ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯେତେବେଳେ କୌଣସି ଗ୍ରହ ନିଜ ରାଶି ପରିବର୍ତ୍ତନ କରନ୍ତି ସେତେବେଳେ ଏହାର ପ୍ରଭାବ ସିଧା କିଛି ରାଶିର ବ୍ୟକ୍ତି ବିଶେଷଙ୍କ ଉପରେ ପଡ଼ିଥାଏ। ବିଶେଷକରି ସୂର୍ଯ୍ୟଙ୍କ ଗୋଚରକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଡିସେମ୍ବର ୧୬ ତାରିଖରେ ସୂର୍ଯ୍ୟ ବିଛା ରାଶି ଛାଡି ଧନୁ ରାଶିରେ ପ୍ରବେଶ କରିବେ। ଏହି ଗୋଚର ଜାନୁଆରୀ ୧୪ ପର୍ଯ୍ୟନ୍ତ ରହିବ। ଏହି ସମୟରେ ୩ ରାଶି ଲାଭବାନ ହୋଇପାରନ୍ତି।
ମେଷ ରାଶି: ମେଷ ରାଶି ପାଇଁ ବହୁତ ଭଲ ରହିବ। ସୂର୍ଯ୍ୟ ନବମ କୁଣ୍ଡଳିରେ ପ୍ରବେଷ କରିବେ। ଯାହା ଭାଗ୍ୟର ସ୍ଥାନ। ଏହି କାରଣରୁ ବହୁ ଦିନରୁ ପଡ଼ି ରହିଥିା କାର୍ଯ୍ୟ କରିପାରବେ। ଧନ ପ୍ରାପ୍ତି ହେବ। ସଫଳତା ପାଇବେ। କ୍ୟାରିୟରେ ଉନ୍ନତି ହେବ। ଏମିତିକି ହଠାତ୍ ଟଙ୍କା ପହଞ୍ଚିବା ଯୋଗ ରହିଛି।
ଧନୁ ରାଶି: ଧନୁ ରାଶି ପାଇଁ ମଧ୍ୟ ବେଶ ଭଲ ରହିବ। ଏହା କୁଣ୍ଡଳୀର ଲଗ୍ନ ଘରେ ପ୍ରବେଶ କରିବ। ଜୀବନରେ ନୂତନ ସୁଯୋଗ ସୃଷ୍ଟି ହେବ। ଚାକିରି ବ୍ୟବସାୟ କ୍ଷେତ୍ରରେ ଭଲ ଲାଭ ପାଇବେ।
କୁମ୍ଭ ରାଶି: ସୂର୍ଯ୍ୟୋଙ୍କ ଏହି ଗୋଚର କୁମ୍ଭ ରାଶିରେ ଏକାଦଶ ଘରେ ରହିବ। ଆୟ, ଲାଭ ଇଚ୍ଛା ପୂରଣ ନେଇ ବେଶ କାର୍ଯ୍ୟକାରୀ ହେବ। ଏଣୁ ଆର୍ଥିକ ଦୃଷ୍ଟରୁ ଲାଭବାନ ରହିବେ।