ଭଙ୍ଗା ଦଦରା ଭଡା ଘରେ ଚାଲିଥିବା ପଞ୍ଚାୟତ କାର୍ଯ୍ୟାଳୟରେ ରେକର୍ଡ ପତ୍ର ସୁରକ୍ଷିତ ନ ଥିବାବେଳେ ଅତିଶୀଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଅଭିଯୋଗ କରିଥିଲେ।
ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ୬୮ ବର୍ଷ ପରେ ୨୦୨୪ ମାର୍ଚ୍ଚ ୧୧ ତାରିଖରେ ନିଜସ୍ବ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଲାଞ୍ଜିଗଡ଼ ସାପ୍ତାହିକ ହାଟ ପ୍ରାଙ୍ଗଣରେ ନୂତନ ଗୃହ ପାଇଁ ଭୂମି ପୂଜନ ହୋଇଥିଲା। ଏହାପରେ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ମନ୍ଥର ଗତିରେ କାମ ଚାଲିଥିବା ବେଳେ ନିମ୍ନମାନର ଦେଉଥିବା ଲୋକେ ଅଭିଯୋଗ କରିଥିଲେ। ସୂଚନା ଫଳକ ନଥିବା ଯୋଗୁ କେତେ ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ହେଉଛି ଓ ଏହାର ସମୟସୀମା କେତେଦିନ ରହିଛି ବୋଲି ଲୋକେ ବାରମ୍ବାର ପଚାରିଥିଲେ ମଧ୍ୟ ତାହାର ଉତ୍ତର ମିଳି ନ ଥିଲା। ଏହା ବ୍ୟତୀତ ତଦାରଖ ଦାୟିତ୍ୱରେ ଥିବା ବ୍ଳକ କନିଷ୍ଠ ଯନ୍ତ୍ରୀର ଅନୁପସ୍ଥିତି ଯୋଗୁ ଲାଞ୍ଜିଗଡ଼ବାସୀ ବ୍ଳକ ପ୍ରଶାସନ ନିକଟରେ କାମ ଭଲଭାବରେ ଓ ଶୀଘ୍ର କରିବା ପାଇଁ ଦାବି କରିଥିଲେ। କିନ୍ତୁ ଆରମ୍ଭ ହୋଇ ମାତ୍ର ୫/୬ ମାସ କାମ ପରେ ଆଜିକୁ ୧ ବର୍ଷ ହେଲା ବନ୍ଦ ଗୃହ ନିର୍ମାଣ କାମ ପଡିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ନିର୍ମାଣଧିନ ଅଧପନ୍ତରିଆ କୋଠାରେ ଦିନ ରାତି ମଦୁଆ ଓ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଛି। ଅନ୍ୟପକ୍ଷରେ ନିଜସ ପଞ୍ଚାୟତ ଗୃହ ନଥିବା ଯୋଗୁ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟରେ ବାଧ୍ୟ ସୃଷ୍ଟି ହେଉଥିବା ବେଳେ ପଞ୍ଚାୟତ ଅଧୀନରେ ଥିବା ୭ ଗୋଟି ଗ୍ରାମର ୬ ହଜାରରୁ ଉଦ୍ଧର୍‌ବ ହିତାଧିକାରୀ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଏ ନେଇ ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କୁ ପଚାରିବାରୁ ପଞ୍ଚାୟତର ପାଣ୍ଠି ନ ଥିବା ଯୋଗୁ କାମ ବନ୍ଦ ଅଛି ତେଣୁ ପ୍ରଶାସନକୁ ପାଣ୍ଠି ପାଇଁ ଆବେଦନ କରାଯାଇଛି ପାଣ୍ଠି ଆସିଲେ କାମ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତିI

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

T20 World Cup ପାଇଁ ଆରମ୍ଭ ହେଲା କାଉଣ୍ଟ ଡାଉନ, ICC ରିଲିଜ କଲା Anthem song

ନୂଆଦିଲ୍ଲୀ,୩୧।୧: ICC ପୁରୁଷ T20 ବିଶ୍ୱକପ 2026 ଫେବୃଆରୀ ୭ରେ ଆରମ୍ଭ ହେବ। ଶ୍ରୀଲଙ୍କା ଭାରତ ସହିତ ଏହି ଟୁର୍ଣ୍ଣାମେଣ୍ଟର ସହ-ଆୟୋଜନ କରୁଛି। ମୋଟ ୨୦ଟି ଦଳ…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ଦଶନ୍ଧିରେ ସର୍ବାଧିକ ଖସିଲା ରୁପା ଦର, ସୁନା ଦରରେ ବି ଲାଗିଲା ବ୍ରେକ୍‌, ସିଧା ୮୦୦୦ କମିଲା…

ଭୁବନେଶ୍ୱର,୩୧।୧: ସୁନା ଦରରେ ଲାଗିଲା ବ୍ରେକ୍‌। ଆଜି ପୁଣି କମିଲା ସୁନା ରୁପା ଦର। ୨୪ କ୍ୟାରେଟ ସୁନା ଦର ୮ହଜାର ୬୨୦ ଟଙ୍କା ହ୍ରାସ ପାଇଛି…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ସ୍ବାମୀଙ୍କ ଥଟ୍ଟାକୁ ସହିପାରିଲେନି ମଡେଲ ସ୍ତ୍ରୀ, ‘ମାଙ୍କଡ’ କହିଦେଲେ ବୋଲି…

ନୂଆଦିଲ୍ଲୀ,୩୧।୧: ମଜା କରିବା ଏକ ସୁଖୀ ପରିବାର ପାଇଁ ମହଙ୍ଗା ପଡିଲା। ସ୍ବାମୀ ତାଙ୍କ ସ୍ତ୍ରୀଙ୍କୁ ‘ମାଙ୍କଡ’ କହିଦେଲେ ବୋଲି ଆତ୍ମହତ୍ୟା କରିଦେଲେ ସ୍ତ୍ରୀ। ଏଭଳି ଘଟଣା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

ବ୍ରିଜ୍‌ ତଳ ନାଳରୁ ମିଳିଲା ୨ ବର୍ଷ ଶିଶୁପୁତ୍ରର ମୃତଦେହ: କୁକୁର ସହିତ ଖେଳୁଖେଳୁ…

ପରଜଙ୍ଗ,୩୧।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ବ୍ଲକ କାମାକ୍ଷାନଗର ଥାନା ସିଆରିମାଳିଆ ଗାଁ ଓଭରବ୍ରିଜ୍‌ ତଳ ନାଳରୁ ଜଣେ ୨ ବର୍ଷ ଶିଶୁ ପୁତ୍ରର ମୃତଦେହ ଉଦ୍ଧାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri