Posted inଜାତୀୟ

ଝୁଲା ଆଶଙ୍କାରେ ଘୋଡ଼ାବେପାର

ନୂଆଦିଲ୍ଲୀ,୧୦।୩: ଗୋଆ ଏବଂ ଉତ୍ତରାଖଣ୍ଡରେ କୌଣସି ଦଳ ସପକ୍ଷରେ ସ୍ପଷ୍ଟ ବହୁମତ ଯାଉ ନ ଥିବା ଅଧିକାଂଶ ଏକ୍‌ଜିଟ୍‌ ପୋଲ୍‌ରେ ଭବିଷ୍ୟବାଣୀ କରାଯାଇଥିବାରୁ ଉଭୟ ରାଜ୍ୟରେ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ଗଠନ ଲାଗି ରାଜନୀତି ସକ୍ରିୟ ହୋଇଉଠିଛି। ଗୋଆରେ କଂଗ୍ରେସ ଏହାର ସମସ୍ତ ୩୭ ପ୍ରାର୍ଥୀଙ୍କୁ ଏକ ରିସୋର୍ଟରେ ଲୁଚାଇ ରଖିଥିବାବେଳେ ସରକାର ଗଠନ ନେଇ ଏମ୍‌ଜିପି, ଟିଏମ୍‌ସି, ଏନ୍‌ସିପି ଏବଂ ଏଏପି ଆଦି ଛୋଟ ଦଳ ସହ ମେଣ୍ଟ ଗଠନ ନେଇ ଆଲୋଚନା ଚଳାଇଛି।
ଗୋଆରେ ଭାଜପାର ପରାଜୟ ଆଶଙ୍କା କରି ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଘୋଡାବେପାରରେ ଲିପ୍ତ ରହିଛନ୍ତି। ସେ ଆମ ସଦସ୍ୟମାନଙ୍କୁ କିଣି ନିଜ ପଟକୁ ନେବା ଲାଗି ଉଦ୍ୟମ ଚଳାଇଛନ୍ତି। ଯାହାକୁ ଆମେ ସଫଳ ହେବାକୁ ଦେବୁ ନାହିଁ ବୋଲି କଂଗ୍ରେସ ନେତା ଆଇଭନ ଡି’ସୁଜା ବୁଧବାର ସମାଲୋଚନା କରିଛନ୍ତି।
ଭାଜପାର ବିଦାୟୀ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାଓ୍ବନ୍ତ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଦିଲ୍ଲୀରେ ସାକ୍ଷାତ କରି ବିଭିନ୍ନ ଆସନରେ ଦଳର ସ୍ଥିତି ସମ୍ପର୍କରେ ଆଲୋଚନା କରିଛନ୍ତି। ଗୋଆରେ ଭାଜପା ସରକାର ଗଢ଼ିବ ବୋଲି ମୋଦିଙ୍କୁ ଭେଟିବା ପରେ ସେ ଗଣମାଧ୍ୟମକୁ କହିଛନ୍ତି। ପରେ ସାଓ୍ବନ୍ତ, ଭାଜପା ରାଜ୍ୟ ସଭାପତି ସଦାନନ୍ଦ ଶେଟ୍‌ ତନାଭାଦେ ଏବଂ ଦଳର ଗୋଆ ନିର୍ବାଚନ ଦାୟିତ୍ୱରେ ଥିବା ଦେବେନ୍ଦ୍ର ଫଡ୍‌ନବିସ୍‌ ଏକ ବୈଠକରେ ଏକାଠି ହୋଇ ପରବର୍ତ୍ତୀ ସରକାର ଗଠନ ନେଇ ଆଲୋଚନା କରିଥିଲେ। ତେବେ ଗୋଆରେ ଝୁଲା ବିଧାନସଭା ହେଲେ ସାଓ୍ବନ୍ତଙ୍କୁ ସରକାର ଗଢ଼ିବା କଷ୍ଟକର ହୋଇପାରେ। କାରଣ ତାଙ୍କୁ ସହଯୋଗୀ ଏମ୍‌ଜିପି ମୁଖ୍ୟମନ୍ତ୍ରୀ ଭାବେ ଗ୍ରହଣ କରିବାକୁ ପ୍ରସ୍ତୁତ ନ ଥିବା ଏହାର ନେତା ରାମକ୍ରିଷ୍ଣା ସୁଦିନ ଧାବଲିକର କହିଛନ୍ତି। ଫଡ୍‌ନବିସ ମଧ୍ୟ ଧାବଲିକରଙ୍କ ସହ ନିର୍ବାଚନ ପରବର୍ତ୍ତୀ ମେଣ୍ଟ ସମ୍ପର୍କରେ ଆଲୋଚନା କରିଛନ୍ତି। ଫଳାଫଳ ବାହାରିବା ପରେ ନିଷ୍ପତ୍ତି ନେବେ ବୋଲି ଏମ୍‌ଜିପି ନେତା କହିଛନ୍ତି। ସେହିପରି ଜିତିବା ସମ୍ଭାବନା ଥିବା କେତେଜଣ ସ୍ବାଧୀନ ପ୍ରାର୍ଥୀଙ୍କ ସହ ମଧ୍ୟ ଭାଜପା ଆଲୋଚନା ଚଳାଇଛି।
ସେହିପରି ଉତ୍ତରାଖଣ୍ଡରେ କଂଗ୍ରେସ କିମ୍ବା ଭାଜପା କେହି ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ପାଇବେ ନାହିଁ ବୋଲି ଏକ୍‌ଜିଟ୍‌ ପୋଲ୍‌ରେ କୁହାଯାଇଥିବାରୁ ସେଠାରେ ମଧ୍ୟ ରାଜନୈତିକ ତତ୍ପରତା ବୃଦ୍ଧି ପାଇଛି। ଭୋଟ ଗଣତି ପୂର୍ବରୁ ଉଭୟ ଦଳର ଶୀର୍ଷନେତାମାନେ ଉତ୍ତରାଖଣ୍ଡରେ ପହଞ୍ଚତ୍ ସମ୍ଭାବ୍ୟ ସ୍ଥିତିର ପରିଚାଳନା ଲାଗି ଉଦ୍ୟମ ଚଳାଇଛନ୍ତି। ନିର୍ବାଚନ ପରବର୍ତ୍ତୀ ମେଣ୍ଟ ସମ୍ପର୍କରେ ବରିଷ୍ଠ ନେତାମାନେ ତ୍ୱରିତ୍‌ ନିଷ୍ପତ୍ତି ନେବେ। ଏଥିପାଇଁ ବରିଷ୍ଠ ଭାଜପା ନେତା କୈଳାସ ବିଜୟ ଭର୍ଗୀୟ ରବିବାରଠାରୁ ସେଠାରେ ପହଞ୍ଚତ୍ଛନ୍ତି। ପୂର୍ବତନ ମୁଖ୍ୟମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ କୌଣସି ପ୍ରକାର ରାଜନୈତିକ ଆବଶ୍ୟକତାକୁ ନେଇ ଅଙ୍କକଷା ଚଳାଇଛନ୍ତି। ସେହିପରି କଂଗ୍ରେସ ମଙ୍ଗଳବାର ଏହାର ରାଜ୍ୟ ସଭା ସଦସ୍ୟ ଦୀପେନ୍ଦ୍ର ହୁଡ଼ାଙ୍କୁ ଡେରାଡୁନ୍‌ ପଠାଇଛି। ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ଖୁବ୍‌ଶୀଘ୍ର ଉତ୍ତରାଖଣ୍ଡରେ ପହଞ୍ଚତ୍ବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ଚତୁର୍ଥ ଥର ପାଇଁ ସମ୍ବଲପୁର କୋର୍ଟକୁ ବୋମା ଧମକ, ନେଦରଲାଣ୍ଡ ଓ ଜର୍ମାନୀରେ ଆଇପି ଆଡ୍ରେସ ଚିହ୍ନଟ

ସମ୍ବଲପୁର,୨।୪(ପ୍ରମୋଦ ବହିଦାର): ସମ୍ବଲପୁର ସହରର ଗୁରୁତ୍ୱପୂର୍ଣ୍ଣ କୋର୍ଟ ପରିସରକୁ ବୋମା ବିସ୍ଫୋରଣ ଉଡ଼ାଇବାର ଧମକପୂର୍ଣ୍ଣ ଇ-ମେଲ ଜିଲା ପୋଲିସ ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଏହା…

ନିଆଁ ସହ ଖେଳୁଛି ଭାଜପା, ପରିଣାମ ଭୟଙ୍କର ହେବ: ନିଆଁବାଣ ହେଲେ ମମତା

କୋଲକାତା,୨।୪: ପଶ୍ଚିମବଙ୍ଗର ମୁର୍ଶିଦାବାଦରେ ଏକ ରାଲିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସାମ୍ପ୍ରତିକ ମାଲଦା ଘଟଣା ଉପରେ କେନ୍ଦ୍ର ସରକାର ଏବଂ ଭାଜପାକୁ ଟାର୍ଗେଟ୍‌ କରିଛନ୍ତି। ରାଜ୍ୟର ପରିସ୍ଥିତି…

୧୬ ନଂ ଜାତୀୟ ରାଜପଥରେ ଜଳିଗଲା ହାଇୱା, ହୁତୁହୁତୁ….

ଭଦ୍ରକ,୨ା୪(ସନାତନ ରାଉତ): ୧୬ ନଂ ଜାତୀୟ ରାଜପଥର ଭଦ୍ରକ ନଳାଙ୍ଗ ନିକଟରେ ହୁତୁହୁତୁ ହୋଇ ଜଳିଲା ହାଇଓ୍ବା । ଏକ ହାଇୱା ଗୁରୁବାର ମଧ୍ୟାହ୍ନରେ ହୁତୁହୁତୁ ହୋଇ…

ଭୟରେ ଏମିତି କାମ କରିଦେଲେ ଅକ୍ଷୟ କୁମାର

ବହୁପ୍ରତୀକ୍ଷିତ ହରର କମେଡି ‘ଭୂତ ବଙ୍ଗଳା’ ଖୁବ୍‌ଶୀଘ୍ର ପରଦାକୁ ଆସିବ। ଦର୍ଶକ ମଧ୍ୟ ଫିଲ୍ମକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି। ‘ଭୂତ ବଙ୍ଗଳା’ର ଟିଜର ସାଉଁଟିଛି ଚର୍ଚ୍ଚା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri