ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି। ବ୍ୟକ୍ତି ଜଣଙ୍କର ପରିଚୟ ମିଳିଥିବା ବେଳେ ସେ ପଶ୍ଚିମବଙ୍ଗ ହୁଗୁଳି ଜିଲା ପାଣ୍ଡୁଆ ଥାନା ଅନ୍ତର୍ଗତ ଟିନା ନେତାଜୀ ପଲ୍ଲୀର ଉତ୍ପଳ ବଳ(୩୧) ବୋଲି ଜଣ ପଡିଛି। ଟାଉନ ଥାନା କେସ ନଂ ୩୩୪/୨୪ରେ ଗୁରୁବାର ନକଲି ଡାକ୍ତରଙ୍କୁ ଗିରଫ କରିଛି।

ତାଙ୍କୁ ଜେରା ବେଳେ ସେ କିଛିବର୍ଷ ପୂର୍ବରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏକ ହୋଟେଲରେ ବୟ(ଶ୍ରମିକ) ଭାବେ କାମ କରୁଥିଲେ। ସେଠାରେ ସେ ନିଜର ଡାକ୍ତରୀ ସାର୍ଟିଫିକେଟ ନଥାଇ ମଧ୍ୟ ଜଣେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ। ୫ବର୍ଷ ପୂର୍ବେ ସେ ଵ୍ରହ୍ମପୁର ଆସି ଜଣେ ନକଲି ଡାକ୍ତର ହୋଇ ଅସଲି ଡକ୍ଟର ଭାବେ ରୋଗୀଙ୍କୁ ଚିକିତ୍ସା କରି ଆସୁଥିଲେ। ସେ ଏନେଇ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି।

ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ପରେ କୋର୍ଟ ନିର୍ଦେଶରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ସୌଭାଗ୍ୟ ସ୍ୱାଇଁ ସୂଚନା ଦେଇଛନ୍ତି। ପୋଲିସ ଏହି ନକଲି ଆର୍ୟୁବେଦିକ ଡାକ୍ତରଙ୍କ କ୍ଲିନିକରୁ ବିଭିନ୍ନ କମ୍ପାନୀର ଆୟୁର୍ବେଦିକ ଔଷଧ, ଚେରମୂଳୀ, ଷ୍ଟେଥୋସ୍କୋପ, ପାଇଲ୍ସ ଅପରେସନ ବେଳେ ବ୍ୟବହୃତ ସରଞ୍ଜାମ, ତାଙ୍କ ନାମରେ ଥିବା ଡାକ୍ତରୀ ନୋଟପ୍ୟାଡ୍, କ୍ଲିନିକ ଓ ନକଲି ଡାକ୍ତର ନାଁରେ ଲଗାଯାଇଥିବା ସାଇନବୋର୍ଡ, ବଙ୍ଗାଳି ଭାଷାରେ ଲେଖାଥିବା ୩ଟି ଆୟୁର୍ବେଦିକ ଚିକିତ୍ସା ପୁସ୍ତକ ଆଦି ଜବତ କରିଛି। ପ୍ରକାଶଥାଉକି, କନ୍ଧମାଳ ଜିଲା କୋଟଗଡ ନିକଟ ସଲକିଗୁଡାବାଡର ଜଣେ ଯୁବକଙ୍କ ମଳକଣ୍ଟକ ରୋଗ ଥିବାରୁ ସେ ଗତମାସରେ କ୍ରିଷ୍ଣା ପାଇଲ୍ସ କ୍ଲିନିକୁ ଚିକିତ୍ସା କରାଇବାକୁ ଆସିଥିଲେ ।

ଏହି କ୍ଲିନିକ ଖୋଲିଥିବା ଡାକ୍ତର ଉତ୍ପଳ ବଳ ସଂପୃକ୍ତ ଯୁବକଙ୍କ ଚିକିତ୍ସା କରାଇବା ସହ ଔଷଧ ଦେଇଥିଲେ ଏଥିପାଇଁ ସେ ଯୁବକଙ୍କ ଠାରୁ ୧୨ ହଜାର ଟଙ୍କା ନେବା ସହ ରୋଗ ଗ୍ୟାରେଣ୍ଟି ଭଲ ହୋଇଯିବ ବୋଲି କହିଥିଲେ । ହେଲେ ମାସକ ପରେ ରୋଗ ଭଲ ନହେବାରୁ ୨ ଦିନ ତଳେ ଯୁବକ ଜଣଙ୍କ ପୁଣିଥରେ ଏହି କ୍ଲିନିକକୁ ଆସିଥିଲେ। ରୋଗ ବିଷୟରେ ସେ ଉକ୍ତ ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ସେ ରୋଗ ଭଲ କରିଦେବାକୁ ପୁଣି ପ୍ରତିଶ୍ରୁତି ଦେବା ସହ ପୁଣି ୧୨ ହଜାର ଟଙ୍କା ମାଗିଥିଲେ। ଯାହାକୁ ନେଇ ସଂପୃକ୍ତ ଯୁବକଙ୍କ ସନ୍ଦେହ ହେବା ସହ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଯୁବକଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା ପୋଲିସ କ୍ରିଷ୍ଣା ପାଇଳ୍ସ କ୍ଲିନିକରେ ଚଢଉ କରିଥିଲା। ଚଢଉ ବେଳେ ସେ ନିଜକୁ ବିଏଚଏମଏସ ଡାକ୍ତରୀ ଡିଗ୍ରୀ କରିଥିବା ଜଣେ ଡାକ୍ତର ବୋଲି ଦର୍ଶାଇବା ସହ ଶହଶହ ରୋଗୀଙ୍କ ଚିକିତ୍ସା କରିଥିବା ଜଣାପଡିଥିଲା। ଅଭିଯୁକ୍ତ ଡାକ୍ତର ଜଣଙ୍କ ୮ମ ଶ୍ରେଣୀ ଫେଲ ଅଟନ୍ତି। ପୂର୍ବରୁ ସେ ବିଶାଖାପାଟଣାର ଏକ ହୋଟେଲରେ କାମ କରୁଥିଲା । ୨୦୧୯ ମସିହାରେ ବିଶାଖାପାଟଣାରୁ ବ୍ରହ୍ମପୁର ଆସିବା ପରେ ରମ୍ପା ସାହିରେ ଏକ ଘର ଭଡା ନେଇ ରହିଥିଲେ। ଏହାର କିଛି ଦିନ ପରେ ମିତ୍ର ସାହିରେ କ୍ଲିନିକ ଖୋଲିଥିଲା। ସେଠାରେ ସେ ରୋଗୀଙ୍କ ମଳକଣ୍ଟକ, ଅର୍ଶ, ଗୁପ୍ତ ରୋଗ, ଯୌନରୋଗ ଆଦି ଭଲ କରିଦେବ ବୋଲି କହି ଔଷଧ ଦେଉଥିଲା ବୋଲି ତଦନ୍ତରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ନବୀନ ନିବାସରେ ପହଞ୍ଚିଲେ କଳିକେଶ, ମିଳିବ ବଡ଼ ଦାୟିତ୍ୱ!

ଭୁବନେଶ୍ୱର,୩୧।୧: ନବୀନ ନିବାସରେ ପହଞ୍ଚିଲେ କଳିକେଶ ନାରାୟଣ ସିଂହଦେଓ।କଳିକେଶଙ୍କୁ ବଡ଼ ଦାୟିତ୍ୱ ମିଳିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି । କଳିକେଶଙ୍କୁ ନେତୃତ୍ୱ ଦେବା ପାଇଁ ୨…

ବିଶିଷ୍ଟ କବିଙ୍କ ପରଲୋକ: ଇଂରାଜୀ-ଓଡିଆ ସାହିତ୍ୟ ଜଗତରେ ଅପୂରଣୀୟ କ୍ଷତି

ପଦ୍ମପୁର,୩୧।୧(ପ୍ରଦୀପ୍ତ ଦାଶ):ଇଂରାଜୀ ସାହିତ୍ୟ ଜଗତର ଉଜ୍ଜ୍ୱଳ ତାରକା, ବିଶିଷ୍ଟ ଶିକ୍ଷାବିତ୍‌ ତଥା କବି ପ୍ରଫେସର ରାଜେନ୍ଦ୍ର କୁମାର ପାଢ଼ୀଙ୍କ ପଦ୍ମପୁରସ୍ଥିତ ବାସଭବନରେ ପରଲୋକ ଘଟିଛି। ମୃତ୍ୟୁ ବେଳକୁ…

ବିଜେଡିରେ ଥମୁନି କଳିକେଶ ଚର୍ଚ୍ଚା, ବାହାରୁ ସମର୍ଥନ ଭିତରେ ବିରୋଧ

ଭୁବନେଶ୍ୱର,୩୧ା୧: ପୂର୍ବତନ ଏମ୍‌ପି ତଥା ବଲାଙ୍ଗୀର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ନେଇ ଚର୍ଚ୍ଚା ଥମୁନି। ତାଙ୍କ ନେତୃତ୍ୱକୁ ନେଇ ଜିଲା ବାହାରୁ ସମର୍ଥନ ପରେ…

ଯୋଗାଣ ମନ୍ତ୍ରୀଙ୍କ ବାସଭବନରୁ ସହାୟକଙ୍କ ମୃତ୍ୟୁ ନେଇ ସନ୍ଦେହ: ରାତି ଅଧିଆ ଶବ ବ୍ୟବଛେଦକୁ ନେଇ ଉଠୁଛି ପ୍ରଶ୍ନ

ଭୁବନେଶ୍ୱର,୩୧।୧(ତ୍ରିନାଥ ମହାନ୍ତି): ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କୃଷ୍ଣ ପାତ୍ରଙ୍କ ସରକାରୀ କ୍ବାର୍ଟରରୁ ଘରୋଇ ସହାୟକଙ୍କ ମୃତଦେହ ମିଳିବା ଘଟଣାକୁ ନେଇ ସନ୍ଦେହ ବଢିଛି। ଆହୁରି…

ବାଲ୍ୟ ବିବାହ ପାଇଁ ଚାଲିଥିଲା ପ୍ରସ୍ତୁତି, ପହଞ୍ଚିଗଲା ପ୍ରଶାସନ: ଆଉ ତା’ପରେ…

ଲୋଇସିଂହା,୩୧।୧(ସୁଶାନ୍ତ ବାରିକ): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକ ନଅଗାଁ(କ) ଗ୍ରାମରେ ଫେବୃଆରୀ ୨ରେ ହେବାକୁ ଥିବା ଏକ ବାଲ୍ୟ ବିବାହକୁ ଶନିବାର ରୋକିଛି ଜିଲା ପ୍ରଶାସନ। ଜିଲା…

ସୁନେତ୍ରା ଉପମୁଖ୍ୟମନ୍ତ୍ରୀ ହେବା ନେଇ ଏମିତି କହିଦେଲେ ଶରଦ ପାଓ୍ବାର: ତେଜିଲା ବିବାଦ

ପୁଣେ,୩୧।୧: ମହାରାଷ୍ଟ୍ରର ରାଜନୀତିର ଚକ ପୁଣି ଥରେ ଘୂର୍ଣ୍ଣନ ଆରମ୍ଭ କରିଛି। ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ବିମାନ ଦୁର୍ଘଟଣାରେ ମୃତ୍ୟୁ ପରେ ପରିବର୍ତ୍ତିତ ପରିସ୍ଥିତି ରାଜନୈତିକ କାର୍ଯ୍ୟକଳାପକୁ…

ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ: କ୍ଲାସ ନ କରି ଖଟି କଲେ ନିଆଯିବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୩୧।୧: ଆକ୍ସନ୍‌ ମୋଡ୍‌ରେ ଉଚ୍ଚଶିକ୍ଷା ବିଭାଗ। ଏଣିକି କଲେଜରେ କ୍ଲାସ ନ କରି ଖଟି କରୁଥିବା ଅଧ୍ୟାପକ ଅଧ୍ୟାପିକାଙ୍କ ଉପରେ ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଲେଜରେ ଅବହେଳା…

ଫୁଲ ତୋଳିବା ପାଇଁ ଯାଇଥିଲେ ବୃଦ୍ଧା, ବାଟରେ ଘଟିଲା ବଡ଼ ଅଘଟଣ

ଦିଗପହଣ୍ଡି,୩୧।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ନିକଟରେ ଶନିବାର ଭୋର୍‌ ସମୟରେ ବାଇକ ଧକ୍କାରେ ଜଣେ ବୃଦ୍ଧାଙ୍କର ମୃତ୍ୟୁ ହୋଇଛି। ବୃଦ୍ଧା ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri