ଖୁସି ମୁହୂର୍ତ୍ତର ଭିଡିଓ ଶେୟାର କରିବାର କିଛି ଘଣ୍ଟା ପରେ ଆତଙ୍କବାଦୀଙ୍କ ଗୁଳିରେ ପ୍ରାଣ ହରାଇଥିଲେ ଓଡ଼ିଆ ଯୁବକ

ଭୁବନେଶ୍ୱର,୨୨।୪: ଏକ ଦୁଃଖଦ ଘଟଣାରେ, ମଙ୍ଗଳବାର ଜମ୍ମୁ ଓ କାଶ୍ମୀରର ପହଲଗାମରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଓଡ଼ିଶାର ଜଣେ ଯୁବକ ନିହତ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ବାଲେଶ୍ୱର ଜିଲାର ରେମୁଣା ଅଞ୍ଚଳର ପ୍ରଶାନ୍ତ ଶତପଥୀ ବୋଲି ଚିହ୍ନଟ କରାଯାଇଛି। ସେ ପହଲଗାମ ଗସ୍ତରେ ପରିବାର ଓ ବନ୍ଧୁଙ୍କ ସହ ଫଟୋ ଏବଂ ଭିଡିଓ ସେୟାର କରିବାର କିଛି ଘଣ୍ଟା ପରେ ନିହତ ହୋଇଛନ୍ତି।

ପ୍ରଶାନ୍ତ, ଯିଏ ବାଲେଶ୍ୱରସ୍ଥିତ ସେଣ୍ଟ୍ରାଲ ଇନଷ୍ଟିଚ୍ୟୁଟ ଅଫ ପ୍ଲାଷ୍ଟିକ୍ସ ଇଞ୍ଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ସିଆଇପିଇଟି)ରେ କାର୍ଯ୍ୟ କରୁଥିଲେ, ତାଙ୍କ ପତ୍ନୀ ଓ ପୁଅ ସହ ଜମ୍ମୁ ଓ କାଶ୍ମୀର ଗସ୍ତରେ ଯାଇଥିଲେ। କିନ୍ତୁ ଆଜି ଅପରାହ୍ନରେ ପହଲଗାମରେ ଖାଦ୍ୟ ଖାଉଥିବା ବେଳେ ଆତଙ୍କବାଦୀମାନେ ତାଙ୍କୁ ହତ୍ୟା କରିଥିଲେ।

ଏହି ଘଟଣା ସମ୍ପର୍କରେ କହି, ପ୍ରଶାନ୍ତଙ୍କ ବଡ଼ ଭାଇ ସୁଶାନ୍ତ ଶତପଥୀ କହିଛନ୍ତି, “ସେମାନେ (ପ୍ରଶାନ୍ତ, ତାଙ୍କ ପତ୍ନୀ ଓ ପୁଅ) ପରଶୁ ଜମ୍ମୁ ଓ କାଶ୍ମୀର ଗସ୍ତରେ ଘରୁ ବାହାରିଥିଲେ। କିନ୍ତୁ ଆଜି ଅପରାହ୍ନ ପ୍ରାୟ ୩:୩୦ରେ ମୋ ଭାଇଙ୍କ ପତ୍ନୀ ଫୋନ କରି କହିଥିଲେ ଯେ ଭାଇ ପ୍ରଶାନ୍ତ ଆତଙ୍କବାଦୀଙ୍କ ଆକ୍ରମଣରେ ପ୍ରାଣ ହରାଇଛନ୍ତି ଏବଂ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ନିଆଯାଇଛି।”

“ଯଦିଓ ମୋ ଭାଉଜ ଓ ପୁତୁରା କହିଛନ୍ତି ଯେ ସେମାନେ ସୁସ୍ଥ ଅଛନ୍ତି, ମୁଁ ପ୍ରଶାସନଙ୍କୁ ଅନୁରୋଧ କରୁଛି ଯେ ସେମାନେ ମୋ ଭାଇଙ୍କ ମୃତଦେହ ସହ ନିରାପଦରେ ଘରକୁ ପହଞ୍ଚିବା ପାଇଁ ସାହାଯ୍ୟ କରନ୍ତୁ,” ସେ ଅନୁରୋଧ କରିଛନ୍ତି।

ସେହିପରି ପ୍ରଶାନ୍ତଙ୍କ ବନ୍ଧୁ ଅମର କୁମାର ଦାସ କହିଛନ୍ତି, “ପ୍ରଶାନ୍ତ ମୋର ପିଲାଦିନର ବନ୍ଧୁ ଏବଂ ଆମେ ସଧାରଣତଃ ଏକାଠି ଗସ୍ତରେ ଯାଉଥିଲୁ। ଏଥର ମଧ୍ୟ ଆମେ ଏକାଠି ଯିବାକୁ ଯୋଜନା କରିଥିଲୁ। କିନ୍ତୁ ଅଫିସରୁ ଛୁଟି ନ ମିଳିବାରୁ ମୁଁ ତାଙ୍କ ସହ ଯାଇ ପାରିଲି ନାହିଁ। ସକାଳେ ସେ ତାଙ୍କ ଗସ୍ତର କିଛି ଭିଡିଓ ଓ ଫଟୋ ସେୟାର କରିଥିଲେ, କିନ୍ତୁ ଅପରାହ୍ନରେ ମୁଁ ତାଙ୍କ ମୃତ୍ୟୁର ଖବର ଶୁଣିଲି। ମୁଁ ବିଶ୍ୱାସ କରିପାରୁନି ଯେ ସେ ଚାଲିଗଲା। ମୁଁ ପୋଲିସ, ଜିଲା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କୁ ଅନୁରୋଧ କରୁଛି ଯେ ପ୍ରଶାନ୍ତଙ୍କ ମୃତଦେହ ଏବଂ ତାଙ୍କ ପତ୍ନୀ ଓ ପୁଅକୁ ନିରାପଦରେ ଘରକୁ ଆଣିବା ପାଇଁ ପଦକ୍ଷେପ ନିଅନ୍ତୁ।”

ଏହାରି ମଧ୍ୟରେ, ଅନନ୍ତନାଗ ପୁଲିସ ଏକ ହେଲ୍ପଲାଇନ ନମ୍ବର ଜାରି କରିଛି ଏବଂ ୨୪/୭ ସାହାଯ୍ୟ ଡେସ୍କ ଖୋଲିଛି। ଅନନ୍ତନାଗରେ ଥିବା ପୁଲିସ କଣ୍ଟ୍ରୋଲ ରୁମ ପର୍ଯ୍ୟଟକମାନଙ୍କୁ ସାହାଯ୍ୟ କିମ୍ବା ସୂଚନା ପାଇଁ ସୁବିଧା ଯୋଗାଇ ଦେଉଛି, ଯୋଗାଯୋଗ ନମ୍ବର ହେଉଛି: ୯୫୯୬୭୭୭୬୬୯, ୦୧୯୩୨୨୨୫୮୭୦, ଏବଂ ହ୍ୱାଟ୍ସଆପ ୯୪୧୯୦୫୧୯୪୦।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଧରିତ୍ରୀ ପ୍ରଭାବ: ସଜଡା ହେଲା ବ୍ଲକ ଗେଟ୍‌, ମରାମତି ହେଲା ‘ମରଣଯନ୍ତା’

ଥୁଆମୂଳ ରାମପୁର,୨୨।୩(ଦୁର୍ଗା କୀର୍ତ୍ତି): ଜନସାଧାରଣଙ୍କ ସମସ୍ୟା ସମାଧାନର ପେଣ୍ଠସ୍ଥଳ କୁହାଯାଉଥିବା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ୟାଳୟର ମୁଖ୍ୟ ପ୍ରବେଶ ପଥ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ ହୋଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri