କରାଚୀ,୧୮ା୧: ପାକିସ୍ତାନର କରାଚୀସ୍ଥିତ ଏକ ବିଶାଳ ଶପିଂ ମଲ୍ରେ ଭୟାବହ ଅଗ୍ନିକାଣ୍ଡ ଘଟି ୬ ଜଣଙ୍କ ମୃତ୍ୟୁ ଘଟିବା ସହ ୨୦ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ ପଠାଯାଇଛି।
ସହରର ଜନଗହଳିପୂର୍ଣ୍ଣ ଏମ୍.ଏ. ଜିନ୍ନା ରୋଡ୍ରେ ଥିବା ବହୁତଳ ବିଶିଷ୍ଟ ଗୁଲ୍ ପ୍ଲାଜାରେ ନିଆଁ ଲାଗି ଯାଇଥିଲା। ଅଗ୍ନିକାଣ୍ଡର କାରଣ ସମ୍ପର୍କରେ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ସିନ୍ଧ୍ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହ କାରାଚୀ କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ଅଗ୍ନିଶମ କର୍ମଚାରୀମାନଙ୍କୁ ୧୬ ଘଣ୍ଟା ସମୟ ଲାଗିଥିଲା। ଶର୍ଟ ସର୍କିଟରୁ ନିଆଁ ଲାଗିଥିବା ପୋଲିସ ସନ୍ଦେହ କରୁଛି।

