ଶାସକ-ବିରୋଧୀ ମୁହାଁମୁହିଁ, ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୫ା୭: ଗୁରୁବାର ପୁଣି ବିଧାନସଭାରେ ଶାସକ-ବିରୋଧୀ ମୁହାଁମୁହିଁ ହୋଇଛନ୍ତି। ଏହି ହଟ୍ଟଗୋଳ ଯୋଗୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଛନ୍ତି ବାଚସ୍ପତି ସୁରମା ପାଢ଼ୀ। ପଏଣ୍ଟ ଅଫ ଅର୍ଡର ମାଗିଥିଲା ବିରୋଧୀ ବିଜେଡି। ଏଥିସହିତ ବିରୋଧୀଦଳ ନେତାଙ୍କୁ ଗିରଫ ଶଦ୍ଦ ପ୍ରୋସିଡିଂରୁ ହଟାଇବା ପାଇଁ ଦାବି କରିଥିଲା। ଗୃହର ମଧ୍ୟ ଭାଗକୁ ଆସି ହଟ୍ଟଗୋଳ କରିଥିଲେ କଂଗ୍ରେସ ସଦସ୍ୟ। ରିପୋର୍ଟର ଟେବୁଲରେ ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ଶାସକ-ବିରୋଧୀ ମୁହାଁମୁହିଁ ହୋଇଥିଲେ। ବିଜେଡି ବିଧାୟକ ନିରଞ୍ଜନ ପୂଜାରୀଙ୍କୁ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ ଏବଂ ସଂସଦୀୟ ମନ୍ତ୍ରୀ ମହାଲିଙ୍ଗ ଅକଳରେ ପକାଇଥିଲେ। ପ୍ରକଳ୍ପକୁ ତରବରିଆ ଭାବେ ଉଦ୍‌ଘାଟନ କରାଯାଇଥିଲା ବୋଲି ମନ୍ତ୍ରୀଦ୍ୱୟ କହିଥିଲେ।

Share
Tags: Bidhan sabha