ବଲାଙ୍ଗୀର,୧୪ା୯(ସୁନୀଲ କୁମାର ମହାନ୍ତି): ପ୍ରେସରକୁକରରୁ ଗରମ ଡାଲି ପାଣି ପଡ଼ି କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ଟେକେନପଦର ଗ୍ରାମର ଜଣେ ନାବାଳିକା ଗୁରୁତର ହୋଇ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି।
ସୂଚନା ମୁତାବକ ୧୩ ବର୍ଷୀୟା ନାବାଳିକା ଜଣକ ତାଙ୍କ ଘରେ ପ୍ରେସରକୁକର ଖୋଲୁଥିବା ସମୟରେ ଗରମ ଡାଲି ତାଙ୍କ ଦେହ ଉପରେ ପଡ଼ିଯାଇଥିଲା। ଫଳରେ ତାଙ୍କ ଶରୀର ଅନେକ ଅଂଶ ପୋଡ଼ି ଯାଇଛି। ତାଙ୍କୁ ଗୁରୁତର ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଆଣି ଭର୍ତ୍ତି କରିଛନ୍ତି।