ବିନା ଅଟକଳ ମୂଲ୍ୟରେ ଚାଲିଛି ଗୃହ ନିର୍ମାଣ କାମ : ଏବେ ଅସାମାଜିକ ଲୋକଙ୍କ ପାଲଟିଛି ଆଡାସ୍ଥଳୀ

ଲାଞ୍ଜିଗଡ଼,୨୪।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଞ୍ଜିଗଡ ଠାରେ ନିର୍ମାଣଧୀନ ନୂତନ ପଞ୍ଚାୟତ କାର୍ଯ୍ୟାଳୟ ବର୍ଷେ ହେଲା କାମ ବନ୍ଦ ଥିବାବେଳେ ବର୍ତ୍ତମାନ ସେଇ ଜାଗା ଅସାମାଜିକ ଲୋକଙ୍କ ଆଡ୍ଡାସ୍ଥଳୀ ପାଲଟିଛି I ଲାଞ୍ଜିଗଡ଼ ପଞ୍ଚାୟତ ୧୯୫୭ରେ ଆରମ୍ଭ ହୋଇଥିବା ବେଳେ ନିଜସ୍ବ ପଞ୍ଚାୟତ ଗୃହ ନ ଥିଲା। ଅସ୍ଥାୟୀ ଭାବେ ଏକ ଭଡାଘର ନେଇ ପଞ୍ଚାୟତ କାର୍ଯ୍ୟାଳୟ ଚାଲି ଆସୁଥିଲା। ଏନେଇ ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ୬୮ ବର୍ଷ ପରେ ପଞ୍ଚାୟତର ନିଜସ ଗୃହ ନିର୍ମାଣ ଆରମ୍ଭ ହୋଇଥିଲା। କିନ୍ତୁ ୧ ବର୍ଷ ହେଲା ବନ୍ଦ ପଡିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ଅଫିସ କାମ ସମେତ ହିତାଧିକାରୀମାନେ ନାହିଁନଥିବା ଅସୁବିଧାର ସମୁଖୀନ ହେଉଛନ୍ତି।

ସୂଚନା ଅନୁସାରେ, ୧୯୫୬ ମସିହା ଜୁନ ୩୦ ତାରିଖରେ ଏହି ପଞ୍ଚାୟତ କାର୍ଯ୍ୟାଳୟକୁ ଲାଞ୍ଜିଗଡବାସୀ ଲାଞ୍ଜିଗଡ଼ ସମବାୟ ସମିତିର ଏକ ଘର ଭଡାରେ ନେଇ ଅସ୍ଥାୟୀ ରୂପେ ପଞ୍ଚାୟତ କାର୍ଯ୍ୟ କରି ଆସୁଥିଲେ। ଏହି ୬୮ ବର୍ଷ ମଧ୍ୟରେ ୨୫ ଗୋଟି ସରପଞ୍ଚ ନିଜ ନିଜ କାର୍ଯ୍ୟ ତୁଲାଇ ସାରିଲେଣି। କିନ୍ତୁ ଲାଞ୍ଜିଗଡବାସୀ ସ୍ଥାୟୀ ଗୃହ ନିର୍ମାଣ ପାଇଁ ବାରମ୍ବାର ବ୍ଳକ ତଥା ଜିଲା ପ୍ରଶାସନ ସ୍ତରରେ ଅଭିଯୋଗ କରିଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳୁ ନ ଥିଲା। ରାଜ୍ୟ ସରକାର ଜିଲାର ବିଭିନ୍ନ ସ୍ଥାନରେ ପଞ୍ଚାୟତ ଅଫିସ ପାଇଁ ନୂତନ କୋଠା ନିର୍ମାଣ କରୁଥିଲେ ମଧ୍ୟ ଲାଞ୍ଜିଗ ପ୍ରତି ଅଣଦେଖା କରୁଛନ୍ତି ବୋଲି ଲୋକେ ନାପସନ୍ଦ କରିଥିଲେ। ନିଜସ୍ବ କାର୍ଯ୍ୟାଳୟ ନଥିବା ଯୋଗୁ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଥିଲା। ଏଣୁ ରାଜାରାଜୁଡା ଅମଳରୁ ଭଙ୍ଗା ଦଦରା ଭଡା ଘରେ ଚାଲିଥିବା ପଞ୍ଚାୟତ କାର୍ଯ୍ୟାଳୟରେ ରେକର୍ଡ ପତ୍ର ସୁରକ୍ଷିତ ନ ଥିବାବେଳେ ଅତିଶୀଘ୍ର ଏହାର ସ୍ଥାୟୀ ସମାଧାନ ପାଇଁ ଗ୍ରାମବାସୀ ଅଭିଯୋଗ କରିଥିଲେ।
ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ୬୮ ବର୍ଷ ପରେ ୨୦୨୪ ମାର୍ଚ୍ଚ ୧୧ ତାରିଖରେ ନିଜସ୍ବ ପଞ୍ଚାୟତ କାର୍ଯ୍ୟାଳୟ ପାଇଁ ଲାଞ୍ଜିଗଡ଼ ସାପ୍ତାହିକ ହାଟ ପ୍ରାଙ୍ଗଣରେ ନୂତନ ଗୃହ ପାଇଁ ଭୂମି ପୂଜନ ହୋଇଥିଲା। ଏହାପରେ କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। କିନ୍ତୁ ମନ୍ଥର ଗତିରେ କାମ ଚାଲିଥିବା ବେଳେ ନିମ୍ନମାନର ଦେଉଥିବା ଲୋକେ ଅଭିଯୋଗ କରିଥିଲେ। ସୂଚନା ଫଳକ ନଥିବା ଯୋଗୁ କେତେ ଅଟକଳ ମୂଲ୍ୟରେ ଗୃହ ନିର୍ମାଣ ହେଉଛି ଓ ଏହାର ସମୟସୀମା କେତେଦିନ ରହିଛି ବୋଲି ଲୋକେ ବାରମ୍ବାର ପଚାରିଥିଲେ ମଧ୍ୟ ତାହାର ଉତ୍ତର ମିଳି ନ ଥିଲା। ଏହା ବ୍ୟତୀତ ତଦାରଖ ଦାୟିତ୍ୱରେ ଥିବା ବ୍ଳକ କନିଷ୍ଠ ଯନ୍ତ୍ରୀର ଅନୁପସ୍ଥିତି ଯୋଗୁ ଲାଞ୍ଜିଗଡ଼ବାସୀ ବ୍ଳକ ପ୍ରଶାସନ ନିକଟରେ କାମ ଭଲଭାବରେ ଓ ଶୀଘ୍ର କରିବା ପାଇଁ ଦାବି କରିଥିଲେ। କିନ୍ତୁ ଆରମ୍ଭ ହୋଇ ମାତ୍ର ୫/୬ ମାସ କାମ ପରେ ଆଜିକୁ ୧ ବର୍ଷ ହେଲା ବନ୍ଦ ଗୃହ ନିର୍ମାଣ କାମ ପଡିଥିବା ଦେଖିବାକୁ ମିଳିଛି। ଯାହା ଫଳରେ ନିର୍ମାଣଧିନ ଅଧପନ୍ତରିଆ କୋଠାରେ ଦିନ ରାତି ମଦୁଆ ଓ ଅସାମାଜିକ ଲୋକଙ୍କ ଆଡାସ୍ଥଳୀ ପାଲଟିଛି। ଅନ୍ୟପକ୍ଷରେ ନିଜସ ପଞ୍ଚାୟତ ଗୃହ ନଥିବା ଯୋଗୁ ପଞ୍ଚାୟତର ଉନ୍ନତି ମୂଳକ କାର୍ଯ୍ୟରେ ବାଧ୍ୟ ସୃଷ୍ଟି ହେଉଥିବା ବେଳେ ପଞ୍ଚାୟତ ଅଧୀନରେ ଥିବା ୭ ଗୋଟି ଗ୍ରାମର ୬ ହଜାରରୁ ଉଦ୍ଧର୍‌ବ ହିତାଧିକାରୀ ନାହିଁ ନ ଥିବା ଅସୁବିଧାର ସମୁଖୀନ ହେଉଛନ୍ତି। ଏ ନେଇ ସରପଞ୍ଚ ସରସ୍ବତୀ ମୁଣ୍ଡାଙ୍କୁ ପଚାରିବାରୁ ପଞ୍ଚାୟତର ପାଣ୍ଠି ନ ଥିବା ଯୋଗୁ କାମ ବନ୍ଦ ଅଛି ତେଣୁ ପ୍ରଶାସନକୁ ପାଣ୍ଠି ପାଇଁ ଆବେଦନ କରାଯାଇଛି ପାଣ୍ଠି ଆସିଲେ କାମ ଆରମ୍ଭ ହେବ ବୋଲି ପ୍ରକାଶ କରିଛନ୍ତିI

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ବାଘ ଘାସ ଖାଇବାର କାଲି ଦେଖିଲି, କାହାକୁ ଏମିତି କହିଦେଲେ ଭକ୍ତ ଦାସ

କଟକ,୧୭।୩(ପ୍ରଭୁ କଲ୍ୟାଣ ପାଲ): ରାଜ୍ୟ ସଭା  ନିର୍ବାଚନରେ  ୩ କଂଗ୍ରେସ ବିଧାୟକଙ୍କ କ୍ରସ ଭୋଟିଂ ନେଇ ବିଧାୟକ, ବିଧାୟିକାଙ୍କୁ  ନିଲମ୍ବନ କରାଯାଇଛି। ଏହି ପ୍ରସଙ୍ଗରେ ପିସିସି  ସଭାପତି…

ପାକିସ୍ତାନ ଉପରେ ନିଆଁବାଣ ହେଲା ଭାରତ: କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କଲା ଦାବି

ଇସଲାମାବାଦ୍‌,୧୭।୩: ପାକିସ୍ତାନ ଦ୍ୱାରା ହୋଇଥିବା କଥିତ ବିମାନ ଆକ୍ରମଣରେ କାବୁଲରେ ବହୁ ସଂଖ୍ୟକ ଲୋକଙ୍କ ମୃତ୍ୟୁ ପରେ ଭାରତ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହି ଘଟଣା…

ସୁପ୍ରିମକୋର୍ଟଙ୍କ ବଡ଼ ନିଷ୍ପତ୍ତି, ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମା’ ମଧ୍ୟ ମ୍ୟାଟରନିଟି ଲିଭ୍ ପାଇବା ହକଦାର

ନୂଆଦିଲ୍ଲୀ,୧୭।୩: ସୁପ୍ରିମକୋର୍ଟ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା ମହିଳାମାନଙ୍କ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ପୋଷ୍ୟ ସନ୍ତାନ ଗ୍ରହଣ କରୁଥିବା…

ଶୀଘ୍ର କରନ୍ତୁ ଏହି କାମ: ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ସରକାରଙ୍କ ଘୋଷଣା, ବାଧ୍ୟତାମୂଳକ ହେଲା…

ନୂଆଦିଲ୍ଲୀ,୧୭।୩: ସରକାର ସମସ୍ତ ଘରୋଇ ଗ୍ୟାସ ଗ୍ରାହକଙ୍କ ପାଇଁ ବାୟୋମେଟ୍ରିକ ଆଧାର ପ୍ରମାଣୀକରଣ ବା eKYCକୁ ବାଧ୍ୟତାମୂଳକ କରିଛନ୍ତି। ସବସିଡି ଲାଭ ସଠିକ ହିତାଧିକାରୀଙ୍କ ପାଖରେ ପହଞ୍ଚିବା…

ପ୍ରେମାନନ୍ଦ ମହାରାଜଙ୍କୁ ଭେଟିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ,୧୭।୩: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମାର୍ଚ୍ଚ ୧୯ ରୁ ୨୧ ପର୍ଯ୍ୟନ୍ତ ତିନି ଦିନିଆ ଉତ୍ତର ପ୍ରଦେଶ ଗସ୍ତରେ ରହିବେ। ଏହି ସମୟ ମଧ୍ୟରେ ସେ ଅଯୋଧ୍ୟା,…

ଇରାନ-ଆମେରିକା ଯୁଦ୍ଧ ମଧ୍ୟରେ କାହିଁକି ଫାଇଟର ଜେଟ ବ୍ୟବହାର କରୁନାହିଁ ଇରାନ? ଜାଣନ୍ତୁ ଏହାର ବଡ଼ କାରଣ

ତେହରାନ୍‌,୧୭।୩: ଏବେବି ଆମେରିକା ଏବଂ ଇସ୍ରାଏଲ ବିରୁଦ୍ଧରେ ଇରାନର ଯୁଦ୍ଧ ଜାରି ରହିଛି, ଯାହା ଏହାର ୧୮ ତମ ଦିନ ପୂରଣ କରୁଛି। ‘ଅପରେଶନ ଏପିକ ଫ୍ୟୁରି’…

ବାଚସ୍ପତିଙ୍କୁ ଚିଠି ଲେଖିଲେ ରାମଚନ୍ଦ୍ର କାଡ଼ାମ, ୩ ବିଧାୟକଙ୍କ ସିଟ୍‌…

ଭୁବନେଶ୍ୱର,୧୭।୩: ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ। ସେ ଉକ୍ତ ଚିଠିରେ ଉଲ୍ଲେଖ କରିଛନ୍ତି, କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ…

ଚନ୍ଦ୍ରଭାଗା କୂଳରୁ ମିଳିଲା ଡଲଫିନ୍‌ର ମୃତଦେହ: ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ମୃତ୍ୟୁ ସନ୍ଦେହ

କୋଣାର୍କ,୧୭।୩: ପୁରୀ ଜିଲା ଚନ୍ଦ୍ରଭାଗା ସମୁଦ୍ର କୂଳରୁ ମଙ୍ଗଳବାର ଏକ ଡଲଫିନ୍‌ର ମୃତଦେହ ଉଦ୍ଧାର କରାଯାଇଛି। ଡଙ୍ଗା କିମ୍ୱା ଟ୍ରଲର ମାଡ଼ରେ ଡଲଫିନ୍‌ର ମୃତ୍ୟୁ ଘଟିିଥିବା ସନ୍ଦେହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri