ହୋଟେଲ ବୟରୁ ବନିଥିଲେ ନକଲି ଡାକ୍ତର: ଧରାପଡି ଜେଲ୍ ଗଲେ

ବ୍ରହ୍ମପୁର,୧୪।୧୧ (ସୁବାସ ଚନ୍ଦ୍ର ପାଢ଼ୀ): ପୂର୍ବରୁ ଵ୍ରହ୍ମପୁର ପୋଲିସ ଗେଟ ବଜାର ମିତ୍ର ସାହିରେ କ୍ରିଷ୍ଣା ପାଇଲ୍ସ କ୍ଲିନିକ ଖୋଲିଥିବା ଜଣେ ନକଲି ଆୟୁର୍ବେଦିକ ଡାକ୍ତରଙ୍କୁ ବ୍ରହ୍ମପୁର ଟାଉନ ଥାନା ପୋଲିସ ଗିରଫ କରିଛି। ବ୍ୟକ୍ତି ଜଣଙ୍କର ପରିଚୟ ମିଳିଥିବା ବେଳେ ସେ ପଶ୍ଚିମବଙ୍ଗ ହୁଗୁଳି ଜିଲା ପାଣ୍ଡୁଆ ଥାନା ଅନ୍ତର୍ଗତ ଟିନା ନେତାଜୀ ପଲ୍ଲୀର ଉତ୍ପଳ ବଳ(୩୧) ବୋଲି ଜଣ ପଡିଛି। ଟାଉନ ଥାନା କେସ ନଂ ୩୩୪/୨୪ରେ ଗୁରୁବାର ନକଲି ଡାକ୍ତରଙ୍କୁ ଗିରଫ କରିଛି।

ତାଙ୍କୁ ଜେରା ବେଳେ ସେ କିଛିବର୍ଷ ପୂର୍ବରୁ ଆନ୍ଧ୍ରପ୍ରଦେଶର ବିଶାଖାପାଟଣାରେ ଥିବା ଏକ ହୋଟେଲରେ ବୟ(ଶ୍ରମିକ) ଭାବେ କାମ କରୁଥିଲେ। ସେଠାରେ ସେ ନିଜର ଡାକ୍ତରୀ ସାର୍ଟିଫିକେଟ ନଥାଇ ମଧ୍ୟ ଜଣେ ଡାକ୍ତର ହେବାର ସ୍ୱପ୍ନ ଦେଖିଥିଲେ। ୫ବର୍ଷ ପୂର୍ବେ ସେ ଵ୍ରହ୍ମପୁର ଆସି ଜଣେ ନକଲି ଡାକ୍ତର ହୋଇ ଅସଲି ଡକ୍ଟର ଭାବେ ରୋଗୀଙ୍କୁ ଚିକିତ୍ସା କରି ଆସୁଥିଲେ। ସେ ଏନେଇ ପୋଲିସ ନିକଟରେ ସ୍ୱୀକାର କରିଛନ୍ତି।

ପୋଲିସ ତାଙ୍କୁ କୋର୍ଟ ଚାଲାଣ କରିଛି। ପରେ କୋର୍ଟ ନିର୍ଦେଶରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଥାନାଧିକାରୀ ସୌଭାଗ୍ୟ ସ୍ୱାଇଁ ସୂଚନା ଦେଇଛନ୍ତି। ପୋଲିସ ଏହି ନକଲି ଆର୍ୟୁବେଦିକ ଡାକ୍ତରଙ୍କ କ୍ଲିନିକରୁ ବିଭିନ୍ନ କମ୍ପାନୀର ଆୟୁର୍ବେଦିକ ଔଷଧ, ଚେରମୂଳୀ, ଷ୍ଟେଥୋସ୍କୋପ, ପାଇଲ୍ସ ଅପରେସନ ବେଳେ ବ୍ୟବହୃତ ସରଞ୍ଜାମ, ତାଙ୍କ ନାମରେ ଥିବା ଡାକ୍ତରୀ ନୋଟପ୍ୟାଡ୍, କ୍ଲିନିକ ଓ ନକଲି ଡାକ୍ତର ନାଁରେ ଲଗାଯାଇଥିବା ସାଇନବୋର୍ଡ, ବଙ୍ଗାଳି ଭାଷାରେ ଲେଖାଥିବା ୩ଟି ଆୟୁର୍ବେଦିକ ଚିକିତ୍ସା ପୁସ୍ତକ ଆଦି ଜବତ କରିଛି। ପ୍ରକାଶଥାଉକି, କନ୍ଧମାଳ ଜିଲା କୋଟଗଡ ନିକଟ ସଲକିଗୁଡାବାଡର ଜଣେ ଯୁବକଙ୍କ ମଳକଣ୍ଟକ ରୋଗ ଥିବାରୁ ସେ ଗତମାସରେ କ୍ରିଷ୍ଣା ପାଇଲ୍ସ କ୍ଲିନିକୁ ଚିକିତ୍ସା କରାଇବାକୁ ଆସିଥିଲେ ।

ଏହି କ୍ଲିନିକ ଖୋଲିଥିବା ଡାକ୍ତର ଉତ୍ପଳ ବଳ ସଂପୃକ୍ତ ଯୁବକଙ୍କ ଚିକିତ୍ସା କରାଇବା ସହ ଔଷଧ ଦେଇଥିଲେ ଏଥିପାଇଁ ସେ ଯୁବକଙ୍କ ଠାରୁ ୧୨ ହଜାର ଟଙ୍କା ନେବା ସହ ରୋଗ ଗ୍ୟାରେଣ୍ଟି ଭଲ ହୋଇଯିବ ବୋଲି କହିଥିଲେ । ହେଲେ ମାସକ ପରେ ରୋଗ ଭଲ ନହେବାରୁ ୨ ଦିନ ତଳେ ଯୁବକ ଜଣଙ୍କ ପୁଣିଥରେ ଏହି କ୍ଲିନିକକୁ ଆସିଥିଲେ। ରୋଗ ବିଷୟରେ ସେ ଉକ୍ତ ଡାକ୍ତରଙ୍କ ସହ ଆଲୋଚନା କରିବା ପରେ ସେ ରୋଗ ଭଲ କରିଦେବାକୁ ପୁଣି ପ୍ରତିଶ୍ରୁତି ଦେବା ସହ ପୁଣି ୧୨ ହଜାର ଟଙ୍କା ମାଗିଥିଲେ। ଯାହାକୁ ନେଇ ସଂପୃକ୍ତ ଯୁବକଙ୍କ ସନ୍ଦେହ ହେବା ସହ ସେ ପୋଲିସ ନିକଟରେ ଅଭିଯୋଗ କରିଥିଲେ।

ଯୁବକଙ୍କ ଅଭିଯୋଗକୁ ଭିତ୍ତି କରି ଟାଉନ ଥାନା ପୋଲିସ କ୍ରିଷ୍ଣା ପାଇଳ୍ସ କ୍ଲିନିକରେ ଚଢଉ କରିଥିଲା। ଚଢଉ ବେଳେ ସେ ନିଜକୁ ବିଏଚଏମଏସ ଡାକ୍ତରୀ ଡିଗ୍ରୀ କରିଥିବା ଜଣେ ଡାକ୍ତର ବୋଲି ଦର୍ଶାଇବା ସହ ଶହଶହ ରୋଗୀଙ୍କ ଚିକିତ୍ସା କରିଥିବା ଜଣାପଡିଥିଲା। ଅଭିଯୁକ୍ତ ଡାକ୍ତର ଜଣଙ୍କ ୮ମ ଶ୍ରେଣୀ ଫେଲ ଅଟନ୍ତି। ପୂର୍ବରୁ ସେ ବିଶାଖାପାଟଣାର ଏକ ହୋଟେଲରେ କାମ କରୁଥିଲା । ୨୦୧୯ ମସିହାରେ ବିଶାଖାପାଟଣାରୁ ବ୍ରହ୍ମପୁର ଆସିବା ପରେ ରମ୍ପା ସାହିରେ ଏକ ଘର ଭଡା ନେଇ ରହିଥିଲେ। ଏହାର କିଛି ଦିନ ପରେ ମିତ୍ର ସାହିରେ କ୍ଲିନିକ ଖୋଲିଥିଲା। ସେଠାରେ ସେ ରୋଗୀଙ୍କ ମଳକଣ୍ଟକ, ଅର୍ଶ, ଗୁପ୍ତ ରୋଗ, ଯୌନରୋଗ ଆଦି ଭଲ କରିଦେବ ବୋଲି କହି ଔଷଧ ଦେଉଥିଲା ବୋଲି ତଦନ୍ତରୁ ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

ଯୁଦ୍ଧ ଆରମ୍ଭ! ୪୮ ଘଣ୍ଟା ମଧ୍ୟରେ ୪ଟି ବଡ଼ ଆକ୍ରମଣ, ନେତାନ୍ୟାହୁ କହିଲେ ଇରାନ ବିରୋଧରେ ବିଶ୍ୱ…

ନୂଆଦିଲ୍ଲୀ,୨୨।୩: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ରବିବାର ଦିନ ଡିମୋନା ଏବଂ ଆରାଦ ସହରରେ ମିଶାଇଲ୍ ଆଟାକ୍ ହୋଇଥିବା ସ୍ଥାନ ପରିଦର୍ଶନ କରିଥିଲେ। ସେ କହିଥିଲେ ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri