ଡାକ୍ତରଖାନାରେ ଆଟେଣ୍ଡାଣ୍ଟଙ୍କ ଦୁର୍ବ୍ୟବହାର: ସ୍ବାସ୍ଥ୍ୟକର୍ମୀଙ୍କୁ ତାଗିଦ କଲେ ଅଧୀକ୍ଷକ

ହିଞ୍ଜିଳିକାଟୁ,୩୦ା୫(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ଡାକ୍ତରଖାନାରେ ଜଣେ ସ୍ବାସ୍ଥ୍ୟକର୍ମୀ ବୁଧବାର ରାତିରେ ଜଣେ ଗୁରୁତର ଆହତ ନାବାଳକଙ୍କୁ ଚିକିତ୍ସା ବଦଳରେ ତାଙ୍କ ସମ୍ପର୍କୀୟଙ୍କୁ ଦୁର୍ହବ୍ୟବହାର କରିଥିବା ଅଭିଯୋଗ ହୋଇଛି । ବୁଧବାର ରାତିରେ ଘଟିଥିବା ଏହି ଘଟଣା ନେଇ ଗୁରୁବାର ଡାକ୍ତରଖାନା ସୁପରିଟେଣ୍ଡଣ୍ଟ ଶ୍ରୀକାନ୍ତ ସାହୁ ସମ୍ପୃକ୍ତ ସ୍ବାସ୍ଥ୍ୟକର୍ମୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରୀ କରିବା ସହ ତାଗିଦ କରିଛନ୍ତି। ଭବିଷ୍ୟତରେ ଏଭଳି ଭୁଲ କଲେ କଠୋର ଦଣ୍ଡ ଦିଆଯିବ ବୋଲି ତାଗିଦ କରିଛନ୍ତି।

ବୁଧବାର ରାତିରେ ହିଞ୍ଜିଳିକାଟୁ ପୌରାଞ୍ଚଳ ନୂଆଁଗଡ ଗ୍ରାମର କବିରାଜ ସେଠିଙ୍କ ନାବାଳକ ପୁତ୍ର ଈଶ୍ବର ସେଠୀ(୬) ଘର ବାରଣ୍ଡାରେ ଖେଳୁଥିବା ବେଳେ ଖସିପଡି ଗୁରୁତର ଆହତ ହୋଇଥିଲେ। ପରିବାର ଲୋକେ ନାବାଳକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।

ନାବାଳକଙ୍କ ମୁଣ୍ଡରେ କ୍ଷତ ସୃଷ୍ଟି ହୋଇଥିବାରୁ ବ୍ୟାଣ୍ଡେଜ କରିବା ପାଇଁ ଡାକ୍ତର ଲକ୍ଷ୍ମୀ ନାରାୟଣ ରଥ ପରାମର୍ଶ ଦେଇଥିଲେ। ନାବାଳକଙ୍କୁ ଧରି ଅବିଭାବକ ମାଇନର ଓଟିକୁ ଯାଇଥିଲେ। ସେଠାରେ କାର୍ଯ୍ୟରତ ଆଟେଣ୍ଡାଣ୍ଟ ସିଦ୍ଧେଶ୍ବର ମଲିକ ନିଶାଗ୍ରସ୍ତ ହୋଇ ନାବାଳକଙ୍କୁ ସିଲେଇ ଓ ବ୍ୟାଣ୍ଡେଜ କରିବାକୁ ପାଇଁ ମନା କରିଦେଇଥିଲେ।

ନାବାଳକଙ୍କ ଅଭିଭାବକ ଏହାର ପ୍ରତିବାଦ କରିବାରୁ ତାଙ୍କୁ ସିଦ୍ଧେଶ୍ବର ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଘଟଣା ନେଇ ଶିଶୁଙ୍କ ଅଭିଭାବକ ଡାକ୍ତରଙ୍କୁ ଅବଗତ କରାଇଥିଲେ। ପରେ ସ୍ବାସ୍ଥ୍ୟକର୍ମୀ ଜଣକ ଡାକ୍ତରଙ୍କ କଥା ମଧ୍ୟ ମାନି ନ ଥିଲେ। ଡାକ୍ତର ଜଣଙ୍କ ଅନ୍ୟଜଣେ ଆଟେଣ୍ଡାଣ୍ଟଙ୍କ ସହାୟତାରେ ନାବାଳକଙ୍କ ଚିକିତ୍ସା କରିବା ପରେ ଘଟଣା ନେଇ ଚିକିତ୍ସାଳୟ ଅଧୀକ୍ଷକଙ୍କୁ ଜଣାଇଥିଲେ। ଘଟଣାର ଗୁରୁତ୍ୱକୁ ନେଇ ମେଡିକାଲ ଅଧୀକ୍ଷକ ଡାକ୍ତର ସାହୁ ଆଟେଣ୍ଡାଣ୍ଟ ସିଦ୍ଧେଶ୍ୱରଙ୍କୁ ତାଗିଦ କରିବା କରିଥିଲେ। କ୍ଷମା ପ୍ରାର୍ଥନା କରିବା ସହ ଭବିଷ୍ୟତରେ ଏଭଳି ଭୁଲ ନ କରିବା ପାଇଁ ଲିଖିତ ଭାବେ ଦେବାକୁ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

ୟୁଏଇକୁ ହରାଇଲା ଖାତା ଖୋଲିଲା ଆଫଗାନିସ୍ଥାନ

ନୂଆଦିଲ୍ଲୀ,୧୬ା୨: ଅଜ୍‌ମାତୁଲ୍ଲାଙ୍କ ଅଲ୍‌ରାଉଣ୍ଡ ପ୍ରଦର୍ଶନ ସହାୟତାରେ ଆଫଗାନିସ୍ତାନ ସୋମବାର ଖେଳାଯାଇଥିବା ୟୁଏଇ ବିପକ୍ଷ ଟି୨୦ ବିଶ୍ୱକପ ମ୍ୟାଚ୍‌ରେ ୫ ଉଇକେଟରେ ବିଜୟ ହୋଇଛି। ଓମାରଜାଇ ୪ ଉଇକେଟ…

ବିଶ୍ୱକପ ଜିତିବ ଇଣ୍ଡିଆ! ଜାଣନ୍ତୁ T20ର କେମେଷ୍ଟ୍ରି, ପ୍ଲାନିଂର ଗଣିତ, ବିଜୟର ସାଇନ୍ସ

ନୂଆଦିଲ୍ଲୀ,୧୬।୨: ରବିବାର ରାତିରେ କଲମ୍ବୋରେ ବର୍ଷା ହେବ ଏବଂ ୨୦୨୬ ଟି-୨୦ ବିଶ୍ୱକପରେ ଭାରତ-ପାକିସ୍ତାନ ମ୍ୟାଚ ଧୋଇ ହୋଇଯିବ ବୋଲି ଆଶଙ୍କା ଥିଲା, କିନ୍ତୁ ବିପରୀତ ଘଟିଥିଲା।…

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri