ବାଲେଶ୍ୱର,୨୫।୧(ବାଞ୍ଛାନିଧି ଦେ): ଅଜଣା ଗାଡି ଧକ୍କାରେ ଭାଙ୍ଗିରୁଜି ଚୁରମାର ହୋଇଗଲା ସୂପାରୀ (ଗୁଆ ) ବୋଝେଇ ଟ୍ରକ୍ । ଟ୍ରକ ଭିତରେ ଚାପି ହୋଇଗଲେ ଡ୍ରାଇଭର । ଡ୍ରାଇଭରଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । ଶନିବାର ବିଳମ୍ବିତ ରାତିରେ ଏଭଳି ଭୟଙ୍କର ଘଟିଛି ଏହି ଭୟଙ୍କର ଦୁର୍ଘଟଣା ଘଟିଛି ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ୬୦ ନମ୍ବର ଜାତୀୟ ରାଜପଥର ବରୁଣଗଡିଆ ନିକଟରେ। ଗୁରୁତର ଡ୍ରାଇଭରଙ୍କୁ ବାଲେଶ୍ବର ହସ୍ପିଟାଲ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳରେ ବସ୍ତା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।

